ଆକାଉଣ୍ଟକୁ ଫେରିଲା ୮.୬୦ ଲକ୍ଷ ଟଙ୍କା

ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍‌. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ୮ଲକ୍ଷ ୬୦ ହଜାର ଟଙ୍କା ଫେରିପାଇଛନ୍ତି। ଅବଶିଷ୍ଟ ୨୪ ହଜାର ୯୯୯ ଟଙ୍କା ମିଳି ନ ଥିବା ଜଣାପଡିଛି।
ଗତ ୧ ତାରିଖରେ ଛେଣ୍ଡ ସ୍ଥିତ ଏଲ ବ୍ଲକ୍‌ର ପରେଶ ଚନ୍ଦ୍ର ପ୍ରଧାନ (୫୮) ମୋବାଇଲର ୟେନୋ ଆପ୍‌ରେ କିଛି ସାମଗ୍ରୀ କିଣିବା ପାଇଁ ଓଟିପି ମେସେଜ ଆସିଥିଲା। ପରେଶ ଉକ୍ତ ଓଟିପିକୁ ମୋବାଇଲରେ ଦେବା ପରେ ତାଙ୍କ ଏସ୍‌ବିଆଇ ଆକାଉଣ୍ଟରୁ ପ୍ରଥମେ ୨୪ହଜାର ୯୯୯ ଟଙ୍କା କଟିଯାଇଥିଲା। ପରେ ୨ଲକ୍ଷ ୬୦ ହଜାର ଟଙ୍କା ଏବଂ ଅଳ୍ପ କିଛି ସମୟରେ ୬୦ ହଜାର ଟଙ୍କା ଏଭଳି ସମୁଦାୟ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା। ଫଳରେ ପରେଶ ଉଦିତନଗର ସ୍ଥିତ ରାଉରକେଲା ସାଇବର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ସାଇବର ପୋଲିସ ଏକ ମାମଲା (ନଂ.୧୧।୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସାଇବର ପୋଲିସ ପ୍ରଥମେ ପରେଶଙ୍କ ୟେନୋ ୱେଲେଟ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ଯେଉଁ ମୋବାଇଲରୁ ୟେନୋ ମେସଜ୍‌ ଆସିଥିଲା ଉକ୍ତ ମେସେଜ୍‌କୁ ଫଲୋ କରି ତାଙ୍କ ଏସ୍‌ବିଆଇ ଆକାଉଣ୍ଟରୁ କଟିଥିବା ୮ଲକ୍ଷ ୮୪ହଜାର ୯୯୯ ଟଙ୍କାରୁ ପୋଲିସ ୮ଲକ୍ଷ ୬୦ ହଜାର ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରାଇଥିଲା। ଅବଶିଷ୍ଟ ୨୪ହଜାର ୯୯୯ଟଙ୍କା ଫେରି ପାଇବା ପାଇଁ ପୋଲିସ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ସିରୋଫେନା ଖେସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri