Categories: ଖେଳ

ହାଇଦ୍ରାବାଦକୁ ହରାଇ ଆର୍‌ସିବିର ସପ୍ତମ ବିଜୟ

ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୬୫ତମ ମ୍ୟାଚରେ ବିରାଟ କୋହଲିଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୮ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ୧୪ ପଏଣ୍ଟ ପାଇ ଆର୍‌ସିବି ପ୍ଲେ ଅଫ୍‌ର ନିକଟତର ହୋଇଛି।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ୍‌ କରିଥିଲା। ୧୮୬ ରନ୍‌ର ପିଛା କରି ବିରାଟ କୋହଲିଙ୍କ ଷଷ୍ଠ ଆଇପିଏଲ୍‌ ଶତକ ଏବଂ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ୨ ଉଇକେଟ ହରାଇ ବିଜୟୀ ଲକ୍ଷ୍ୟ ହାସଲ କରିନେଇଥିଲା ଆର୍‌ସିବି । କୋହଲି ୬୩ ବଲ୍‌ରୁ ୧୦୦ ଏବଂ ଡୁ ପ୍ଲେସି ୪୭ ବଲ୍‌ରୁ ୭୧ ରନ୍‌ କରିଥିଲେ। କୋହଲିଙ୍କ ଇନିଂସରେ ୧୨ ଚୌକା ଓ ୪ ଛକା ରହିଥିଲା। ଡୁ ପ୍ଲେସି ୭ ଚୌକା ଓ ୨ ଛକା ମାରିଥିଲେ। ଉଭୟ ପ୍ରଥମ ଉଇକେଟରେ ୧୭୨ ରନ୍‌ ଯୋଡି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ। ଏପରିକି ଆଇପିଏଲ୍‌ରେ ସର୍ବାଧିକ ଶତକରେ କୋହଲି କ୍ରିସ୍‌ ଗେଲ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ଏବଂ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share