ଏଣିକି ଷ୍ଟିଲସିଟିରେ ମିଳିବ ତଟକା ପରିବା

ରାଉରକେଲା ଅଫିସ,୮।୫: ସୁନ୍ଦରଗଡ଼ ଜିଲା ଲାଠିକଟା, କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ଆଦି ବ୍ଲକର ପରିବା ଚାଷ କରୁଥିବା ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ଦୂର ହେବ। ଷ୍ଟିଲସିଟି ରାଉରକେଲା ସହରରେ ବର୍ଷଯାକ ତଟକା ପନିପରିବା ଉପଲବ୍ଧ ହେବ। ଚାଷୀଙ୍କ ବଳକା ପରିବା ଆଉ ଫିଙ୍ଗା ଫୋପଡା ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଉରକେଲାରେ ୮କୋଟି ଟଙ୍କା ବ୍ୟୟରେ ୩୦ ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।
୨୦୧୧ରେ ଅନ୍ତର୍ଜାତୀୟ ବ୍ଲୁମବର୍ଗ ମେୟର ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ୧୫ଟି ସହର ମଧ୍ୟରୁ ଏ ତାଲିକାରେ ରାଉରକେଲା ସ୍ଥାନ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୨୨ରେ ଫଳାଫଳ ଘୋଷଣା ହୋଇଥିଲା ଏବଂ ରାଉରକେଲା ସହରରେ ୪ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ୮କୋଟି ଟଙ୍କା ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ମାଧ୍ୟମରେ ଅନୁମୋଦନ ହୋଇଥିଲା। ସ୍ଥାନୀୟ ପରିବା ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଏପ୍ରକାର ଉଦ୍ୟମ ଆରମ୍ଭ ହୋଇଥିଲା। ପୂର୍ବରୁ କୁଆଁରମୁଣ୍ଡା, ଲାଠିକଟା, ନୂଆଗଁା ଓ ବିଶ୍ରା ବ୍ଲକରୁ ମହିଳା ଚାଷୀମାନେ ପନିପରିବା ଧରି ରାଉରକେଲା ସହରକୁ ଆସୁଥିଲେ ଏବଂ ଅଭାବୀ ବିକ୍ରିର ଶିକାର ହୋଇ ଆର୍ଥତ୍କ କ୍ଷତି ସହୁଥିଲେ। ବିପୁଳ ପରିମାଣର ତଟକା ପନିପରିବା ନଷ୍ଟ ମଧ୍ୟ ହେଉଥିଲା। ତେଣୁ ପରିବା କିଭଳି ନଷ୍ଟ ନ ହେବ ସେଥିପାଇଁ ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଚାଲିଥିବା ଶୀତଳଭଣ୍ଡାର ନିର୍ମାଣ କାମ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ଛେଣ୍ଡ୍‌ଠାରେ ନିର୍ମାଣ କାର୍ଯ୍ୟ ଚାଲିଛି। ଯଥାଶୀଘ୍ର ଆମ୍ବାଗାନ ଓ ପାନପୋଷ ମାର୍କେଟରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏ ନେଇ ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ୪ଟି ଶୀତଳଭଣ୍ଡାର ନିର୍ମାଣ ନିମନ୍ତେ ୮କୋଟି ଟଙ୍କା ଅନୁମୋଦନ ହୋଇଛି। ରାଉରକେଲା ଟ୍ରାଫିକ୍‌ ଗେଟ ମାର୍କେଟରେ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଛେଣ୍ଡରେ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଆମ୍ବାଗାନ ଓ ପାନପୋଷ ମାର୍କେଟରେ ଏହା ଆରମ୍ଭ ହେବ ବୋଲି ସେ କହିଥିଲେ। ସେହିପରି ରାଉରକେଲା ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା କହିଛନ୍ତି, ଏହିସବୁ ଶୀତଳ ଭଣ୍ଡାର ୩୦ ମେଟ୍ରିକ ଟନ୍‌ ବିଶିଷ୍ଟ ଅଟେ। ତେଣୁ ପରିବା ଖରାରେ ନଷ୍ଟ ହେବନାହିଁ। ପୂର୍ବରୁ ଚାଷୀ ଶସ୍ତାରେ ପରିବା ବିକ୍ରି କରୁଥିଲେ, ତାହା ଆଉ ହେବନାହିଁ। ପରିବା ଚାଷ କରୁଥିବା ୪ଟି ବ୍ଲକର ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଗୋଷ୍ଠୀଙ୍କ ପାଇଁ ଏହି ଶୀତଳଭଣ୍ଡାର ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri