ଗ୍ରାଣ୍ଡ୍‌ ଫାଇନାଲରେ ଆର୍‌ଆର୍‌ ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୯।୫ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ଗ୍ରାଣ୍ଡ ଫାଇନାଲରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ଏକ କଡ଼ା ମୁକାବିଲା ଆଶା କରାଯାଉଛି। ଲିଗ ପର୍ଯ୍ୟାୟରେ ଉଭୟ ଦଳ ପଏଣ୍ଟ ଟେବୁଲ ଉପରେ ରହିଥିଲେ । ବର୍ତ୍ତମାନ ଫାଇନାଲରେ ମଧ୍ୟ ଟୁର୍ନାମେଣ୍ଟର ଦୁଇଟି ଶକ୍ତିଶାଳୀ ଦଳ ଗୁଜୁରାଟ ଏବଂ ରାଜସ୍ଥାନ ପରସ୍ପରକୁ ମୁହାଁମୁହିଁ ହେବେ। ଏହି ମ୍ୟାଚ ପାଇଁ ଉଭୟ ଦଳ ପ୍ଲେ -୧୧ ରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । ଗୁଜୁରାଟ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ଦଳ ଲିଗ ରାଉଣ୍ଡରେ ୧୪ଟି ମ୍ୟାଚ ମଧ୍ୟରୁ ୧୦ ଟି ଜିତିଛି । ଦଳ ମାତ୍ର ଚାରିଟି ମ୍ୟାଚରେ ପରାସ୍ତ ହୋଇଥିଲା। ଗୁଜୁରାଟ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଜିଟି ଟିମ୍‌ରେ ମହମ୍ମଦ ଶାମି, ୟଶ ଡାୟଲଙ୍କ ଭଳି ସୁଇଙ୍ଗ ବୋଲର ଅଛନ୍ତି। ଏଥି ସହିତ, ଅଲଜାରୀ ଜୋସେଫରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରନ୍ତି। ରସିଦ ଖାନ ଏବଂ ଆରସାଇ କିଶୋରଙ୍କ ସ୍ପିନ୍‌ ମଧ୍ୟ ବେଶ୍‌ ଭଳ ରହିଛି।
ଜିଟି ପ୍ଲେ-୧୧ରେ ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଶୁବମାନ ଗିଲ, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଆର ସାଇ କିଶୋର, ମହମ୍ମଦ ଶାମି, ଅଲଜାରି ଜୋସେଫ ଏବଂ ୟଶ ଦିନଲ ଆଦି ଖେଳିବେ ବୋଲି ଅନୁମାନ କରାଯାଉଛି। ରାଜସ୍ଥାନ କ୍ୱାଲିଫାୟର ୨ରେ ଜୋସ ବଟଲରଙ୍କ ବ୍ଲାଷ୍ଟିଂ ବ୍ୟାଟିଂ ଯୋଗୁ ବାଙ୍ଗାଲୋରକୁ ଟୁର୍ନାମେଣ୍ଟରୁ ବାଦ ଦେଇଥିଲା। ବଟଲର ବିସ୍ଫୋରକ ସ୍କୋର କରି ଗୁଜୁରାଟ ପାଇଁ ଅସୁବିଧା ସୃଷ୍ଟି କରିବାର ଆଶା ରହିଛି। ଜିଟି ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ବଟଲରଙ୍କ ବ୍ୟାଟକୁ ରୋକିବା। ଗୁଜୁରାଟ ବିପକ୍ଷରେ ବଟଲର ବଡ଼ ସ୍କୋର କରିଛନ୍ତି। ଜିଟି ବିପକ୍ଷରେ ଦୁଇଟି ମ୍ୟାଚରେ ବଟଲର ୧୪୩ ରନ ସଂଗ୍ରହ କରିଛନ୍ତି। ରାଜସ୍ଥାନ ପାଇଁ ପ୍ଲେ-୧୧ରେ ସଞ୍ଜୁ ସାମସନ (ଓ୍ବିକେଟ କିପର / କ୍ୟାପଟେନ), ଜୋସ ବଟଲର, ଯଶସୱୀ ଜୈସୱାଲ, ଦେବଦତ୍ତ ପାଦିକ୍କାଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ, ପ୍ରଶାନ୍ତ କୃଷ୍ଣ ଏବଂ ଓବେଡ ମ୍ୟାକକୋଇ ଖେଳିବାର ଆଶା କରାଯାଉଛି।

Share