Posted inଜାତୀୟ

ଏମରଜେନ୍ସି ବେଳେ ଇନ୍ଧିରାଙ୍କୁ ସମର୍ଥନ କରିଥିଲା ଆରଏସ୍‌ଏସ୍‌, ୧୯୮୦ରେ କ୍ଷମତାକୁ ଫେରିବାକୁ ମଧ୍ୟ କରିଥିଲା ସାହାର୍ଯ୍ୟ: ନୂତନ ପୁସ୍ତକରେ ଦାବି

ନୂଆଦିଲ୍ଲୀ,୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ନେତାଙ୍କ ସହ ଭଲ ସମ୍ପର୍କ ରଥିଲା। ଦୁହେଁ ସାହାଯ୍ୟ ଜଣେ ଜଣଙ୍କ ପାଖକୁ ଯାଉଥିଲେ। ଜରୁରୀକାଳୀନ ସମୟରେ ସଂଘ କେବଳ ଇନ୍ଦିରାଙ୍କୁ ସମର୍ଥନ କରିନଥିଲା, ବରଂ ୧୯୮୦ରେ କ୍ଷମତାକୁ ଫେରିବାରେ ମଧ୍ୟ ସାହାଯ୍ୟ କରିଥିଲା। ତେବେ ଇନ୍ଦିରା ନିଜେ ସଂଘଠାରୁ ସମ୍ବିଧାନପୂର୍ବକ ଦୂରତା ବଜାୟ ରଖିଥିଲେ। ସ୍ବାଧୀନତା ପରଠାରୁ ଆଗାମୀ ଦଶନ୍ଧି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ସମ୍ବନ୍ଧରେ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ନୂତନ ପୁସ୍ତକ ‘ହାଓ ପ୍ରାଇମ ମିନିଷ୍ଟର ଡିସାଇଡ’ ରେ ଏହି ଦାବି କରାଯାଇଛି।

ଏହି ପୁସ୍ତକରେ ଚୌଧୁରୀ ଲେଖିଛନ୍ତି ଯେ, ସଂଘ ବିରୋଧରେ ଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଏହାର ସମର୍ଥନ ହାସଲ କରିଛନ୍ତି। ତୃତୀୟ ଆରଏସ୍‌ଏସ୍‌ ମୁଖ୍ୟ ବାଲାସାହେବ ଦେଓରାସ ଜରୁରୀକାଳୀନ ସମୟରେ ସେ ଅନେକ ଥର ଲେଖିଥିଲେ। ବହୁ ସଂଘର ନେତା କପିଲ ମୋହନଙ୍କ ମାଧ୍ୟମରେ ସଞ୍ଜୟ ଗାନ୍ଧୀଙ୍କ ସହ ଯୋଗାଯୋଗ କରୁଥିଲେ। ନୀରଜାଙ୍କ ଅନୁଯାୟୀ, ଇନ୍ଦିରାଙ୍କର ଆଶଙ୍କା ଥିଲା ଯେ ମୁସଲମାନମାନେ କଂଗ୍ରେସ ଉପରେ କ୍ରୋଧିତ ହୋଇପାରନ୍ତି, ସେଥିପାଇଁ ସେ ତାଙ୍କ ରାଜନୀତିକୁ ହିନ୍ଦୁକରଣ କରିବାକୁ ଚାହୁଁଥିଲେ। ଏହି କାର୍ଯ୍ୟରେ, ଆରଏସ୍‌ଏସ୍‌ରୁ ଟିକିଏ ସମର୍ଥନ ଏପରିକି ତାଙ୍କର ନିରପେକ୍ଷ ଆଭିମୁଖ୍ୟ ମଧ୍ୟ ତାଙ୍କ ପାଇଁ ବଡ଼ ସାହାଯ୍ୟକାରୀ ପ୍ରମାଣିତ ହୋଇଥାନ୍ତା। ୧୯୮୦ରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ କଂଗ୍ରେସକୁ ହିନ୍ଦୁକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri