ଆର୍‌ଆର୍‌ବି ପରୀକ୍ଷା ତ୍ରୁଟି ସଂଶୋଧନ ଦାବି

ଢେଙ୍କାନାଳ ଅଫିସ,୫ ।୨

ଆରଆର୍‌ବି ଏନ୍‌ଟିପିସି ପରୀକ୍ଷାରେ ହୋଇଥିବା ତ୍ରୁଟି ସଂଶୋଧନ କରିବା ପାଇଁ ଢେଙ୍କାନାଳ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରତିବାଦରେ ଦଳୀୟ କର୍ମକର୍ତ୍ତାମାନେ ସ୍ଥାନୀୟ ରେଳ ଷ୍ଟେଶନରେ ଶୁକ୍ରବାର ପ୍ରତିବାଦ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୯ ଜାନୁୟାରୀରେ ରେଲଓ୍ବେ ନିଯୁକ୍ତି ବୋର୍ଡ ଆରଆରବି ନନ୍‌ ଟେକ୍ନିକାଲ ପପୁଲାର କାଟେଗୋରିରେ ଅନ୍ତର୍ଭୁକ୍ତ ୩୫ ହଜାର ୨୮୧ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା। ଘୋଷିତ ପଦବୀ ମଧ୍ୟରୁ ୧୦ ହଜାର ୬୨୮ ପଦପଦବୀରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଓ ଯୁକ୍ତ୨ ରହିଥିବାବେଳେ ୨୪ ହଜାର ୬୪୯ ପଦ ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ରହିଥିଲା। ୨୦୨୦ ଡିସେମ୍ବରଠାରୁ ୨୦୨୧ ଜୁଲାଇ ମଧ୍ୟରେ ୭ ପର୍ଯ୍ୟାୟରେ ୧୩ଟି କାଟେଗୋରିରେ ପରୀକ୍ଷା ହୋଇଥିଲା। ଗତ ଜାନୁୟାରୀ ୧୪ ଓ ୧୫ରେ ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଏଥିରେ ବ୍ୟାପକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଛି। ରେଳ ବିଭାଗର ତ୍ରୁଟି ପାଇଁ ଜଣେ ପରୀକ୍ଷାର୍ଥୀ ୩ରୁ ୪ଟି ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାପରେ ବିହାର, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟର ପରୀକ୍ଷାର୍ଥୀ ଆନ୍ଦୋଳନ କରିଥିଲେ।
ସେହିପରି ୨୦୧୯ରେ ଗ୍ରୁପ-ଡି ପରୀକ୍ଷାରେ ୧ଲକ୍ଷ ୩ହଜାର ୭୬୯ ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଥିଲେ ମଧ୍ୟ ପରୀକ୍ଷା ହୋଇନାହିଁ। ଆସନ୍ତା ଫେବୃୟାରୀ ୨୩ରେ ପରୀକ୍ଷା କରାଯିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଗୋଟିଏ ପର୍ଯ୍ୟାୟ ପରୀକ୍ଷା କରାଯିବାକୁ ଘୋଷଣା ହୋଇଥିବାବେଳେ ବର୍ତ୍ତମାନ ପ୍ରାଥମିକ ଓ ମୁଖ୍ୟ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି କୁହାଯାଇଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆରଆରବି ଏନ୍‌ଟିପିସି ପରୀକ୍ଷାରେ ତ୍ରୁଟି ସଂଶୋଧନ କରି ଖାଲିଥିବା ପଦବୀର ୨୦ ଗୁଣାକୁ ସିବିଟି-୧ ପାଇଁ ସୁଯୋଗ ଦେବା, ଜଣେ ପରୀକ୍ଷାର୍ଥୀଙ୍କୁ କେବଳ ଗୋଟିଏ ବିଭାଗ ଲାଗି ସୁଯୋଗ ଦେବା, ଗ୍ରୁପ୍‌-ଡି ପରୀକ୍ଷାକୁ ଗୋଟିଏ ପର୍ଯ୍ୟାୟରେ କରିବା ପାଇଁ ଜିଲା ଛାତ୍ର କଂଗ୍ରେସର ଶୁଭମ୍‌ ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ଆଦାୟ ହେଲା ୨୪ ଲକ୍ଷ ୯୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ ନିୟମ କଡ଼ାକଡି କରାଯାଇଥିବା ବେଳେ କଟକଣା...

ଯାତ୍ରୀଙ୍କ କାମରେ ଲାଗୁନି ନୂତନ ବସ୍‌ଷ୍ଟାଣ୍ଡ

ନିମାପଡ଼ା,୩ା୩ (ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ପକ୍ଷରୁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ନିମାପଡ଼ାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ୨୮ସେପ୍ଟେମ୍ବର ୨୦୧୮ରେ...

ସରକାରୀ ଅର୍ଥରେ ଦୁବାଇ ଗସ୍ତ ନିନ୍ଦନୀୟ: ବିରୋଧୀ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସୋମବାରଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନରେ ବିଜେଡିର ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ବିଧାୟକ ଦୁବାଇ ଗସ୍ତ କରିଛନ୍ତି।...

ମୟୂରଭଞ୍ଜ ଜିଲା: ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜ ଜିଲାର ବିପଦପୂର୍ଣ୍ଣ ସ୍ଥାନ। ପ୍ରତି ମାସରେ ଏଠି ୨ରୁ ୩ଟି ଦୁର୍ଘଟଣା ଘଟୁଛି। ଡିଆର୍‌ଏସ୍‌ସି ବୈଠକରେ ଏହି ସମସ୍ୟା ଉପରେ...

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।...

ଆଜି ସରିବ ଜେଇଇ ମେନ୍‌ ସେସନ-୨ ଆବେଦନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ ସେସନ-୨ ଆବେଦନ ପ୍ରକ୍ରିୟା ରବିବାର ଶେଷ ହେବ। ଇଚ୍ଛୁକ ଛାତ୍ରୀଛାତ୍ର ରବିବାର...

ସାରା ରାଜ୍ୟରେ ବର୍ଷିଲା

ଭୁବନେଶ୍ୱର, ୧୩ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ...

ନଳକୂଅ ଧରାଇ ନୀରବ

ବଇଣ୍ଡା,୧୦ା୬:  ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍‌...

Advertisement
Archives

Model This Week