ଭୁବନେଶ୍ୱର,୧୬।୧୧: ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସ୍ଏଲ୍) ପକ୍ଷରୁ ଓଡ଼ିଶାର ଶକ୍ତି ବିତରଣ କମ୍ପାନୀଗୁଡ଼ିକ ଲାଗି ୟୁଟିଲିଟି ଭିତ୍ତିକ ଡିମାଣ୍ଡ ସାଇଡ ମ୍ୟାନେଜମେଣ୍ଟ(ଡିଏସ୍ଏମ୍) ଆରମ୍ଭ କରାଯାଇଛି। ପର୍ଯ୍ୟାୟ ଭିତ୍ତିରେ ଏହି ଯୋଜନା ଲାଗି ରାଜ୍ୟରେ ୪୪୧ କୋଟି ଟଙ୍କା ନିବେଶ ଯୋଜନା ରଖାଯାଇଛି। ଆଗାମୀ ୩ରୁ ବର୍ଷ ଲାଗି ପ୍ରକଳ୍ପ କାର୍ଯ୍ୟାନ୍ବୟନ ଲାଗି ଇଇଏସ୍ଏଲ୍ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ। ଆଗାମୀ ଦିନରେ ଗ୍ରାହକଙ୍କଠାରୁ ଏହି ଅର୍ଥ ରାଶି ସେବା ଯୋଗାଣ ମାଧ୍ୟମରେ ସଂଗ୍ରହ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍(ଟିପିସିଓଡିଏଲ୍) ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍(ଟିପିଏନ୍ଓଡିଏଲ୍) ଏହି ପାଇଲଟ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଡିଏସ୍ଏମ୍ କାର୍ଯ୍ୟକ୍ରମରେ ଶକ୍ତି ସଞ୍ଚୟ କରୁଥିବା ଟେକ୍ନୋଲୋଜିଗୁଡ଼ିକର ଗ୍ରହଣୀୟତା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ କମାଇବା ଏବଂ ଶକ୍ତି ସଞ୍ଚୟକୁ ବଢ଼ାଇବା ଦିଗରେ ଫୋକସ ରଖାଯାଇଛି। ଉଭୟ ଝାଡ଼ଖଣ୍ଡ ଏବଂ ତେଲଙ୍ଗାନାରେ ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ଯୋଜନା ରଖାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଶକ୍ତି ବିତରଣ କମ୍ପାନୀଗୁଡିକ ଆର୍ଥତ୍କ ସମସ୍ୟାକୁ ଦୂରୀକରଣ କରାଯିବା ସହ ଖାଉଟି ଲାଭବାନ୍ ହୋଇପାରିବେ ବୋଲି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ଶକ୍ତି ନିରାପତ୍ତା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମଗୁଡିକ ବିଶେଷ ସହାୟକ ହେବ ବୋଲି ଓଇଆର୍ସି ଅଧ୍ୟକ୍ଷ ୟୁ.ଏନ୍. ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ଗ୍ରୀଡ୍କୋ ଏମ୍ଡି ତ୍ରିଲୋଚନ ଜେନା, ପିଜି ଡାଇରେକ୍ଟର ଇନ୍ଭେଷ୍ଟମେଣ୍ଟ ସରବିନ୍ଦର ସିଂ, ଇଇଏସ୍ଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସି.ପି.ଗଡ଼ନାୟକ, କ୍ଲଷ୍ଟର ମୁଖ୍ୟ ଅଭିଷେକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…
ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…
ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ
ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…
ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…
ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…
ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…
Archives

