Posted inଖେଳ

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ ହୋଇଥିଲା। ରାଉରକେଲା ଜିମଖାନା ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ ହରାଇ ୨୨୭ ରନ୍‌ କରିଥିଲା। ଜବାବରେ ରାଞ୍ଚି ଦଳ ୩୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୮୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ମୁଖ୍ୟ ଅତିଥି, ଓଡ଼ିଶା କ୍ରିକେଟ ଆସୋସିଏଶନ ସହ ସମ୍ପାଦକ ମେହେତାବ ଖାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ୍‌ ଦଳକୁ ପୁରସ୍କୃତ କରିଥିଲେ। ଝାରସୁଗୁଡ଼ା କ୍ରିକେଟ ଆସୋସିଏଶନ ସଭାପତି ପ୍ରଜ୍ଜ୍ୱଳ ପଟେଲ, ଅନିରୁଦ୍ଧ କେୱଟ, ପି. ଅଶୋକ, ରବିନ ଷଡଙ୍ଗୀ ଖେଳ ପରିଚାଳନା କରିଥିଲେ। ଉନ୍ନତମାନର ଖେଳ ପ୍ରଦର୍ଶନ ପାଇଁ ସ୍ବସ୍ତିକ ସାମଲ, କ୍ରିଷ୍ଣା ପଲାଇଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ କ୍ଲବର ଅଶୋକ ପ୍ରଧାନ, ସୁବ୍ରତ ଚଇନି, ସଞ୍ଜୟ ଦୁବେ, ଧୀରେନ ପଲାଇ ପ୍ରମୁଖ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri