ବାଙ୍କୀ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଲକର୍ ଭାଙ୍ଗି ୧୪ ଲକ୍ଷ ଟଙ୍କା ଲୁଟ୍

କଟକ,୨୯।୧୨: ବାଙ୍କୀର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରୁ ହୋଇଛି ବଡ଼ଧରଣର ଲୁଟ୍। ବ୍ୟାଙ୍କ ଟ୍ରେଜେରୀ ଲକର୍ ଭାଙ୍ଗି ୧୪ ଲକ୍ଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କିଛି ପେଶାଦାର ଅଭିଯୁକ୍ତଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ ହେଉଛି। ଧାରା ପଡିବା ଭୟରେ ଅଭିଯୁକ୍ତ ହାର୍ଡଡିସ୍କ, କମ୍ପ୍ୟୁଟର, ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି।

ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ଶୁକ୍ରବାର ସକାଳେ କର୍ମଚାରୀମାନେ ଆସି ବ୍ୟାଙ୍କ ଖୋଲିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ଖବର ପାଇ କଟକ ଏସପି ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।