ମୋହନା,୧୯।୧୧(ମନ୍ମଥ ମିଶ୍ର): ଗଜପତି ଜିଲାରେ ଯେତେସବୁ ବାତ୍ୟା ଆସିଛି ରାଷ୍ଟ୍ରୀୟ ସ୍ଵୟଂସେବକ ସମସ୍ତ ପ୍ରକାର ସେବାକାର୍ଯ୍ୟ କରି ଆସିଛି । ବର୍ତ୍ତମାନ ଆସିଥିବା ବାତ୍ୟା ଅକ୍ଵନରେ ପ୍ରଶାସନକୁ ସାହାଯ୍ଯ କରିବା ସହିତ ଜିଲାରେ ଯେଉଁ ସବୁ ଜାଗାରେ ଗଛ ପଡିବା, ଭୂସ୍ଖଳନ ହେବା, ବନ୍ୟା ପାଣିରେ ପ୍ରଭାବିତ ହେବା ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୋହନା ରାଷ୍ଟ୍ରୀୟ ସ୍ଵୟଂସେବକ ଓ ମାଣିକପୁର ହନୁମାନ ମନ୍ଦିର କମିଟିର ସଦସ୍ୟ ମାନେ ଗଛକଟା ମେସିନ୍, କୁଢି, ଶାବଳ, ରଶି, ଜେନେରେଟର, ମୋଟର ସାଇକେଲ, କାର୍, ପିକଅପ୍, ଟ୍ରାକ୍ଟର ଅନେକ ସମାଗ୍ରୀ ସହିତ ପ୍ରସ୍ତୁତ ଅଛନ୍ତି ।
ଜିଲାର ନାରାୟଣପୁର୍, ରାମଗିରି, ଉଦୟଗିରି, ମୋହନା ଭଳି କିଛି ଜାଗାରେ ୨୦୦ ଲେଖାଏ ସଦସ୍ୟ ଅଣ୍ଟା ଭିଡ଼ି ଅଛନ୍ତି । ଏପରିକି କେତେକ ଫୋନ ନମ୍ବର ମଧ୍ୟ ସାର୍ବଜନୀନ କରାଯାଇଛି । ଫୋନ କଲ୍ ଆସିବା ମାତ୍ରେ ସଦସ୍ୟମାନେ କାର୍ଯ୍ୟରେ ଲାଗି ପଡ଼ିବା ପାଇଁ ସଂଘ କର୍ମକର୍ତ୍ତା ସଜାଗ ରହିଥିବା କହିଛନ୍ତି ।