Categories: ଖେଳ

ଆର୍‌ସିବିକୁ ଜିତାଇଲେ ଡୁ’ପ୍ଲେସି, ଓ୍ବାନିନ୍ଦୁ

ମୁମ୍ବାଇ,୮।୫: ପ୍ରଥମେ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ଅର୍ଦ୍ଧଶତକ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ୫ ଉଇକେଟ ସଫଳତା ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହଜ ବିଜୟ ହାସଲ କରିଛି। ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଆରସିବି ୬୭ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୩ ଉଇକେଟରେ ୧୯୨ ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ୧୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ ୧୪ ପଏଣ୍ଟ ପାଇ ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ମଜଭୂତ କରିଛି ଆର୍‌ସିବି

Share