Posted inଖେଳ

ରୟାଲ ଚ୍ୟାଲେଞ୍ଜର୍ସ ଜର୍ସି ଉନ୍ମୋଚିତ

ଦୁବାଇ, ୨୬।୮- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ୮ଟି ଯାକ ଫ୍ରାଞ୍ଚାଇଜ୍‌ ଟିମ୍‌ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ ସାରିଥିବାବେଳେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଦଳର ଜର୍ସି ଉନ୍ମୋଚନ ହୋଇ ଯାଇଛି। ଆରସିବି ଅଫିସିଆଲମାନେ ଟୁଇଟରଯୋଗେ ଏହାର ଫଟୋ ଶେୟାର କରିଛନ୍ତି। ଆର୍‌ସିବିର କିଟ୍‌କୁ ଡିଜାଇନ୍‌ କରିଛନ୍ତି ଜେଭେନ। ୨୦୧୬ରୁ ଜେଭେନ ଆରସିବିର କିଟ୍‌ ପ୍ରସ୍ତୁତକର୍ତ୍ତା ରହି ଆସିଛି। ଏହା ପୂର୍ବରୁ ଆଡିଡାସ କମ୍ପାନୀ ରୟାଲ ଚ୍ୟାଲେଞ୍ଜର୍ସର କିଟ୍‌ ଡିଜାଇନ୍‌ କରି ଆସୁଥିଲା। ଲାଲ ଏବଂ କଳା ଦୁଇ ପ୍ରକାର ରଙ୍ଗରେ କିଟ୍‌ ପ୍ରସ୍ତୁତ କରାଯାଇଛି। ଜର୍ସିରେ ସୁନା ରଙ୍ଗରେ ଲୋଗୋକୁ ସ୍ଥାନିତ କରାଯାଇଥିବାବେଳେ ପ୍ରାୟୋଜକଙ୍କ ନାମ ଧଳା ରଙ୍ଗରେ ଲେଖା ଯାଇଛି। ଚଳିତ ବର୍ଷ ପାଇଁ ମୁଥୋତ ଫିନକର୍ପ ଆର୍‌ସିବି ଦଳର ଟାଇଟଲ ପ୍ରାୟୋଜକ ରହିଛି। ମୁଥୋତ ପାପ୍ପାଚାନ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟ ଥିରୁଭାନନ୍ତପୁରମରେ ରହିଛି। ଏହା ଆର୍ଥିକ ସେବା, ମୋଟରଯାନ ଡିଲରଶିପ୍‌, ଆତିଥ୍ୟ, ରିୟଲ ଇଷ୍ଟେଟ, ସ୍ବାସ୍ଥ୍ୟର ଯନତ୍, ସୂଚନା ପ୍ରଯୁକ୍ତି, ବହୁମୂଲ୍ୟ ଧାତୁ ଆଦି ଏକାଧିକ ବ୍ୟବସାୟରେ ସମ୍ପୃକ୍ତ। ଏହି କମ୍ପାନୀ ଚେନ୍ନାଇ ସୁପରକିଙ୍ଗ୍ସର ଟାଇଟଲ ପ୍ରାୟୋଜକ କୋଚି ଭିତ୍ତିକ ମୁଥୋତ ଗ୍ରୁପଠାରୁ ଭିନ୍ନ। ତେବେ ଉଭୟ କମ୍ପାନୀ ୧୯୮୭ରେ ମୁଥୋତ ନିନାନ ମାଥାଇ ଆରମ୍ଭ କରିଥିବା ବ୍ୟବସାୟର ଅଂଶବିଶେଷ। ଆରସିବିର ନୂଆ ଜର୍ସିରେ ଦଳର ୩ ତାରକା ଖେଳାଳି ଏବି ଡିଭିଲର୍ସ, ଅଧିନାୟକ ବିରାଟ କୋହଲି ଓ ୟୁଜବେନ୍ଦ୍ର ଚହଲ ନଜରକୁ ଆସିଛନ୍ତି।
କୋହଲିଙ୍କ ଚେତାବନୀ
ଜୈବ ସୁରକ୍ଷିତ ପରିବେଶ ପ୍ରୋଟୋକଲ ନ ଭାଙ୍ଗିବା ନେଇ ସାଥୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି ଆରସିବି ଅଧିନାୟକ ବିରାଟ କୋହଲି। ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ଆୟୋଜିତ ଭର୍ଚୁଆଲ କନ୍‌ଫରେନ୍ସରେ କୋହଲି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ”ଆମକୁ ଯାହା କୁହାଯାଇଛି ତାହାକୁ ସମସ୍ତେ କଡ଼ାକଡ଼ିଭାବେ ମାନିବା ଉଚିତ। ଏହା ସହିତ କୌଣସି ପରିସ୍ଥିତିରେ ସାଲିସ କରାଯାଇପାରିବ ନାହିଁ। କାରଣ ଆମମାନଙ୍କ ମଧ୍ୟରୁ ଜଣେ କେହି ଭୁଲ୍‌ କଲେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଉପରେ ପଡ଼ିପାରେ“ ବୋଲି କୋହଲି କହିଛନ୍ତି। ସିନିୟର ମାନଙ୍କୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ପ୍ରୋଟୋକଲ ଭାଙ୍ଗିବା ଖେଳାଳିଙ୍କୁ ଜୈବ ସୁରକ୍ଷିତ ପରିବେଶରୁ ବାହାର କରାଯାଇ ୭ ଦିନପାଇଁ ଆଇସୋଲେଶନରେ ରଖାଯିବ। ଟେଷ୍ଟ ନେଗେଟିଭ୍‌ ହେଲେ ଯାଇ ତାଙ୍କୁ ପୁଣି ଏହି ପରିବେଶକୁ ଅନୁମତି ଦିଆଯିବ। କୌଣସି ଖେଳାଳି ପ୍ରୋଟୋକଲ ଭଙ୍ଗକଲେ ତାହା ସମ୍ପୂର୍ଣ୍ଣ ଦଳକୁ କ୍ଷତି ପହଞ୍ଚାଇବ। ଦଳ ପାଇଁ ପ୍ରତି ଖେଳାଳି ଗୁରୁତ୍ୱପୂର୍ଣ୍ଣ। ଏହାକୁ ସମସ୍ତେ ଧ୍ୟାନରେ ରଖିବା ଉଚିତ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri