ଟାଇଟଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ୍‌ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏଥର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଗୁଜରାଟ। ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ୱାଲିଫାୟରକୁ ଯାଇଥିଲା। ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲା। ସେପଟେ ରାଜସ୍ଥାନ ଏଲିମିନେଟ୍‌ରେ ଆରସିବିକୁ ହରାଇ ଫାଇନାଲ୍‌କୁ ଯାଇଥିଲା।

Share