ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର ପରୀକ୍ଷା: ସର୍ବଭାରତୀୟ ସ୍ତରରେ ରୋଷନ ଟପ୍ପର

ଖୋର୍ଦ୍ଧା ଅଫିସ,୯।୪: କଠିନ ପରିଶ୍ରମ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସ୍ବପ୍ନ ଏବଂ ଦୃଢ଼ ମନୋବଳ ସଫଳତା ଆଣିଦିଏ। ଏହାର ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀର ରୋଷନ ଜେନା। ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରୋଷନ। ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର(ଏଏଓ) ପରୀକ୍ଷାରେ ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜାତୀୟ ସ୍ତରରେ ରୋଷନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜଟଣୀ ରେଲଓ୍ବେ କଲୋନୀରେ ରହୁଥିବା ଭୀମସେନ ଓ ସବିତାଙ୍କ ବଡ଼ପୁଅ ରୋଷନ ପିଲାବେଳୁ ଜଣେ ମେଧାବୀ ଛାତ୍ର। ସେ ଖୋର୍ଦ୍ଧାରୋଡ୍‌ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ଏବଂ ଏନ୍‌ଆଇଟି ରାଉରକେଲାରୁ ବି-ଟେକରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଇଏଏସ୍‌ ହେବା ଲକ୍ଷ୍ୟରେ ପାଠପଢ଼ା ଜାରି ରଖିଥିବା ରୋଷନ ଏସଏସସି ଆସିଷ୍ଟାଣ୍ଟ ଅଡିଟ ପରୀକ୍ଷା ଦେଇଥିଲେ। କୋଭିଡ୍‌ ଯୋଗୁ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲା। ସଦ୍ୟ ପ୍ରକାଶିତ ପରୀକ୍ଷାରେ ରୋଷନ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏନେଇ ପରିବାର ଏବଂ ଜଟଣୀ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
ରୋଷନ କହିଛନ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚିିବା ଲାଗି କଠିନ ସାଧନା ଆବଶ୍ୟକ। ବିନା ପରିଶ୍ରମରେ କୌଣସି ସଫଳତା ମିଳି ନ ଥାଏ। ପରୀକ୍ଷା ପାଇଁ ଦୈନିକ ୧୦ରୁ ୧୨ଘଣ୍ଟା ପରିଶ୍ରମ କରୁଥିଲି। ବାପା ମା’ଙ୍କ ଆଶୀର୍ବାଦ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ସଫଳତା ପାଇଛି। ଜୀବନରେ ସଫଳତା ନ ପାଇବା ପର୍ଯ୍ୟନ୍ତ ନିରନ୍ତର ଅଭ୍ୟାସ ଏବଂ ପରିଶ୍ରମ ଜାରି ରଖିବାକୁ ସେ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଭାଗ୍ୟକୁ ଦୋଷ ଦେବା ପରିବର୍ତ୍ତେ, କର୍ମକ୍ଷେତ୍ରରେ ନିଷ୍ଠାପର ଭାବେ ଆଗେଇ ଚାଲିଲେ, ଦିନେ ନା ଦିନେ ସଫଳତା ମିଳିବ। ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହି ସଫଳତା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri