ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୧୦୦ କୋଟି କ୍ଷତି: ମେକର୍ସ ନିରାଶ

ମୁମ୍ବାଇ: ଦେଶରେ ବଢି ଚାଲିଛି କରୋନା ମହାମାରୀ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି । ଏବେ ସିମେନା ହଲ ନ ଖୋଲିବା ଅବା ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଛି । ଏପରି ସ୍ଥଳେ ହଲରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଗୁଡିକ ବହୁ କ୍ଷତି ସହିବେ ବୋଲି ଅନୁମାନ କରାଯାଇଛି । ଦୀର୍ଘ ପ୍ରାୟ ଦେଢ ବର୍ଷ ହେବ ମନୋରଞ୍ଜନ ଦୁନିଆରେ ଗ୍ରହଣ ଲଗାଇ ଦେଇଥିଲା କରୋନା ମହାମାରୀ । ଏବେ ସ୍ଥିତି ସାମାନ୍ୟ ସୁଧୁରିବାରୁ ସମସ୍ତେ ଧିରେ ଧିରେ ଅଣ୍ଟା ଭିଡିବା ଆରମ୍ଭ କରିଥିଲେ । ଆଉ ଠିକ୍ ଏତିକି ବେଳେ ପୁଣିଥେରେ ପାହାର ଦେଇଛି କରୋନା ସହ ଏହାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ତେବେ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଇତିମଧ୍ୟରେ ୧୦୦ କୋଟି କ୍ଷତି ସହିଥିବା ଅନୁମାନ କରାଯାଉଛି । ଫିଲ୍ମ ରିଲିଜ୍ ହେବାକୁ ଯେତେ ବିଳମ୍ବ ହେବ ଏପଟେ କ୍ଷତି ସେହି ପରିମାଣରେ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଫିଲ୍ମ ଡିଷ୍ଟ୍ରିବ୍ୟୁଶନ ଓ ଅନ୍ୟ ରାଇଟ୍ସ ପାଇଁ ୮୯୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଫିଲ୍ମଟି ୭ ଜାନୁୟାରୀ ଅର୍ଥାତ୍ ଶୁକ୍ରବାର ବଡ ପରଦାରେ ରିଲିଜ୍ ହୋଇ ଥାଆନ୍ତା । କନ୍ତୁ କରୋନା ମହାମାରୀ ସବୁକୁ ବିଗାଡି ଦେଲା । ଫିଲ୍ମର ନିର୍ମାତା କହିଛନ୍ତି ଫିଲ୍ମର ପ୍ରମୋଶନରେ ଏବେସୁଦ୍ଧା ପାଖାପାଖି ୧୫-୧୬ କୋଟିଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଯେଉଁମାନେ ଆଗରୁ ବୁକିଂ କରୁଥିଲେ ଏବେ ସେମାନଙ୍କର ଟଙ୍କା ଫେରାଇ ଦିଆଯାଇଛି । ଏବେ ଫିଲ୍ମଟି ନିର୍ଦ୍ଧାରିର ସମୟରେ ରିଲିଜ୍ ନ ହେବା ନିର୍ମାତାଙ୍କ ପାଇଁ କୋଟି କୋଟି ଟଙ୍କାର କ୍ଷତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଫିଲ୍ମ ‘ଆର୍‌ଆର୍‌ଆର୍‌’ ଜାନୁୟାରୀ ୭, ୨୦୨୨ରେ ରିଲିଜ୍ ହେବାର ଥିଲା । ହେଲେ କରୋନା ମହାମାରୀ ଯୋଗୁ ଏବେ ଏହାର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୁଣି ଯେବେ ଏହା ରିଲିଜ୍ କରାଯିବ ପୁଣିଥରେ ପ୍ରମୋଶନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri