ସମ୍ପତ୍ତି ବିକି ୧୩ ହଜାର କୋଟି ଆଦାୟ

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍‌ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ସେମାନଙ୍କର ଭାରତରେ ଥିବା ସମସ୍ତ ଶେୟାର ଓ ଧନସମ୍ପତ୍ତି ବିକ୍ରି, ନିଲାମ କରାଯାଇ ବିଭିନ୍ନ ବ୍ୟାଙ୍କର ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦେଶର ସବୁଠୁ ବଡ ଋଣଦାତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ନେତୃତରେ ଏକ ସଂଗଠନ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ଶେୟାର ବିକି ସେଥିରୁ ୭୯୧.୧୧ କୋଟି ଟଙ୍କା ଆଦାୟ କରିଛନ୍ତି। ସେହିଭଳି କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଆଧାରରେ ଏହି ସବୁ ସମ୍ପତ୍ତି ଜବତ କରାଯାଇଛି। ଇଡି ଏହି ସବୁ ଅର୍ଥ ବିଭିନ୍ନ ବ୍ୟାଙ୍କକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛଇ। ଇଡିର ସୂଚନା ଅନୁସାରେ ମାଲ୍ୟା, ମୋଦୀ ଓ ଚୋକସିର ସମ୍ପତ୍ତି ବିକ୍ରି କରି ଏ ପର୍ଯ୍ୟନ୍ତ ସଂସ୍ଥା ମୋଟ୍‌ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ସେହିପରି ବନ୍ଦ ପଡିଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ଉପରେ ବିଭିନ୍ନ ବ୍ୟାଙ୍କରେ ୯୦୦୦କୋଟି ଟଙ୍କାରୁ ଅଧିକ ଋଣ ରାଶି ବକେୟା ରହିଛି। ଏହା ବ୍ୟତୀତ ନିରବ ମୋଦୀ ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ଅର୍ଥ ହେରଫେର ଓ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହୋଇ ମଧ୍ୟ ବିଦେଶକୁ ଲୁଚି ପଳାଇଛନ୍ତି। ଉଭୟ ମୋଦୀ ଓ ଚୋକିସ ପିଏନବିରୁ ୧୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ରାଶି ଋଣ ଆକାରରେ ନେଇ ଆଉ ସୁଝିବାର ନା ନେଉନଥିବାର ଅଭିଯୋଗ ରହିଛି। ପିଏନବି ମାମଲାରେ ପଳାତକ ଘୋଷିତ ହୋଇଥିବା ନିରବ ମୋଦୀ ମାମଲାରେ ଆର୍ଥିକ ଅପରାଧ ନ୍ୟାୟାଳୟଙ୍କ ଦ୍ୱାରା ବ୍ୟାଙ୍କକୁ ସମ୍ପତ୍ତି ଜବତ କରିବାକୁ ଅନୁମତି ମିଳିଥିଲା। ଏହି ଆଧାରରେ କିଛି ଦିନ ପୂର୍ବେ ଇଡି ଜବତ କରିଥିବା ପ୍ରାୟ ୩,୭୨୮.୬୪ କୋଟି ଟଙ୍କାର ସମ୍ପତ୍ତି ଏସବିଆଇ ନେତୃତାଧୀନ କନ୍ସୋର୍ଟିୟମ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ସେହିଭଳି ମାଲ୍ୟା, ନିବର ମୋଦୀ ଓ ମେହୁଲ ଚୋକସି ବିଭିନ୍ନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରୁ ନିଜ କମ୍ପାନୀ ମାଧ୍ୟମରେ ଅର୍ଥ ହେରାଫେରି କରି ବିଦେଶ ଫେରାର ହୋଇଯାଇଛନ୍ତି। ଏହି ୩ ପଳାତକଙ୍କ ଦ୍ୱାରା ୨୨,୫୮୫.୮୩ କୋଟି ଟଙ୍କାର ଋଣ ଜାଲିଆଲି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri