Posted inଜାତୀୟ

ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ସମାଜ…ଜନସଂଖ୍ୟା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୋହନ ଭାଗବତ

ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ହ୍ରାସ ନେଇ ସଂଗଠନର ମୁଖ୍ୟ ମୋହନ ଭଗବତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ। ଯଦି ଏହାଠାରୁ କମ ହୁଏ ତେବେ ଏହା ସମାଜ ପାଇଁ ଏକ ବଡ ବିପଦ। ଦୁଇରୁ ତିନି ପିଲା ରହିବା ଉଚିତ। ଏହା ଆବଶ୍ୟକ କାରଣ ସମାଜ ତିଷ୍ଠିବା ଉଚିତ।
ଭାଗବତ କହିଛନ୍ତି ଯେ ଆଧୁନିକ ଜନସଂଖ୍ୟା ବିଜ୍ଞାନ କହୁଛି ଯେ ଯେତେବେଳେ ଏକ ସମାଜର ଜନସଂଖ୍ୟା (ପ୍ରଜନନ ହାର) ୨.୧ ତଳକୁ ଯାଏ, ସେତେବେଳେ ସମାଜ ପୃଥିବୀରୁ ଅଦୃଶ୍ୟ ହୋଇଯାଏ। ଏହିପରି ଅନେକ ଭାଷା ଏବଂ ସମାଜ ନଷ୍ଟ ହୋଇଯାଇଛି। ଜନସଂଖ୍ୟା ୨.୧ ତଳକୁ ଯିବା ଉଚିତ ନୁହେଁ। ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ରେ ସ୍ଥିର ହୋଇଥିଲା। କୌଣସି ସମାଜର ଜନସଂଖ୍ୟା ୨.୧ ରୁ କମ ହେବା ଉଚିତ ନୁହେଁ  ବୋଲି ସେ କହିଛନ୍ତି।

ମୋହନ ଭଗବତଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ଭାଜପା ନେତା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା କଥା କହୁଛନ୍ତି। ସେମାନେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ବିଷୟରେ କହୁଛନ୍ତି। ହେଲେ ପ୍ରଜନନ ହାର ହ୍ରାସକୁ ନେଇ ସଂଘ ମୁଖ୍ୟ ଉଦବେଗ ପ୍ରକାଶ କରିଛନ୍ତି। କିଛି ମାସ ପୂର୍ବରୁ ରାଜସ୍ଥାନରୁ ଭାଜପା ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ବିଷୟରେ କହିଥିଲେ।
ହାୱାମହଲ (ଜୟପୁର) ଆସନରୁ ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ କହିଛନ୍ତି ଯେ ସନ୍ତୁଳନ ଏବଂ ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ଆବଶ୍ୟକ। ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଭାଜପା ବିଧାୟକଙ୍କ ଟାର୍ଗେଟ କରି କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ବିକାଶର ବେଗରେ ବାଧା ସୃଷ୍ଟି କରୁଛି। ଚାରି ପତ୍ନୀ ଏବଂ ୩୬ ପିଲାଙ୍କୁ ଅନୁମତି ଦିଆଯାଇପାରିବ ନାହିଁ।
ବାଲମୁକୁଣ୍ଡାଚାର୍ଯ୍ୟଙ୍କ ଏହି ବିବୃତ୍ତିକୁ ନେଇ କଂଗ୍ରେସ ଭାଜପା ଉପରେ ଆକ୍ରମଣ କରିଥିଲା। ସ୍‌ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଭାଜପା ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି। ଜନସଂଖ୍ୟା ବିଷୟରେ ଚିନ୍ତା କରିବା ପରିବର୍ତ୍ତେ କେବଳ ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭାଜପାର ଉଦ୍ଦେଶ୍ୟ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ କଂଗ୍ରେସ ଏହାକୁ ସ୍ବାଗତ କରିବ ବୋଲି କଂଗ୍ରେସ କହିଛି।
କହିରଖୁଛୁ, ସ୍ବାଧୀନତା ପରେ ୧୯୫୦ ମସିହାରେ ଭାରତରେ ପ୍ରଜନନ ହାର ୬.୨ ଥିଲା, ଯାହା ୨.୧ ପ୍ରତିଶତକୁ ଖସି ଆସିଛି। ଯଦି ଏହା ଜାରି ରହେ ତେବେ ୨୦୫୦ ସୁଦ୍ଧା ଭାରତରେ ପ୍ରଜନନ ହାର ୧.୩ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri