ରାଜଧାନୀରୁ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଓ ଏକ ବାଇକ୍‌ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମନ୍ମଥ ସ୍ବାଇଁ ଓରଫ ବୁନା (୩୨) ଓ ପ୍ରମୋଦ କୁମାର ମଲ୍ଲିକ (୩୯)। ମନ୍ମଥଙ୍କ ଘର କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ ସୁନ୍ଦରପୁରରେ ହୋଇଥିବା ବେଳେ ପ୍ରମୋଦଙ୍କ ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ନିଗମାନନ୍ଦ ନଗରରେ ବୋଲି ଜଣାପଡ଼ିଛି।

କୌଣସି ସୂତ୍ରରୁ ସୂଚନା ପାଇ ଆଜି କୁଇକ ଆକ୍ସନ ଟିମ୍‌ (କ୍ୟୁଏଟ) ଓ ମଞ୍ଚେଶ୍ୱର ଥାନା ପୋଲିସର ଏକ ଟିମ୍‌ ମିଳିତ ଭାବେ ହାଇଟେକ୍‌ ଛକ ନିକଟରେ ଚଢ଼ାଉ କରିଥିଲେ। ସେମାନଙ୍କ ଠାରୁ ଜବତ କରାଯାଇଥିବା ୨୭୩ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ।