Categories: ଖେଳ

ଟସ୍‌ ଜିତି ଆର୍‌ସିବିର ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୬୫ତମ ମ୍ୟାଚରେ ଫାଫ ଡୁ ପ୍ଲେସିସ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆର୍‌ସିବି) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଆଡେନ ମାର୍କ୍ରାମଙ୍କ ନେତୃତ୍ୱାଧୀନ ସନ୍‌ ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବ୍ୟାଟିଂ କରିବ।

ପଏଣ୍ଟ ଟେବୁଲରେ ହାଇଦ୍ରାବାଦ ଦଶମ ସ୍ଥାନରେ ଥିବାବେଳେ ପଞ୍ଚମ ସ୍ଥାନରେ ରହିଛି ବାଙ୍ଗାଲୋର। ହାଇଦ୍ରାବାଦ ୧୨ମ୍ୟାଚ ଖେଳି ୪ଟିରେ ବିଜୟ ହୋଇଥିବା ବେଳେ ୮ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଫଳରେ ହାଇଦ୍ରାବାଦ ୮ ପଏଣ୍ଟରେ ରହିଛି। ଏପରିକି ବାଙ୍ଗାଲୋର ୧୨ଟି ମ୍ୟାଚ୍‌ ଖେଳି ୬ଟି ମ୍ୟାଚ ବିଜୟୀ ହୋଇଥିବା ବେଳେ ୬ଟିରେ ପରାଜିତ ହୋଇଛି।

ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍‌ରିଚ କ୍ଲାସେନ(ଉଇକେଟ କିପର), ହ୍ୟାରି ବ୍ରୁକ, ଗ୍ଲେନ ଫିଲିପ୍ସ, ଅବଦୁଲ ସମାଦ, କାର୍ତ୍ତିକ ତ୍ୟାଗି, ମାୟାନକ ଦାଗର, ଭୁବନେଶ୍ୱର କୁମାର, ନୀତୀଶ ରେଡ୍ଡୀ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ଫାଫ ଡୁ ପ୍ଲେସିସ (ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମର, ଅନୁଜ ରାୱତ(ଉଇକେଟ୍‌ କିପର), ଶାହାବାଜ ଅହମ୍ମଦ, ମାଇକେଲ ବ୍ରେସୱେଲ, ୱେନ ପାର୍ନେଲ, ହର୍ଷଲ ପଟେଲ, କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ

Share