ଚର୍ଚ୍ଚାରେ ରାଜାଘର ରାଜନୀତି

ବଲାଙ୍ଗୀର,୨୨ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଓଡ଼ିଶା ରାଜନୀତିରେ ଯେଉଁ କେତୋଟି ଚର୍ଚ୍ଚିତ ରାଜନୈତିକ ପରିବାର ରହିଛନ୍ତି, ସେଥିମଧ୍ୟରୁ ବଲାଙ୍ଗୀର ରାଜପରିବାର ବା ସିଂଦେଓ ପରିବାର ଅନ୍ୟତମ। ସ୍ବାଧୀନତା ପରଠାରୁ ଦୀର୍ଘ ୭୬ ବର୍ଷର ରାଜନୀତିକୁ ବିଶ୍ଳେଷଣ କଲେ ବଲାଙ୍ଗୀର ରାଜପରିବାରର ଏକାଧିକ ସଦସ୍ୟ ଓଡ଼ିଶା ବିଧାନସଭା ଏବଂ ସଂସଦକୁ ନିର୍ବାଚିତ କିମ୍ବା ମନୋନୀତ ହୋଇଯାଇଛନ୍ତି। ତତ୍କାଳୀନ ପାଟଣା ଷ୍ଟେଟ୍‌ର ଶେଷ ରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କଠାରୁ ଏଇ ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା। ୧୯୬୭ରେ ରାଜେନ୍ଦ୍ର ନାରାୟଣ ସିଂଦେଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୧୯୫୧ରୁ ଆରମ୍ଭ ଏଇ ରାଜନୈତିକ ଯାତ୍ରା ଏବେବି ଜାରି ରହିଛି। ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜ୍ୟେଷ୍ଠପୁତ୍ର ପୂର୍ବତନ ଏମ୍‌ପି ସ୍ବର୍ଗତ ରାଜରାଜ ସିଂଦେଓ ଏବଂ ସାନପୁଅ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ନିର୍ବାଚନ ରାଜନୀତିରେ ସକ୍ରିୟ ରହିଥିଲେ। ଏବେ ସ୍ବର୍ଗତ ରାଜରାଜଙ୍କ ପୁଅ କନକବର୍ଦ୍ଧନ ଓ ବୋହୂ ସଙ୍ଗୀତା ଦେବୀ, ଅନଙ୍ଗଙ୍କ ଦୁଇପୁଅ ପୂର୍ବତନ ଏମ୍‌ପି ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଓ ଅର୍କେଶ ନାରାୟଣ ସିଂଦେଓ ରାଜନୀତି ମଇଦାନରେ ସକ୍ରିୟ ରହିଛନ୍ତି। ବର୍ତ୍ତମାନର ରାଜନୀତିକୁ ଦେଖିଲେ, ୨୦୨୪ ନିର୍ବାଚନ ରାଜପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦଳୀୟ ଓ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।
୨୦୧୯ ନିର୍ବାଚନରେ ରାଜପରିବାରର ୪ ଜଣ ସଦସ୍ୟ ଲଢ଼ିଥିଲେ। ବଲାଙ୍ଗୀର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ଓ ବିଜେଡିରୁ କଳିକେଶ ନାରାୟଣ ସିଂଦେଓ ପ୍ରାର୍ଥୀ ହୋଇଥିଲେ। ଭାଉଜ-ଦିଅର ମୁହଁାମୁହିଁରେ ସଙ୍ଗୀତା ଜିତିଲେ। ପାଟଣାଗଡ଼ ବିଧାନସଭା ଆସନରେ ଦୀର୍ଘବର୍ଷ କ୍ଷମତା ଦଖଲ କରିଥିବା ଭାଜପା ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ହାରିଯାଇଥିଲେ। ସେହି ଆସନରେ ବିଜେଡି ପ୍ରାର୍ଥୀ ସରୋଜ ମେହେର ବାଜି ମାରିଥିଲେ।
ବଲାଙ୍ଗୀର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନପୁଅ ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ହାରିଯାଇଥିଲେ। ୨୦୧୯ ନିର୍ବାଚନରେ ରାଜପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ସଙ୍ଗୀତା ଜିତିଲେ। ଅର୍ଥାତ୍‌ ଅନ୍ୟ ୩ ଜଣ କନକ, କଳିକେଶ ଓ ଅର୍କେଶ ହାରିଗଲେ। ସେତେବେଳେ ରାଜପରିବାର ଯୁଗ ସରିଆସିଲାଣି ବୋଲି ବଲାଙ୍ଗୀରରେ ଢେର ଚର୍ଚ୍ଚା ହୋଇଥିଲା। ଗୋଟିଏ ପରିବାରର ଏକାଧିକ ସଦସ୍ୟ ରାଜନୀତିରେ ସକ୍ରିୟ ରହୁଥିବାରୁ ଏବଂ କ୍ଷମତା ଦଖଲ କରିବାକୁ ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା ଓ ଆପ୍ରାଣ ଚେଷ୍ଟା କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ଲୋକେ କୁହାକୁହି ହେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଇ ପରିବାରର ଏକାଧିକ ସଦସ୍ୟ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ। କନକ-ସଙ୍ଗୀତା, କଳିିକେଶ-ଅର୍କେଶଙ୍କ ବ୍ୟତୀତ ଆଉ କିଏ ପ୍ରାର୍ଥୀ ହେବେ ସେନେଇ କିଛି ଜଣାପଡ଼ିନାହିଁ। କେନ୍ଦ୍ରରେ କ୍ଷମତାସୀନ ଭାଜପା ଓ ରାଜ୍ୟରେ ଦୀର୍ଘବର୍ଷ ବିଜେଡି ଶାସନରେ ରାଜପରିବାର ସଦସ୍ୟ ରହିଥିଲେ ମଧ୍ୟ ଆଗାମୀ ନିର୍ବାଚନ ଏମାନଙ୍କ ପାଇଁ କାଠିକର ହୋଇପାରେ। ୨୦୧୪ ବିଧାନସଭା ନିର୍ବାଚନ ହାରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିବା ହେଭିଓ୍ବେଟ୍‌ ନେତା ଅନଙ୍ଗ ଆପ୍ରାଣ ଉଦ୍ୟମ କରିବା ସତ୍ତ୍ୱେ ଦୁଇପୁଅ କଳିକେଶ ଓ ଅର୍କେଶଙ୍କୁ ୨୦୧୯ରେ ଜିତାଇପାରିଲେ ନାହିଁ। ଏଭଳି ସ୍ଥଳେ ଯୁବନେତା ଅର୍କେଶ ନାରାୟଣ ଓ ତାଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀଙ୍କ ପାରିବାରିକ ବିବାଦ ଅନଙ୍ଗଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ମାମଲା ବିଚାରାଧୀନ ଅଛି। ଏସବୁ ବିଷୟକୁ ନେଇ ଦଳୀୟ କର୍ମୀ ହତାଶ ଥିବା ଆଲୋଚନା ହେଉଛି। ଏହା ମଧ୍ୟ ଚର୍ଚ୍ଚା ହେଲାଣି, ଦୁଇଭାଇ କଳିକେଶ ଓ ଅର୍କେଶଙ୍କୁ ବିଜେଡିରୁ ପୁଣି ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକେଟ ମିଳିବ କି ନାହିଁ। ଭାଇଦ୍ୱୟ ଟିକେଟ ନ ପାଇଲେ ବଲାଙ୍ଗୀରରେ ନିର୍ବାଚନୀ ସମୀକରଣ କ’ଣ ହେବ? କେବଳ କଳିିକେଶଙ୍କୁ ଟିକେଟ ମିଳିଲେ ସେ ଲୋକ ସଭାରେ ଲଢ଼ିବେ ନା ବିଧାନସଭାରେ ଲଢ଼ିବେ। ଅସ୍ବାଭାବିକ ସ୍ଥିତି ଉପୁଜିଲେ ଅନଙ୍ଗଙ୍କ ମଝିଆ ପୁଅ ମନ୍ମଥ ସିଂଦେଓ ଓ ଅନଙ୍ଗ ନିଜେ ପୁଣି ଥରେ ପ୍ରାର୍ଥୀ ହେବେ କି ଆଦି ଅସରନ୍ତି ଚର୍ଚ୍ଚା ଚାଲିଛି। ବିଜେଡି ମହିଳା ପ୍ରତିନିଧିତ୍ୱକୁ ଜୋର୍‌ ଦେଉଥିବାରୁ ଏଇ ପରିବାରର କୌଣସି ମହିଳା ପ୍ରାର୍ଥୀ ହେବେ ନା ଆଉ କେଉଁ ମହିଳାଙ୍କୁ ଟିକେଟ ଦିଆଯିବ, ସେହି ବିଷୟକୁ ଅଣଦେଖା କରାଯାଇ ନ ପାରେ।
ଅନ୍ୟପଟେ ଭାଜପା ଲୋକ ସଭା ଏମପି ସଙ୍ଗୀତା କୁମାରୀ ଓ ତାଙ୍କ ସ୍ବାମୀ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ୨୦୨୪ ନିର୍ବାଚନକୁ ନେଇ ପ୍ରସ୍ତୁତି କରୁଥିବା ବିଷୟ କର୍ମୀଙ୍କ ସହ ସେମାନଙ୍କ ବିଭିନ୍ନ ଗାଁ ଲା ଦୃଶ୍ୟରୁ ଜଣାପଡ଼ୁଛି। ନିକଟରେ ସରିଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାରେ ନିର୍ବାଚନ ଜିତିବାକୁ ସେମାନେ ଆଶା ରଖିଛନ୍ତି। ତେବେ ଜିଲାର ବିଭିନ୍ନ ବିଧାନସଭାରେ ଦଳୀୟ ପ୍ରାର୍ଥୀ ଓ ଆଶାୟୀଙ୍କ ଗୋଷ୍ଠୀ ବିବାଦ ଏବଂ ମତଭେଦ ଏବେ ଚିନ୍ତାର କାରଣ ପାଲଟିିଛି। ବିଶେଷକରି ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭାରେ ପ୍ରାର୍ଥୀ କିଏ ହେବେ ଏବଂ ଏଥିରେ ରାଜପରିବାରର କ’ଣ ଭୂମିକା ରହିବ; ତାକୁ ନେଇ ଦଳୀୟ କର୍ମୀ-ନେତା ଅନେକ କଥା କହୁଛନ୍ତି। ୨୦୨୪ରେ ସଙ୍ଗୀତା ଓ କନକ ପୁଣି ଥରେ ଯଥାକ୍ରମେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହେବେ ନା ପରସ୍ପର ଅଦଳବଦଳ ହୋଇ ନିର୍ବାଚନ ଲଢ଼ିବେ ତାକୁ ନେଇ ବି ଚର୍ଚ୍ଚା ଥମୁନି। ଏଥିସହିତ କନକଙ୍କ ବିବାହିତା ଝିଅ ନିଭ୍ରିତ୍ତି କୁମାରୀ, ପୂର୍ବରୁ ପାଟଣାଗଡ଼ରେ ଦେଢ଼ଶୂର କନକ ବର୍ଦ୍ଧନଙ୍କ ବିରୋଧରେ ଦୁଇଥର ବିଜେଡି ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା କନକ ବର୍ଦ୍ଧନଙ୍କ ସାନ ଭାଇ ଶ୍ରୀବର୍ଦ୍ଧନଙ୍କ ସ୍ତ୍ରୀ ପ୍ରକୃତି ଦେବୀ ସିଂଦେଓଙ୍କ ୨୦୨୪ରେ କ’ଣ ଭୂମିକା ରହିବ ସେନେଇ ଚିତ୍ର ଝାପ୍‌ସା ରହିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜପରିବାର ସଦସ୍ୟଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଭାଜପା, ବିଜେଡି ଓ କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ତୀକ୍ଷ୍ଣ ଦୃଷ୍ଟି ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri