୧୦୬ କୋଟି ଟଙ୍କାର ଜାଲ୍‌ ବିଲ୍‌ ର଼୍ୟାକେଟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ନିଜେ କିଛି କିଣାବିକା କରୁ ନ ଥିଲେ। ଜାଲ୍‌ କାଗଜପତ୍ରରେ କମ୍ପାନୀ କରି ଜାଲ୍‌ ବିଲ୍‌ ପ୍ରସ୍ତୁତ କରୁଥିଲେ। ଉକ୍ତ ଜାଲ୍‌ ବିଲ୍‌ ମାଧ୍ୟମରେ ଅଭିନବ ଉପରେ ଜିଏସ୍‌ଟି ଠକେଇ କରୁଥିଲେ। ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସୋମବାର ଏକ ବଡ଼ଧରଣର ଜାଲ୍‌ ବିଲ୍‌ ର଼୍ୟାକେଟକୁ ଧରିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଭୁବନେଶ୍ୱର ବାପୁଜୀନଗରରେ ରହୁଥିବା ସ୍ମୃତି ରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି। ସ୍ମୃତି ରଞ୍ଜନ ଅନ୍ୟ ସହଯୋଗୀଙ୍କ ସହ ମିଶି ୧୪ଟି ଜାଲ୍‌ କମ୍ପାନୀ ଖୋଲି ୧୦୬ କୋଟି ଟଙ୍କାର ଜାଲ୍‌ କ୍ରୟ ବିକ୍ରୟ ବିଲ୍‌ ମାଧ୍ୟମରେ ୧୯.୪ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ହାତେଇବା ସହ ସରକାରଙ୍କୁ ଠକିଛନ୍ତି। ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ସ୍ମୃତି ରଞ୍ଜନଙ୍କୁ ଜେରା କରାଯାଉଛି। ଏଥିସହିତ ଜାଲ୍‌ ର଼୍ୟାକେଟର ଲିଙ୍କ୍‌ ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି।
ବାଣିଜ୍ୟକର ଓ ଜିଏସ୍‌ଟି କମିଶନରେଟର ସୂଚନା ଅନୁଯାୟୀ, ସ୍ମୃତିରଞ୍ଜନ ସହଯୋଗୀଙ୍କ ସହ ମିଶି ଅନୁଗୋଳ, ଯାଜପୁର, ରାଉରକେଲା, ଜଗତ୍‌ସିଂହପୁର, ଭୁବନେଶ୍ୱର ଓ ପାରାଦୀପ ଅଞ୍ଚଳରୁ ଲୋକଙ୍କ ବ୍ୟାଙ୍କ ଓ ଅନ୍ୟାନ୍ୟ କାଗଜପତ୍ର ହାସଲ କରିଥିଲେ। ମୁଖ୍ୟତଃ ସେମାନେ କୃଷକ, ଗୃହିଣୀ, ଛୋଟ ଦୋକାନୀ, ବେକାର ଯୁବତୀ ଯୁବକ, ଦିନ ମଜୁରିଆ, ଅଟୋ ଚାଳକ ଆଦି ଶ୍ରେଣୀର। ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନିଜେ ବ୍ୟବହାର କରିବା ସହ ସେମାନଙ୍କ ନାମରେ ୧୪ଟି ନକଲି ଫାର୍ମ ଖୋଲି ଜାଲ୍‌ ଜିଏସ୍‌ଟି ପ୍ରସ୍ତୁତ କରୁଥିଲେ। ବରମୁଣ୍ଡାରେ ଏସ୍‌.ଆର୍‌. ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଆଇରନ୍‌ ଓ ଷ୍ଟିଲ୍‌ କମ୍ପାନୀ ଥିବା ଦର୍ଶାଇ ଠକୁଥିଲେ। ହେଲେ ସେଭଳି କୌଣସି କମ୍ପାନୀ ନ ଥିବାବେଳେ ସେ ଦେଇଥିବା ଘରଭଡ଼ା ଏଗ୍ରିମେଣ୍ଟ ମଧ୍ୟ ଜାଲ୍‌ଥିବା ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଜାଣିବାକୁ ପାଇଥିଲା। ଏହାପରେ ଟିମ୍‌ ପକ୍ଷରୁ ୬ମାସରୁ ଊର୍ଦ୍ଧ୍ୱ ହେବ ତାଙ୍କ ଉପରେ ନଜର ରଖାଯାଇଥିଲା। ରବିବାର ସ୍ମୃତିରଞ୍ଜନଙ୍କ ୩ଟି ଘରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ୩ ଘର ସମେତ ଏକ ଭଡ଼ା ଘର, ସ୍ତ୍ରୀଙ୍କ ନାମରେ କ୍ଲିନିକ ଓ ୪ ଦାମୀ କାର ରହିଥିବା ଯାଞ୍ଚବେଳେ ଜଣାପଡିଛି।
ସୂଚନାଯୋଗ୍ୟ, ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବର୍ତ୍ତମାନ ସୁଦ୍ଧା ଏଭଳି ଠକେଇ କରିଥିବା ୧୮ଜଣଙ୍କୁ ଗିରଫ କରିଛି। ଏହାବାଦ୍‌ ରାଜ୍ୟ ଜିଏସ୍‌ଟି ବିଭାଗ ଦ୍ୱାରା ଗତ ଦୁଇବର୍ଷରେ ୧୯,୫୩୯ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri