ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା ୬୯୯୫.୫୮ କୋଟି ଟଙ୍କାକୁ ବଢିଛି। ପାଣ୍ଠି ଅଭାବ ଯୋଗୁ ଯେଭଳି କୌଣସି ପ୍ରକଳ୍ପ କାମ ନ ଅଟକେ ସେ ଦିଗରେ ଧ୍ୟାନ ରଖାଯାଇଥିବା ରେଲଓ୍ବେ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଯାତ୍ରୀ ସୁବିଧା, ନିରାପତ୍ତା କାର୍ଯ୍ୟ, ରୋଡ ଅଣ୍ଡରବ୍ରିଜ, ଓଭର ବ୍ରିଜ ଏବଂ ଲିମିଟେଡ ହାଇଟ୍‌ ସବ୍‌ଓ୍ବେ (ଏଲଏଚ୍‌ଏସ୍‌) ଭଳି କାର୍ଯ୍ୟ ସାମିଲ ରହିଛି।
ଚଳିତ ବର୍ଷ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଲାଗି ୧୦୦୦.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ଏହା ୫୨୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ୯୨.୪% ବୃଦ୍ଧି ଘଟିଛି। ବିଭିନ୍ନ ପ୍ରକଳ୍ପର ଲାଇନ ଦୋହରୀକରଣ ଲାଗି ପାଣ୍ଠି ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି। ବାଂଶପାଣି- ଦୈତାରୀ-ଟମକା-ଯଖପୁରା ପ୍ରକଳ୍ପରେ ବ୍ୟୟବରାଦ ୧୮୫% ବଢି ୨୨୮ କୋଟି ଟଙ୍କା ରହିଛି। ସେହିଭଳି ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଏଓଭର ଲାଗି ୨୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ଲାଗି ୨୨୯ କୋଟି, ବୁଢାପଙ୍କ-ଶାଳଗାଁ ପ୍ରକଳ୍ପରେ ୨୧୫ କୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ ଲାଗି ୨୩୦ କୋଟି ଏବଂ ନୟାଗଡ-ଭଦ୍ରକ ତୃତୀୟ ଲାଇନ ଲାଗି ୨୨୫ କୋଟି ଟଙ୍କା ଦିଆଯାଇଛି। ଏଥିରେ ପ୍ରାୟ ୩୫୦% ଅନୁଦାନ ବଢାଯାଇଛି।
ଯାତ୍ରୀ ସୁବିଧାକୁ ପ୍ରାଥମିକତା ସହ ବ୍ୟୟବରାଦ ୧୨୯ କୋଟିରୁ ୪୨୯ କୋଟି ଟଙ୍କାକୁ ବଢିଛି। ଏଲ୍‌ସି ଗେଟ୍‌ ଲେଭଲ କ୍ରସିଂ ହଟାଇବା ଲାଗି ୪୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହା ଗତ ବର୍ଷ ୩୨୪ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଲାଗି ରେଳ ଭିତ୍ତିଭୂମି ଏବଂ ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ଲାଗି ବଜେଟରେ ୫,୫୨୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୋଟ ପ୍ରକଳ୍ପ ବାବଦ ଯୋଜନାକୁ ଦେଖିଲେ ଏହା ୬୯୯୫.୫୮ କୋଟି ଟଙ୍କା ରହିଛି। ସେହିଭଳି ବିଭିନ୍ନ ପ୍ରକଳ୍ପ ବଜେଟ ଗ୍ରାଣ୍ଟ କଥା ବିଚାରକୁ ନେଲେ ନୂଆ ଲାଇନ ବାବଦ ୧୫୫୩ କୋଟି, ଦୋହରୀକରଣରେ ୧୭୦୨ କୋଟି, ଟ୍ରାଫିକ ସୁବିଧା ଲାଗି ୧୭.୧୫ କୋଟି, କମ୍ପ୍ୟୁଟରୀକରଣ ୩.୪୭ କୋଟି, ରୋଲିଂ ଷ୍ଟକ ୨୩.୫୨ କୋଟି, ଲିଜ୍‌ ଚାର୍ଜେସ ୬୫୧.୪୮ କୋଟି, ଲେଭଲ କ୍ରସିଂ ୧୮.୮୧ କୋଟି ଏବଂ ଆରଓବି-ଆର୍‌ୟୁବି ବାବଦ ୨୮୦.୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଟ୍ରାକ ନବୀକରଣ ଲାଗି ୪୦୨ କୋଟି, ବ୍ରିଜ କାର୍ଯ୍ୟ ଲାଗି ୩୮ କୋଟି, ପ୍ରକଳ୍ପ ବିଦ୍ୟୁତୀକରଣ ୧୭୩ କୋଟି, ଅନ୍ୟ ବିଦ୍ୟୁତୀକରଣ ବାବଦ ୨୪.୫୪ କୋଟି, ମେସିନେରି ପ୍ଲାଣ୍ଟ ୧୩.୫୯ କୋଟି, ଓ୍ବାର୍କଶପ ୩୬.୯୧ କୋଟି, କର୍ମଚାରୀ କଲ୍ୟାଣ ୧୭.୩୨ କୋଟି, ଯାତ୍ରୀ ସୁବିଧା ୩୦୦.୮୦ କୋଟି, ଅନ୍ୟାନ୍ୟ କାର୍ଯ୍ୟ ୧୦.୮୯ କୋଟି, ମାନବ ସମ୍ବଳ ତାଲିମ ୨.୯୧ କୋଟି ଷ୍ଟୋର ସସ୍‌ପେନ୍ସ ୫୨୪.୬୩ କୋଟି, ଡବ୍ଲ୍ୟୁଏମ୍‌ଏସ୍‌ ୧୯୦.୯୫ କୋଟି ସହ ଏସ୍‌ଇଆର୍‌ ଏବଂ ଏସ୍‌ଇସିଆର୍‌ କାର୍ଯ୍ୟ ବାବଦକୁ ୯୨୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri