ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା ୬୯୯୫.୫୮ କୋଟି ଟଙ୍କାକୁ ବଢିଛି। ପାଣ୍ଠି ଅଭାବ ଯୋଗୁ ଯେଭଳି କୌଣସି ପ୍ରକଳ୍ପ କାମ ନ ଅଟକେ ସେ ଦିଗରେ ଧ୍ୟାନ ରଖାଯାଇଥିବା ରେଲଓ୍ବେ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଯାତ୍ରୀ ସୁବିଧା, ନିରାପତ୍ତା କାର୍ଯ୍ୟ, ରୋଡ ଅଣ୍ଡରବ୍ରିଜ, ଓଭର ବ୍ରିଜ ଏବଂ ଲିମିଟେଡ ହାଇଟ୍‌ ସବ୍‌ଓ୍ବେ (ଏଲଏଚ୍‌ଏସ୍‌) ଭଳି କାର୍ଯ୍ୟ ସାମିଲ ରହିଛି।
ଚଳିତ ବର୍ଷ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଲାଗି ୧୦୦୦.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ଏହା ୫୨୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ୯୨.୪% ବୃଦ୍ଧି ଘଟିଛି। ବିଭିନ୍ନ ପ୍ରକଳ୍ପର ଲାଇନ ଦୋହରୀକରଣ ଲାଗି ପାଣ୍ଠି ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି। ବାଂଶପାଣି- ଦୈତାରୀ-ଟମକା-ଯଖପୁରା ପ୍ରକଳ୍ପରେ ବ୍ୟୟବରାଦ ୧୮୫% ବଢି ୨୨୮ କୋଟି ଟଙ୍କା ରହିଛି। ସେହିଭଳି ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଏଓଭର ଲାଗି ୨୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ଲାଗି ୨୨୯ କୋଟି, ବୁଢାପଙ୍କ-ଶାଳଗାଁ ପ୍ରକଳ୍ପରେ ୨୧୫ କୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ ଲାଗି ୨୩୦ କୋଟି ଏବଂ ନୟାଗଡ-ଭଦ୍ରକ ତୃତୀୟ ଲାଇନ ଲାଗି ୨୨୫ କୋଟି ଟଙ୍କା ଦିଆଯାଇଛି। ଏଥିରେ ପ୍ରାୟ ୩୫୦% ଅନୁଦାନ ବଢାଯାଇଛି।
ଯାତ୍ରୀ ସୁବିଧାକୁ ପ୍ରାଥମିକତା ସହ ବ୍ୟୟବରାଦ ୧୨୯ କୋଟିରୁ ୪୨୯ କୋଟି ଟଙ୍କାକୁ ବଢିଛି। ଏଲ୍‌ସି ଗେଟ୍‌ ଲେଭଲ କ୍ରସିଂ ହଟାଇବା ଲାଗି ୪୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହା ଗତ ବର୍ଷ ୩୨୪ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଲାଗି ରେଳ ଭିତ୍ତିଭୂମି ଏବଂ ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ଲାଗି ବଜେଟରେ ୫,୫୨୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୋଟ ପ୍ରକଳ୍ପ ବାବଦ ଯୋଜନାକୁ ଦେଖିଲେ ଏହା ୬୯୯୫.୫୮ କୋଟି ଟଙ୍କା ରହିଛି। ସେହିଭଳି ବିଭିନ୍ନ ପ୍ରକଳ୍ପ ବଜେଟ ଗ୍ରାଣ୍ଟ କଥା ବିଚାରକୁ ନେଲେ ନୂଆ ଲାଇନ ବାବଦ ୧୫୫୩ କୋଟି, ଦୋହରୀକରଣରେ ୧୭୦୨ କୋଟି, ଟ୍ରାଫିକ ସୁବିଧା ଲାଗି ୧୭.୧୫ କୋଟି, କମ୍ପ୍ୟୁଟରୀକରଣ ୩.୪୭ କୋଟି, ରୋଲିଂ ଷ୍ଟକ ୨୩.୫୨ କୋଟି, ଲିଜ୍‌ ଚାର୍ଜେସ ୬୫୧.୪୮ କୋଟି, ଲେଭଲ କ୍ରସିଂ ୧୮.୮୧ କୋଟି ଏବଂ ଆରଓବି-ଆର୍‌ୟୁବି ବାବଦ ୨୮୦.୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଟ୍ରାକ ନବୀକରଣ ଲାଗି ୪୦୨ କୋଟି, ବ୍ରିଜ କାର୍ଯ୍ୟ ଲାଗି ୩୮ କୋଟି, ପ୍ରକଳ୍ପ ବିଦ୍ୟୁତୀକରଣ ୧୭୩ କୋଟି, ଅନ୍ୟ ବିଦ୍ୟୁତୀକରଣ ବାବଦ ୨୪.୫୪ କୋଟି, ମେସିନେରି ପ୍ଲାଣ୍ଟ ୧୩.୫୯ କୋଟି, ଓ୍ବାର୍କଶପ ୩୬.୯୧ କୋଟି, କର୍ମଚାରୀ କଲ୍ୟାଣ ୧୭.୩୨ କୋଟି, ଯାତ୍ରୀ ସୁବିଧା ୩୦୦.୮୦ କୋଟି, ଅନ୍ୟାନ୍ୟ କାର୍ଯ୍ୟ ୧୦.୮୯ କୋଟି, ମାନବ ସମ୍ବଳ ତାଲିମ ୨.୯୧ କୋଟି ଷ୍ଟୋର ସସ୍‌ପେନ୍ସ ୫୨୪.୬୩ କୋଟି, ଡବ୍ଲ୍ୟୁଏମ୍‌ଏସ୍‌ ୧୯୦.୯୫ କୋଟି ସହ ଏସ୍‌ଇଆର୍‌ ଏବଂ ଏସ୍‌ଇସିଆର୍‌ କାର୍ଯ୍ୟ ବାବଦକୁ ୯୨୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri