ସମ୍ପତ୍ତି ବିକି ୧୩ ହଜାର କୋଟି ଆଦାୟ

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍‌ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ସେମାନଙ୍କର ଭାରତରେ ଥିବା ସମସ୍ତ ଶେୟାର ଓ ଧନସମ୍ପତ୍ତି ବିକ୍ରି, ନିଲାମ କରାଯାଇ ବିଭିନ୍ନ ବ୍ୟାଙ୍କର ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦେଶର ସବୁଠୁ ବଡ ଋଣଦାତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ନେତୃତରେ ଏକ ସଂଗଠନ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ଶେୟାର ବିକି ସେଥିରୁ ୭୯୧.୧୧ କୋଟି ଟଙ୍କା ଆଦାୟ କରିଛନ୍ତି। ସେହିଭଳି କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଆଧାରରେ ଏହି ସବୁ ସମ୍ପତ୍ତି ଜବତ କରାଯାଇଛି। ଇଡି ଏହି ସବୁ ଅର୍ଥ ବିଭିନ୍ନ ବ୍ୟାଙ୍କକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛଇ। ଇଡିର ସୂଚନା ଅନୁସାରେ ମାଲ୍ୟା, ମୋଦୀ ଓ ଚୋକସିର ସମ୍ପତ୍ତି ବିକ୍ରି କରି ଏ ପର୍ଯ୍ୟନ୍ତ ସଂସ୍ଥା ମୋଟ୍‌ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ସେହିପରି ବନ୍ଦ ପଡିଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ଉପରେ ବିଭିନ୍ନ ବ୍ୟାଙ୍କରେ ୯୦୦୦କୋଟି ଟଙ୍କାରୁ ଅଧିକ ଋଣ ରାଶି ବକେୟା ରହିଛି। ଏହା ବ୍ୟତୀତ ନିରବ ମୋଦୀ ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ଅର୍ଥ ହେରଫେର ଓ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହୋଇ ମଧ୍ୟ ବିଦେଶକୁ ଲୁଚି ପଳାଇଛନ୍ତି। ଉଭୟ ମୋଦୀ ଓ ଚୋକିସ ପିଏନବିରୁ ୧୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ରାଶି ଋଣ ଆକାରରେ ନେଇ ଆଉ ସୁଝିବାର ନା ନେଉନଥିବାର ଅଭିଯୋଗ ରହିଛି। ପିଏନବି ମାମଲାରେ ପଳାତକ ଘୋଷିତ ହୋଇଥିବା ନିରବ ମୋଦୀ ମାମଲାରେ ଆର୍ଥିକ ଅପରାଧ ନ୍ୟାୟାଳୟଙ୍କ ଦ୍ୱାରା ବ୍ୟାଙ୍କକୁ ସମ୍ପତ୍ତି ଜବତ କରିବାକୁ ଅନୁମତି ମିଳିଥିଲା। ଏହି ଆଧାରରେ କିଛି ଦିନ ପୂର୍ବେ ଇଡି ଜବତ କରିଥିବା ପ୍ରାୟ ୩,୭୨୮.୬୪ କୋଟି ଟଙ୍କାର ସମ୍ପତ୍ତି ଏସବିଆଇ ନେତୃତାଧୀନ କନ୍ସୋର୍ଟିୟମ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ସେହିଭଳି ମାଲ୍ୟା, ନିବର ମୋଦୀ ଓ ମେହୁଲ ଚୋକସି ବିଭିନ୍ନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରୁ ନିଜ କମ୍ପାନୀ ମାଧ୍ୟମରେ ଅର୍ଥ ହେରାଫେରି କରି ବିଦେଶ ଫେରାର ହୋଇଯାଇଛନ୍ତି। ଏହି ୩ ପଳାତକଙ୍କ ଦ୍ୱାରା ୨୨,୫୮୫.୮୩ କୋଟି ଟଙ୍କାର ଋଣ ଜାଲିଆଲି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri