ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ୮ଲକ୍ଷ ୬୦ ହଜାର ଟଙ୍କା ଫେରିପାଇଛନ୍ତି। ଅବଶିଷ୍ଟ ୨୪ ହଜାର ୯୯୯ ଟଙ୍କା ମିଳି ନ ଥିବା ଜଣାପଡିଛି।
ଗତ ୧ ତାରିଖରେ ଛେଣ୍ଡ ସ୍ଥିତ ଏଲ ବ୍ଲକ୍ର ପରେଶ ଚନ୍ଦ୍ର ପ୍ରଧାନ (୫୮) ମୋବାଇଲର ୟେନୋ ଆପ୍ରେ କିଛି ସାମଗ୍ରୀ କିଣିବା ପାଇଁ ଓଟିପି ମେସେଜ ଆସିଥିଲା। ପରେଶ ଉକ୍ତ ଓଟିପିକୁ ମୋବାଇଲରେ ଦେବା ପରେ ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ ପ୍ରଥମେ ୨୪ହଜାର ୯୯୯ ଟଙ୍କା କଟିଯାଇଥିଲା। ପରେ ୨ଲକ୍ଷ ୬୦ ହଜାର ଟଙ୍କା ଏବଂ ଅଳ୍ପ କିଛି ସମୟରେ ୬୦ ହଜାର ଟଙ୍କା ଏଭଳି ସମୁଦାୟ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା। ଫଳରେ ପରେଶ ଉଦିତନଗର ସ୍ଥିତ ରାଉରକେଲା ସାଇବର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ସାଇବର ପୋଲିସ ଏକ ମାମଲା (ନଂ.୧୧।୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସାଇବର ପୋଲିସ ପ୍ରଥମେ ପରେଶଙ୍କ ୟେନୋ ୱେଲେଟ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ଯେଉଁ ମୋବାଇଲରୁ ୟେନୋ ମେସଜ୍ ଆସିଥିଲା ଉକ୍ତ ମେସେଜ୍କୁ ଫଲୋ କରି ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ କଟିଥିବା ୮ଲକ୍ଷ ୮୪ହଜାର ୯୯୯ ଟଙ୍କାରୁ ପୋଲିସ ୮ଲକ୍ଷ ୬୦ ହଜାର ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରାଇଥିଲା। ଅବଶିଷ୍ଟ ୨୪ହଜାର ୯୯୯ଟଙ୍କା ଫେରି ପାଇବା ପାଇଁ ପୋଲିସ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ସିରୋଫେନା ଖେସ୍ ସୂଚନା ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି
କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…
ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ
ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…
ବସ୍ଷ୍ଟାଣ୍ଡରେ ବିକୁଥିଲେ କଫ୍ସିରପ୍, ମାଡ଼ି ବସିଲା ପୋଲିସ
ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…
ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….
ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…
ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…
ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…
ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ
ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…
କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ
ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…
ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର
ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…
Archives

