ଆର୍‌ଆର୍‌ବି ପରୀକ୍ଷା ତ୍ରୁଟି ସଂଶୋଧନ ଦାବି

ଢେଙ୍କାନାଳ ଅଫିସ,୫ ।୨

ଆରଆର୍‌ବି ଏନ୍‌ଟିପିସି ପରୀକ୍ଷାରେ ହୋଇଥିବା ତ୍ରୁଟି ସଂଶୋଧନ କରିବା ପାଇଁ ଢେଙ୍କାନାଳ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରତିବାଦରେ ଦଳୀୟ କର୍ମକର୍ତ୍ତାମାନେ ସ୍ଥାନୀୟ ରେଳ ଷ୍ଟେଶନରେ ଶୁକ୍ରବାର ପ୍ରତିବାଦ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୯ ଜାନୁୟାରୀରେ ରେଲଓ୍ବେ ନିଯୁକ୍ତି ବୋର୍ଡ ଆରଆରବି ନନ୍‌ ଟେକ୍ନିକାଲ ପପୁଲାର କାଟେଗୋରିରେ ଅନ୍ତର୍ଭୁକ୍ତ ୩୫ ହଜାର ୨୮୧ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା। ଘୋଷିତ ପଦବୀ ମଧ୍ୟରୁ ୧୦ ହଜାର ୬୨୮ ପଦପଦବୀରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଓ ଯୁକ୍ତ୨ ରହିଥିବାବେଳେ ୨୪ ହଜାର ୬୪୯ ପଦ ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ରହିଥିଲା। ୨୦୨୦ ଡିସେମ୍ବରଠାରୁ ୨୦୨୧ ଜୁଲାଇ ମଧ୍ୟରେ ୭ ପର୍ଯ୍ୟାୟରେ ୧୩ଟି କାଟେଗୋରିରେ ପରୀକ୍ଷା ହୋଇଥିଲା। ଗତ ଜାନୁୟାରୀ ୧୪ ଓ ୧୫ରେ ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଏଥିରେ ବ୍ୟାପକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଛି। ରେଳ ବିଭାଗର ତ୍ରୁଟି ପାଇଁ ଜଣେ ପରୀକ୍ଷାର୍ଥୀ ୩ରୁ ୪ଟି ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାପରେ ବିହାର, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟର ପରୀକ୍ଷାର୍ଥୀ ଆନ୍ଦୋଳନ କରିଥିଲେ।
ସେହିପରି ୨୦୧୯ରେ ଗ୍ରୁପ-ଡି ପରୀକ୍ଷାରେ ୧ଲକ୍ଷ ୩ହଜାର ୭୬୯ ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଥିଲେ ମଧ୍ୟ ପରୀକ୍ଷା ହୋଇନାହିଁ। ଆସନ୍ତା ଫେବୃୟାରୀ ୨୩ରେ ପରୀକ୍ଷା କରାଯିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଗୋଟିଏ ପର୍ଯ୍ୟାୟ ପରୀକ୍ଷା କରାଯିବାକୁ ଘୋଷଣା ହୋଇଥିବାବେଳେ ବର୍ତ୍ତମାନ ପ୍ରାଥମିକ ଓ ମୁଖ୍ୟ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି କୁହାଯାଇଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆରଆରବି ଏନ୍‌ଟିପିସି ପରୀକ୍ଷାରେ ତ୍ରୁଟି ସଂଶୋଧନ କରି ଖାଲିଥିବା ପଦବୀର ୨୦ ଗୁଣାକୁ ସିବିଟି-୧ ପାଇଁ ସୁଯୋଗ ଦେବା, ଜଣେ ପରୀକ୍ଷାର୍ଥୀଙ୍କୁ କେବଳ ଗୋଟିଏ ବିଭାଗ ଲାଗି ସୁଯୋଗ ଦେବା, ଗ୍ରୁପ୍‌-ଡି ପରୀକ୍ଷାକୁ ଗୋଟିଏ ପର୍ଯ୍ୟାୟରେ କରିବା ପାଇଁ ଜିଲା ଛାତ୍ର କଂଗ୍ରେସର ଶୁଭମ୍‌ ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri