ଭାଜପାରେ ଅମଲାତନ୍ତ୍ରୀ

Dillip Cherian

ପ୍ରଧାନମନ୍ତ୍ରୀ ତାଙ୍କ ବାବୁମାନଙ୍କୁ ହୁଏତ ଭଲ ପାଇପାରନ୍ତି, କିନ୍ତୁ ରାଜନୀତିରେ ପୂର୍ବତନ ବାବୁମାନେ ଅଧିକ ସଂଖ୍ୟାରେ ଯୋଗଦେବା ଭାଜପା କ୍ୟାଡର ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ଏହି ଧାରା ଏବେ ଅଧିକ ଗତିଶୀଳ ହୋଇଛି। ସିଭିଲ ସର୍ଭାଣ୍ଟମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏବଂ ସରକାରରେ ଏପରିକି ଭାଜପାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛନ୍ତି। କିନ୍ତୁ ସେମାନଙ୍କର ଭାଜପାରେ ଯୋଗଦେବା ଧାରା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ରାଜସ୍ଥାନରେ ୧୯୮୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଚନ୍ଦ୍ରମୋହନ ବାବୁ ଭାଜପାରେ ଯୋଗଦେଇ ଆସନ୍ତା ବିଧାନସଭା ନିର୍ବାଚନରେ ଟିକେଟ ଆଶାୟୀ ଅଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଭାଜପା କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ ଉଠାଇଛନ୍ତି। କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି । ଏପରିକି ଦଳର କେତେଜଣ କର୍ମୀ ଏହା ବିରୋଧରେ ଏକ ଅଭିଯାନ ଆରମ୍ଭ କରି ବିଶ୍ୱସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଟିକେଟ ନ ଦେଇ ପୂର୍ବତନ ବାବୁମାନଙ୍କୁ ଟିକେଟ ଦେଉଥିବା ଦଳୀୟ ନେତୃତ୍ୱକୁ ରୋକିବାକୁ ଚେଷ୍ଟା କରିଛନ୍ତି। ସବୁ ପୂର୍ବତନ ବାବୁ ଭାଜପା ଟିକେଟ ପାଉ ନ ଥିବାବେଳେ ସାଂଗଠନିକ ଭୂମିିକାରେ ସେମାନଙ୍କ ଉପସ୍ଥିତି ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷର କାରଣ ହେଉଛି ବୋଲି ଜଣାପଡ଼ିଛି। ରାଜସ୍ଥାନରେ ଚନ୍ଦ୍ରମୋହନ ବାବୁଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ଭଳି ଘଟଣା ଏବଂ ୨୦ରୁ ଅଧିକ ପୂର୍ବତନ ବାବୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଭାଜପାରେ ଯୋଗଦେବା ବିଷୟ ଅସନ୍ତୋଷକୁ ପଦାକୁ ଆଣିଛି। ତେବେ ରାଜନୀତିରେ ପୂର୍ବତନ ଅମଲାତନ୍ତ୍ରୀ ପ୍ରବେଶ କରିବା ଏବଂ ଗୋଟିଏ ରାଜନୈତିକ ପାର୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଧାରା ଗତିଶୀଳତା ହରାଇବା ସମ୍ଭାବନା ନାହିଁ। ବରଂ ଏହା ଆଗାମୀ ବର୍ଷଗୁଡ଼ିକରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି।
ଶର୍ଟଲିଷ୍ଟରେ ଶେଲୀ
ଇଣ୍ଡିଆନ ରେଲ୍‌ଓ୍ବେ ଫାଇନାନ୍ସ କର୍ପୋରେଶନ(ଆଇଆର୍‌ଏଫ୍‌ସି)ରେ ଖାଲିଥିବା ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ପଦବୀ ପୂରଣ କରିବା ସକାଶେ ରେଳ ମନ୍ତ୍ରଣାଳୟ ଚୟନ ସାକ୍ଷାତକାର କରିବାକୁ ପ୍ରସ୍ତୁତ ହେଉଛି। ପୂର୍ବତନ ସିଏମ୍‌ଡି ଅମିତାଭ ବାନାର୍ଜୀ ଗତବର୍ଷ ଅକ୍ଟୋବରରେ ପଦବୀରୁ ହଟିବା ପରଠାରୁ ବର୍ଷେ ହେଲା ଏହି ପଦବୀ ଖାଲି ରହିଛି। ତାଙ୍କ ନାମରେ ଦୁର୍ନୀତି ମାମଲା ଆସିଲା ପରେ ତାଙ୍କୁ ପବଦୀରୁ ହଟାଇ ଦିଆଯାଇଥିଲା। ସୂତ୍ରରୁ ଜଣାପଡ଼ଛି, ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଯୋଗ୍ୟ ତାଲିକା ବା ଶର୍ଟଲିଷ୍ଟରେ ପିଏସ୍‌ୟୁରେ ଅର୍ଥ ନିର୍ଦ୍ଦେଶକ ଏବଂ ସାମୟିକ ଭାବେ ସିଏମ୍‌ଡି ଭାବରେ କାର୍ଯ୍ୟ କରିଥିବା ଶେଲୀ ବର୍ମା ରହିଛନ୍ତି। ବାନାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଶେଲୀ ବହୁମୂଲ୍ୟ ଉପହାର ପ୍ରଦାନ ସଂକ୍ରାନ୍ତୀୟ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ପଦକ କ୍ରୟ ପାଇଁ ଅନୁମୋଦନ କରିଥିଲେ। ଅଭିଯୋଗ ଥାଇ ତାଙ୍କ ନାମ ଶର୍ଟଲିଷ୍ଟରେ ରଖାଯାଇଥିବାରୁ ଅସନ୍ତୋଷ ବଢିଛି। ବାନାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଆର୍ଥିକ ଅନିୟମିତତା ଏବଂ ସନ୍ଦେହଜନକ ଖର୍ଚ୍ଚର ଭିଜିଲାନ୍ସ ତଦନ୍ତରେ ତାଙ୍କ ସମେତ ଅନେକ ଆଇଏଫ୍‌ଆର୍‌ସି ଅଧିକାରୀ ଥିବାବେଳେ ସିବିଆଇ ମାମଲାରେ ଶେଲୀଙ୍କ ନାମ ନାହିଁ। ତେବେ ବାନାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ବେଆଇନ ଭାବେ ପଦକ କ୍ରୟରେ ସେ ଜଡ଼ିତ ଥିବାରୁ ସିଏମ୍‌୍‌ଡି ଦାୟିତ୍ୱ ପାଇଁ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠୁଛି। ପଦବୀରେ ପୂରା ସମୟ ରହିବା ଲାଗି ରେଲଓ୍ବେର ଭିଜିଲାନ୍ସ ଡାଇରେକ୍ଟୋରେଟ ଶେଲୀଙ୍କୁ କ୍ଲିନ୍‌ ଚିଟ୍‌ ଦେବାକୁ ହେବ। ତେବେ ଏଭଳି ବିବାଦ ଆଇଆର୍‌ଏଫ୍‌ସିର ନେତୃତ୍ୱ ପାଇଁ ଚୟନ ପ୍ରକ୍ରିୟାକୁ କିଭଳି ପ୍ରଭାବିତ କରିବ ତାହା ଦେଖିବାକୁ ବାକି ରହିଛି।
କଡ଼ା ପଦକ୍ଷେପ
କେନ୍ଦ୍ରୀୟ ଡେପୁଟେଶନ ଏବଂ ବୈଦେଶିକ କାର୍ଯ୍ୟରୁ ୮ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରିବା ନିଷ୍ପତ୍ତି ନିଆଯାଇଛି। ସିଭିଲ୍‌ ସର୍ଭିସେସ୍‌ ମଧ୍ୟରେ ଶୃଙ୍ଖଳା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲିି ଦୃଢ଼ ସଙ୍କେତ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ଏକ ପ୍ରୟାସ। ଅଧିକାରୀମାନଙ୍କର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଏବଂ ଦାୟିତ୍ୱ ପାଳନର ଗୁରୁତ୍ୱକୁ ଏହା ମଧ୍ୟ ସୂଚିତ କରେ। ଏହିି ଆଇପିଏସ୍‌ ଅଧିକାରୀମାନେ ସେମାନଙ୍କର ଶେଷ ଦାୟିତ୍ୱରେ ଯୋଗଦେବାରେ ବିଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ମୋଡାକ ରାଜେଶ ଦୀନେଶରାଓ, ଡ.ମୀନାକ୍ଷୀ କାତ୍ୟାୟାନ ଓ ଏଲ୍‌.ଭି.ଆଣ୍ଟୋନି ଦେବକୁମାର (ୟୁପି କ୍ୟାଡରରୁ), ରାଗସୁଧା ଆର୍‌, ଅତୁଲ ବିକାଶ କୁଲକର୍ଣ୍ଣି ଓ ଗୋରଖ ସୁରେଶ ଭାମେର (ମହାରାଷ୍ଟ୍ର କ୍ୟାଡରରୁ), ରାଜେଶ ଡଗଲ ଓ ରାଜେନ୍ଦ୍ର କୁମାର ମୀନା(ହରିୟାଣା କ୍ୟାଡରରୁ)। ଭବିଷ୍ୟତରେ ଅଧିକାରୀମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଦାୟିତ୍ୱକୁ କିଭଳି ଏଡ଼ାଇ ନ ଯିବେ ସେଥିପାଇଁ ବରଖାସ୍ତ ପ୍ରକ୍ରିୟା ଏକ ପ୍ରତିଷେଧକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି । ସୂତ୍ରରୁ ଜଣାପଡ଼ିଛି, ବରଖାସ୍ତ ହୋଇଥିବା ଅଧିକାରୀମାନେ କ୍ୟାରିୟର ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି, ଯାହା ସେମାନଙ୍କର ବୃତ୍ତିଗତ ଉନ୍ନତିି ତଥା ବିଭିନ୍ନ ଅଭିଜ୍ଞତା ପାଇଁ ସୁଯୋଗକୁ ପ୍ରଭାବିତ କରିପାରେ । ଆଶା କରାଯାଏ, ଏହି ପଦକ୍ଷେପ ସମସ୍ତ ବାବୁଙ୍କୁ ସଙ୍କେତ ଦିଏ ଯେ ନିଯୁକ୍ତିକୁ ପାଳନ ନ କରିବା ପରିଣାମ ଗୁରୁତର ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri