କ୍ୱାଲିଫାୟାର-୨: ଟସ୍‌ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ

ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ଉଭୟ ଟିମ୍‌ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି। ତେବେ ବ୍ୟାଟିଂ ନିମନ୍ତ୍ରଣ ପାଇ ବାଙ୍ଗାଲୋର ଜବରଦସ୍ତ ବ୍ୟାଟିଂ କରି ୧୩.୧ ଓଭରରେ ୨ ଉଇକେଟ ହରାଇ ୧୧୦ ରନ୍‌ କରିଛି।

ପ୍ରକାଶ ଯେ, ରାଜସ୍ଥାନ ପ୍ରଥମ କ୍ୱାଲିଫାୟାରରେ ଗୁଜରାଟ ଟାଇଟନ୍ସଠାରୁ ପରାଜିତ ହୋଇଥିଲା। ଏଥିଲାଗି ଦଳକୁ ଫାଇନାଲରେ ପହଞ୍ଚିବା ଲାଗି ଆଉ ଏକ ସୁଯୋଗ ମିଳିଛି। ଅପରପକ୍ଷେ ବାଙ୍ଗାଲୋର ଟିମ୍‌ ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ପରାଜିତ କରି କ୍ୱାଲିଫାୟାର-୨ ଖେଳୁଛି। ଯଦି ଦଳ ଏହି ମ୍ୟାଚ୍‌ ଜିତିଯାଏ ତେବେ ଫାଇନାଲ ଖେଳିବ।

Share