ଡିଆଇଡି ଲିଟିଲ ମାଷ୍ଟରରେ ହୃଦୟ ଜିଣିଲେ ଝାରସୁଗୁଡ଼ାର ରୋଶନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜୀବନ ସଂଘର୍ଷରେ ହିଁ ଥାଏ ସଫଳତାର ବାଟ। ବଞ୍ଚତ୍ବାକୁ ସଂଘର୍ଷ କରୁଥିବା ଏମିତି ଏକ ଶ୍ରମିକ ପରିବାରରୁ ଆସି ବମ୍ବେରେ ପହଞ୍ଚତ୍ଛନ୍ତି ୧୧ବର୍ଷୀୟ ରୋଶନ କୁମାର। ଦେଶର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ (ଡିଆଇଡି) ଲିଟିଲ ମାଷ୍ଟର ସିଜନ-୫ରେ ହିପ୍‌ହପ୍‌କୁ ନେଇ ନୃତ୍ୟ ପ୍ରଦର୍ଶନ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି ଝାରସୁଗୁଡ଼ାର ଏହି ବାଳକ। ସେ ପ୍ରଥମ ରାଉଣ୍ଡ୍‌ କ୍ଲିଅର କରିଛନ୍ତି। ତେବେ ପୁଅର ଏହି ସଫଳତା ପାଇଁ ମା’ ଶାରଦା ସାହୁଙ୍କ ସ୍ବପ୍ନ ଆଉ ସଂଘର୍ଷର କାହାଣୀ ଆଜି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି। ଶୋ’କୁ ଯିଏ ଦେଖୁଛି, ଓଡ଼ିଶାର ଏହି ମହାନ ମା’ ଆଉ ତାଙ୍କ ସୁଯୋଗ୍ୟ ସନ୍ତାନଙ୍କୁ ସଲାମ୍‌ ଜଣାଉଛି।

ନୃତ୍ୟରେ ଚକିତ ହୋଇଯିବା ପରେ ବିଚାରକମାନେ ତାଙ୍କ ମା’ ଶାରଦାଙ୍କୁ ଷ୍ଟେଜ୍‌କୁ ଡାକିଥିଲେ। ଆଉ ଶାରଦା ଯେତେବେଳେ ନିଜ ସଂଘର୍ଷର କାହାଣୀ କହିଥିଲେ ତାହା ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ଶାରଦାଙ୍କୁ ତାଙ୍କ ସ୍ବାମୀ ପୋଡ଼ି ମାରିଦେବାକୁ ଚାହୁଁଥିବାବେଳେ ସେ ଘର ଛାଡ଼ି ୩ ପିଲାଙ୍କୁ ଧରି ବାହାରକୁ ପଳାଇ ଆସିଥିଲେ। ଏଠି ସେଠି ମୁଣ୍ଡ ଗୁଞ୍ଜିବା ସହ ଚୁଡ଼ି ବିକି ପିଲାଙ୍କୁ ମଣିଷ କରୁଛନ୍ତି। ବଡ଼ ପୁଅ ଶ୍ରମିକ କାମ କରୁଥିବାବେଳେ ରୋଶନ ତାଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ଦେଇଥିବା କହିଛନ୍ତି ଶାରଦା। ରୋଶନଙ୍କର ଛୋଟବେଳୁ ପ୍ରତିଭା ଦେଖି ସେ ନାଚିବାକୁ ସୁଯୋଗ ଓ ସାହସ ଦେଇଥିଲେ।

ରୋଶନ ସବୁବେଳେ ନୃତ୍ୟ ଅଭ୍ୟାସ କରିବା ସହ ଘର ପାଖରେ ହେଉଥିବା କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରନ୍ତି। ତେବେ ବମ୍ବେରେ ହେଉଥିବା ଡିଆଇଡି ଲିଟିଲ ମାଷ୍ଟର-ସିଜନ ୫ରେ ଭାଗନେବାକୁ ରୋଶନ ତାଙ୍କ ମା’ଙ୍କୁ କହିଥିଲେ। ପୁଅର ମନ ଛୋଟ ନ ହେଉ ଓ ସେ ଆଗକୁ ବଢ଼ୁ ବୋଲି ମା’ ଶାରଦା ଚାହିଁଥିଲେ ମଧ୍ୟ ଅର୍ଥ ଚିନ୍ତା ଘାରିଥିଲା। ହେଲେ ସେ ଭାଙ୍ଗି ନ ପଡ଼ି ନିଜ ପରିଶ୍ରମକୁ ବଢ଼ାଇ କିଛି ଟଙ୍କା ଯୋଗାଡ଼ କରିଥିଲେ। ଏଥିସହ ଟ୍ରେନରେ ଚୁଡ଼ି ବିକି ବିକି ସେ ପୁଅକୁ ଧରି ବମ୍ବେରେ ପହଞ୍ଚତ୍ଥିଲେ। ପୁଅର ସ୍ବପ୍ନ ଆଗରେ ମା’ ଯେ ସର୍ବସଂହା ଓ କେତେ ଶକ୍ତିଶାଳୀ ହୋଇପାରେ ତାହା ସେ ପ୍ରମାଣ କରିଥିଲେ। ତାଙ୍କର ଏହି ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣିବା ପରେ ଉପସ୍ଥିତ ବିଚାରକମଣ୍ଡଳୀ ଓ ଅନ୍ୟମାନେ ଭାବବିହ୍ବଳ ହୋଇପଡ଼ିଥିଲେ।

ଅଭିନେତ୍ରୀ ସୋନାଲି ରୋଶନଙ୍କ ସଫଳତା ହିଁ ଜଣେ ମା’ର ବିଶ୍ୱାସ ବୋଲି କହିଛନ୍ତି। ଅନ୍ୟତମ ବିଚାରକ ବଲିଉଡ କୋରିଓଗ୍ରାଫର ରେମୋ ଡିସୁଜା କହିଛନ୍ତି, ରୋଶନଙ୍କ ଫୁଟ୍‌ ଷ୍ଟେପଗୁଡ଼ିକ ସ୍ମୁଥ୍‌ ଓ ଫାଷ୍ଟ ଥିଲା, ଯାହା ତାଙ୍କୁ ଭଲ ଲାଗିଥିଲା। ସେ ବହୁତ ଭଲ କରିବେ ବୋଲି ପ୍ରଥମରୁ ଜାଣିପାରିଥିଲେ। ସେ ଯେବେ ଯାଏ ଡ୍ୟାନ୍ସ କରିବେ ସେ ତାଙ୍କୁ ସାହାଯ୍ୟ କରିବେ। ଏବେଠୁ ରୋଶନ ତାଙ୍କର ବୋଲି ରେମୋ ଷ୍ଟେଜ୍‌ରେ ଘୋଷଣା କରିଥିଲେ। ସେହିଭଳି ବିଚାରକ ତଥା ଅଭିନେତ୍ରୀ ମୌନି ମଧ୍ୟ ସମସ୍ତଙ୍କ ବିଶ୍ୱାସ ସହ ରୋଶନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri