୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର ଅଫିସ,୬ା୩: ଥମୁନି  ଧଳା ଜହର କାରବାର। ବାଲେଶ୍ୱର ଜିଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।
ସୂଚନାନୁସାରେ, ଗତ ଶନିବାର କମର୍ଦ୍ଦା ଅଞ୍ଚଳରେ କାରବାର କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହା ଭୋଗରାଇ ବ୍ଲକ କମର୍ଦ୍ଦା ଥାନାର ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନଂ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନ ମଧ୍ୟରେ କିଛି ଯୁବକକୁ ବ୍ରାଉନସୁଗାର ବିକ୍ରି କରୁଥିବା ଭିଡିଓରୁ ଜଣାପଡ଼ିଥିଲା। ଜଳେଶ୍ୱର ପୋଲିସ ସହାୟତାରେ ଅବକାରୀ ବିଭାଗ ଗତକାଲି ରାତିରେ ମିଳିତ ଚଢ଼ାଉ କରି ଅମ୍ବୁ ଦାସ ନାମକ ଏକ ଜଣେ ବେପାରୀଙ୍କୁ ଗିରଫ କରିଥିବାର ଜଣାପଡ଼ିଛି।