ରଥଯାତ୍ରାରେ ମୃତ୍ୟୁବରଣ କରିଥିବା ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର,୨୦।୭:ଚଳିତ ରଥଯାତ୍ରା ଦିନ ପୁରୀଠାରେ ଅତ୍ୟଧିକ ଗହଳି କାରଣରୁ ୨ ଜଣଙ୍କ ପ୍ରାଣହାନି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କଟକର ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାରେ ରାଇକର। ଏହି ଦୁଇ ଜଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ରଥଯାତ୍ରା ଦିନ ପ୍ରବଳ ଭିଡ଼ କାରଣରୁ ୨ ଜଣଙ୍କ ମୃତ୍ୟୁ ହେବା ସହିତ ଅନେକେ ଆହତ ହୋଇଥିଲେ। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ଶାସକ ଦଳକୁ ଟାର୍ଗେଟ କରାଯାଇଥିଲା।  ରଥଯାତ୍ରା ପରିଚାଳନାଜନିତ ତ୍ରୁଟି ଥିବା ସେମାନେ ଅଭିଯୋଗ କରିଥିଲେ। ଭିଡ଼ ନିୟନ୍ତ୍ରଣରେ ପୋଲିସ ପ୍ରଶାସନ ବିଫଳ ବୋଲି ମଧ୍ୟ ଯୁକ୍ତି କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ କଥା ବୁଝିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ମହାଲିଙ୍ଗ ଡାକ୍ତରଖାନା ଯାଇ ଆହତଙ୍କ ଅବସ୍ଥା ବିଷୟରେ ଡାକ୍ତରୀଦଳ ସହିତ ପଚାରି ବୁଝିଥିଲେ।
Dharitri – Odisha’s No.1 Odia Daily

Share