ଭଲ ମାନସିକତା ସଫଳତା ଆଣିଦିଏ: ଶିଳ୍ପପତି ପ୍ରମୋଦ ଚନ୍ଦ୍ର ରଥ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଅନେକ ପ୍ରମୁଖ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ସଫଳତାର ସହ ସମ୍ପନ୍ନ କରି ସେ ଉଚ୍ଚ ପ୍ରଶଂସିତ। ବୈଷୟିକ ଶିକ୍ଷା ବିସ୍ତାର କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେଇଛନ୍ତି। ସ୍ବାସ୍ଥ୍ୟସେବା, ହସ୍ପିଟାଲିଟି ଓ ହୋଟେଲ ଶିଳ୍ପରେ ପ୍ରତିପାଦନ କରିଛନ୍ତି ନିଜର ସ୍ବାତନ୍ତ୍ର୍ୟ। ଦୀର୍ଘ ୪ ଦଶନ୍ଧିର ବୃତ୍ତିଗତ ଯାତ୍ରା ଭିତରେ ଅନେକ ସଂଘର୍ଷକୁ ସାମ୍ନା କରିଛନ୍ତି, ହେଲେ ଅପସରି ଯାଇନାହାନ୍ତି ସଂକଳ୍ପ ପଥରୁ। ନିରବଚ୍ଛିନ୍ନ ସାଧନା ଓ କର୍ତ୍ତବ୍ୟନିଷ୍ଠା ତାଙ୍କୁ ସଫଳତା ଓ ପରିଚୟ ଦେଇଛି। ତାଙ୍କ ଜୀବନ ଯାତ୍ରାର ପ୍ରତିଟି ଫର୍ଦ୍ଦ ନୂତନ ପିଢ଼ିକୁ ମାର୍ଗ ଦେଖାଇ ପ୍ରେରଣା ଦେଇଛି। ଶ୍ରୀଦୁର୍ଗା କଣ୍ଡେଭ ପ୍ରାଇଭେଟ୍‌ ଲିମିଟେଡ୍‌, ଡ୍ରିମ୍‌ସ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ, ପ୍ରମୋଦ ହୋଟେଲ ଗ୍ରୁପ୍‌, ପଦ୍ମିନୀ କେୟାର ହସ୍ପିଟାଲ ଆଦିର ପ୍ରତିଷ୍ଠାତା ଅଧ୍ୟକ୍ଷ ଶିଳ୍ପପତି ପ୍ରମୋଦ ଚନ୍ଦ୍ର ରଥଙ୍କ ସହ ‘ଧରିତ୍ରୀ’ର ସାକ୍ଷାତ୍‌କାର।

ଜଣେ ସଫଳ ଓ ପ୍ରତିଷ୍ଠିତ ଶିଳ୍ପପତି ଭାବେ ଆପଣ ବେଶ୍‌ ଜଣାଶୁଣା। କେମିତି ଥିଲା ସଂକଳ୍ପ ଆଉ ସାଧନାର ଯାତ୍ରା?
ସ୍କୁଲରେ ପଢ଼ିବାବେଳେ ଇଚ୍ଛା ଥିଲା ଅନେକ। ହେଲେ ଚାକିରି ପଛରେ ନ ଗୋଡାଇ ନିଜେ କିଛି କରିବାର ଲକ୍ଷ୍ୟ ନେଇ ଆରମ୍ଭ କରିଥିଲି ବ୍ୟବସାୟ। ନିଜ ଗୋଡ଼ରେ ଠିଆହେବା ସହ ଅନ୍ୟକୁ ନିଯୁକ୍ତି ଯୋଗାଇବା ଥିଲା ମୋର ଉଦ୍ଦେଶ୍ୟ। ବାପା ବି ମୋ ଭବିଷ୍ୟତକୁ ନେଇ ଅତ୍ୟନ୍ତ ଚିନ୍ତିତ ରହୁଥିଲେ। ଚାକିରି କରିବି ନା ବ୍ୟବସାୟ ଏମିତି ଦୋଛକିରେ ଛିଡ଼ାହୋଇ ଶେଷରେ ବ୍ୟବସାୟକୁ ବାଛିଥିଲି। ଅଶୀ ଦଶକରେ ପ୍ରଥମେ ଇଡ୍‌କୋ ସହାୟତାରେ କିଛି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲି। ପରେ ‘ଶ୍ରୀଦୁର୍ଗା କଣ୍ଡେଭ୍‌ ପ୍ରା.ଲିଃ’ ସ୍ଥାପନ ସହ ବିଭିନ୍ନ ପ୍ରକଳ୍ପ ଆମେ ହାତକୁ ନେଇଥିଲୁ। ଏନ୍‌ଏଚ୍‌ଆଇ, ରେଲୱେ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଲା। ପ୍ରକଳ୍ପରେ ଗୁଣାମତ୍କ ମାନ ଓ ନିର୍ଦ୍ଧାରିତ ସମୟରେ ଏହାକୁ ସମ୍ପୂର୍ଣ୍ଣ କରିବା ହେତୁ ଆମ ନିର୍ମାଣ ସଂସ୍ଥା ସରକାରଙ୍କ ଆସ୍ଥାଭାଜନ ହୋଇପାରଛି। ସେହି ବିଶ୍ୱସନୀୟତା ବଜାୟ ରଖିବା ଲାଗି ପ୍ରଚେଷ୍ଟା ଜାରି ରହିଛି।

ନିର୍ମାଣ କ୍ଷେତ୍ରରେ ସଫଳତା ଅର୍ଜନ ପରେ କ’ଣ ପାଇଁ ଇଞ୍ଜିିନିୟରିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଗି ମନବଳାଇଲେ?
ମୋର ପ୍ରେରଣାଦାତା ହେଉଛନ୍ତି ମୋ ବାପା। ତାଙ୍କ ଇଚ୍ଛା ଥିଲା ଆମ ଅଞ୍ଚଳରେ ଇଞ୍ଜିନିୟରିଂ କଲେଜଟିଏ ସ୍ଥାପନ ହେଲେ ପିଲାଙ୍କୁ ଆଉ ବାହାରକୁ ଯିବାକୁ ପଡ଼ନ୍ତା ନାହିଁ। ୧୯୯୪ରେ ତାଙ୍କର ଦେହାନ୍ତ ହେଲା। ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଆମେ ତାହା କରିବାକୁ ନିଷ୍ପତ୍ତି ନେଲୁ। ପିତା ଧନେଶ୍ୱର ରଥଙ୍କ ନାମରେ ୧୯୯୯ ମସିହାରେ ‘ଡ୍ରିମ୍‌ସ’ କଲେଜ ସ୍ଥାପନ ହେଲା। ଆଜି ଏହା ସ୍ବୟଂଶାସିତ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇବା ସହିତ ଡ୍ରିମ୍‌ସ ଗ୍ରୁପ୍‌ର ଅନେକ ପାଠ୍ୟକ୍ରମରେ ଯୋଡ଼ିହୋଇଛି। ଆଗକୁ ମେଡିକାଲ କଲେଜ ସ୍ଥାପନ ଲକ୍ଷ୍ୟ ବି ରହିଛି।

ଏତେସବୁ ଅନୁଷ୍ଠାନ ପରେ ହୋଟେଲ ଶିଳ୍ପକୁ ଗଲେ କାହିଁକି? କ’ଣ ବ୍ୟବସାୟ ପରିବର୍ଦ୍ଧନ ଲକ୍ଷ୍ୟରେ?
ହୋଟେଲ ବ୍ୟବସାୟ କ୍ଷେତ୍ରରେ ଆଗରୁ ସେମିତି କିଛି ଅଭିଜ୍ଞତା ନ ଥିଲା। ୧୯୯୭ରେ ଶ୍ରୀଜଗନ୍ନାଥଙ୍କ କୃପାରୁ ପ୍ରଥମକରି ପର୍ଯ୍ୟଟନ କ୍ଷେତ୍ର ପୁରୀ ଷ୍ଟେଶନ୍‌ ରୋଡ୍‌ରେ ‘ପଦ୍ମା’ ନାମରେ ଆମେ ଏକ ହୋଟେଲ ଆରମ୍ଭ କଲୁ। ଅବଶ୍ୟ ତାହା ନିଲାମ ସୂତ୍ରରେ ଆମକୁ ମିଳିଥିଲା। ହୋଟେଲଟି ଭଲ ଚାଲିଲା। ହେଲେ ହୋଟେଲ ବିଜ୍‌ନେସ୍‌ ଉପରେ ଆମେ ସେତେଟା ଗୁରୁତ୍ୱ ଦେଇ ନ ଥିଲୁ। ମୋ ପୁଅ ଦୁର୍ଗାପ୍ରସାଦ (ବୁବୁ) ଇଞ୍ଜିନିୟରିଂ ପଢ଼ା ସାରିବା ପରେ କନ୍‌ଷ୍ଟ୍ରକଶନ୍‌ କ୍ଷେତ୍ରକୁ ଆସିବ ବୋଲି ଭାବିଥିଲୁ। ମାତ୍ର ସେ ହୋଟେଲ ଓ ଅଟୋମୋବାଇଲ ବିଜ୍‌ନେସ୍‌ ଉପରେ ଫୋକସ୍‌ କଲା। ବିଶେଷକରି ହୋଟେଲ ବିଜ୍‌ନେସ୍‌କୁ ଆଗକୁ ବଢ଼ାଇବାକୁ ଚାହିଁଲା। ଏବେ କଟକ ଓ ପୁରୀରେ ‘ପ୍ରମୋଦ କନଭେନ୍‌ଶନ୍‌ ଆଣ୍ଡ କ୍ଲବ ରିସର୍ଟ’ ନାମରେ ଆମର ହୋଟେଲ ରହିଛି। ଗୋପାଳପୁରରେ ଓଟିଡିସି ସହଯୋଗରେ ଆଉ ଏକ ହୋଟେଲ ନିର୍ମାଣ କାର୍ଯ୍ୟ ଚାଲିଛି। ଭୁବନେଶ୍ୱରରେ ଅନ୍ୟ ଏକ ଇଣ୍ଟରନ୍ୟାଶନାଲ ଗ୍ରୁପ ସହଯୋଗରେ ଗୋଟିଏ ପଞ୍ଚତାରକା ହୋଟେଲ କରାଯାଇଛି। ଭିତରକନିକାରେ ମଧ୍ୟ ଇକୋ ଟୁରିଜମ୍‌କୁ ଦୃଷ୍ଟିରେ ରଖି ଆଉ ଏକ ହୋଟେଲ ଖୋଲିବା ପ୍ରସ୍ତାବ ରହିଛି। ସେଠାରେ ପ୍ରାରମ୍ଭିକ କାର୍ଯ୍ୟ ବି ଆରମ୍ଭ ହୋଇଛି।

କୋଭିଡ୍‌-୧୯ ଜୀବନଜୀବିକାକୁ ବିପର୍ଯ୍ୟସ୍ତ କରିଥିବାବେଳେ ହୋଟେଲ ବ୍ୟବସାୟ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏହି ଚ୍ୟାଲେଞ୍ଜକୁ କିଭଳି ସାମ୍ନା କରିଥିଲେ ?
କରୋନା ଆମ ଜୀବନଧାରାକୁ କ୍ଷତିଗ୍ରସ୍ତ କରିଛି, ସତ ମାତ୍ର ବଞ୍ଚତ୍ବାର ଅନେକ ନୂଆ କଥା ଶିଖାଇଛି। ଏ ଜୀବନ ଜୀବିକା ଯୁଦ୍ଧରେ କିଭଳି ନିଜକୁ ପ୍ରସ୍ତୁତ କରିବାକୁ ହେବ ଓ ଜୀବନକୁ ନୂଆ ରୂପ ଦେଇହେବ ସେନେଇ ଉପାୟ ଖୋଜା ଚାଲିଥିବାବେଳେ ଆମେ ନୂତନ ବ୍ୟବସ୍ଥା ସ୍ବରୂପ କେତେକ କାର୍ଯ୍ୟକ୍ରମ ହାତକୁ ନେଇ ସଫଳତା ପାଇଥିଲୁ। କରୋନା ପାଇଁ ସହରଠୁ ଗାଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଥିବାବେଳେ ଆମେ ଏକ ଅଭିନବ ଢଙ୍ଗରେ ଗ୍ରାହକଙ୍କ ପାଖରେ ପହଞ୍ଚତ୍ବାର ପ୍ରୟାସ କରିଥିଲୁ।

ନୂଆ ବ୍ୟବସ୍ଥା କ’ଣ ଓ କିଭଳି ଥିଲା?
କୋଭିଡ୍‌ କଟକଣା ପାଇଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିଲେ। ବାହାରକୁ ଯାଇ ଖିଆପିଆ କରିବା ସୁଯୋଗ ନ ଥିଲା। ଘରେ ରହି ବୋର୍‌ ଅନୁଭବ କରୁଥିଲେ। ସେହି ସମୟରେ ଆମ ହୋଟେଲ ପକ୍ଷରୁ ‘ଫ୍ରେସ୍‌ ବକ୍ସ’ ବ୍ୟବସ୍ଥା ଆରମ୍ଭ କରି ଗ୍ରାହକଙ୍କୁ ମନପସନ୍ଦର ଖାଦ୍ୟ ପରଷି ଦେଇଥିଲୁ। ଏହା ଥିଲା ରାଜ୍ୟରେ ପ୍ରଥମ ଓ ଅଭିନବ ପ୍ରୟାସ। ଅର୍ଡର ମୁତାବକ ଆମେ ବିଭିନ୍ନ ଆକର୍ଷଣୀୟ ଚଟ୍‌ପଟି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ହୋମ୍‌ ଡେଲିଭରି କରୁଥିଲୁ। ଗ୍ରାହକମାନେ ତାକୁ ଛାଣି କିମ୍ବା ଭାଜି ଗରମାଗରମ ଖାଇପାରୁଥିଲେ। ସେଥିରେ ହୋଟେଲ ପରି ସ୍ବାଦ ଓ କ୍ୱାଲିଟି ଭରିରହିଥିଲା। ରଥଯାତ୍ରା, ରଜ ଓ ଅନ୍ୟ ପର୍ବପର୍ବାଣି ସମୟରେ ମଧ୍ୟ ଗ୍ରାହକଙ୍କ ପାଇଁ ଆମ ହୋଟେଲ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ନିରାମିଷ ଭୋଜନ ବ୍ୟବସ୍ଥା ସହ ପିଠାପଣା ବି ଯୋଗାଇଦେଇଥିଲୁ। ଏସବୁ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଏହି କାର୍ଯ୍ୟରେ ପ୍ରଶାସନ ମଧ୍ୟ ଆମକୁ ସହଯୋଗର ହାତ ବଢ଼ାଇଥିଲା। ଏବେ କରୋନାର ପ୍ରକୋପ ହ୍ରାସ ପାଇଛି। ଦୋକାନବଜାର ଖୋଲିଲାଣି। ଟିକାକରଣ ବି ଚାଲିଛି। ହୋଟେଲ ବ୍ୟବସାୟ ୯୫% ସ୍ବାଭାବିକ ହେଲାଣି। ତେବେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ୍‌ ହୋଇ ନ ଥିବାରୁ ବାହାର ଟୁରିଷ୍ଟ ଆସୁନାହାନ୍ତି। ତେବେ ଦେଶ ଭିତର ଟୁରିଷ୍ଟଙ୍କ ସଖ୍ୟା ଯଥେଷ୍ଟ ବଢ଼ିଛି। ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ବ୍ୟବସାୟ ଅଧିକ ଉସତ୍ାହଜନକ ହେବ, ଏ ଆଶା ବି ରହିଛି।

ଗତବର୍ଷ କୋଭିଡ୍‌ ଭଳି ସଙ୍କଟ ବେଳେ ‘ପଦ୍ମିନୀ କେୟାର’ ହସ୍ପିଟାଲ ଖୋଲିଲେ। ଏହା କେମିତି ଥିଲା ?
କୋଭିଡ୍‌-୧୯ର ଭୟାବହ ସ୍ଥିତି ବେଳେ ମୁକାବିଲା ପାଇଁ ପ୍ରଶାସନ ଆମର ସହଯୋଗ ଲୋଡ଼ିଥିଲା। ‘ଡ୍ରିମ୍‌ସ’ରେ କୋଭିଡ୍‌ କେୟାର ସେଣ୍ଟର ଖୋଲିଲା। କୋଭିଡ୍‌ ସମୟରେ ଜନତାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଅନୁଭୂତି ଆମକୁ ପର ମୁହୂର୍ତ୍ତରେ ଏକ ହସ୍ପିଟାଲ ପ୍ରତିଷ୍ଠା ଲାଗି ପ୍ରେରିତ କଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତବର୍ଷ ଅଗଷ୍ଟରେ ଉଦ୍‌ଘାଟିତ ୪୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ‘ପଦ୍ମନୀ କେୟାର’ ହସ୍ପିଟାଲ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଚାଲିଛି।

ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଭିତରେ କିଭଳି ନିଜକୁ ପ୍ରସ୍ତୁତ ରଖନ୍ତି?
ଜୀବନ ହିଁ କର୍ମମୟ। ତେବେ କାର୍ଯ୍ୟଭାର ଭିତରେ ବି ସମୟ ବାହାରକରି ଆମକୁ ପ୍ରିୟପରିଜନ ଓ ସାଙ୍ଗସାଥୀଙ୍କ ମେଳରେ ରହିବାକୁ ପଡ଼ିବ। ମୁଁ ମଧ୍ୟ ଛୁଟିଦିନ କିମ୍ବା ଫୁରସତ୍‌ ବେଳେ ସ୍କୁଲ ସାଙ୍ଗମାନଙ୍କ ସହ ତାସ୍‌ ଖେଳିବା ଓ ଖିଆପିଆ କରିବାକୁ ଭଲପାଏ। ବିଶେଷ କିଛି ଅସୁବିଧା ନ ଥିଲେ ବର୍ଷକୁ ଅନ୍ତତଃ ଥରେ ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହିତ ବିଦେଶ ବୁଲିବାକୁ ଯାଏ।

ଆପଣଙ୍କ ସଫଳତାର ରହସ୍ୟ କ’ଣ ?
ଆଜି ମୁଁ ଯେଉଁଠି ଅଛି, ଯେମିତି ବି ଅଛି ଏସବୁ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ। ଧର୍ମାନୁଷ୍ଠାନ ଓ ଆଧ୍ୟାମତ୍ିକ କାର୍ଯ୍ୟ ପ୍ରତି ମୋର ପିଲାବେଳରୁ ହିଁ ଆସକ୍ତି ରହିଛି। ମୋ ପାଇଁ ଚଳନ୍ତି ଈଶ୍ୱର ହେଉଛନ୍ତି ମୋର ମାତାପିତା। ସାଧନା ପଥରେ ପ୍ରେରଣାଦାତ୍ରୀ ହେଉଛନ୍ତି ମୋର ସହଧର୍ମିଣୀ ‘ପଦ୍ମିନୀ’। ମୋ ମତରେ କିଛି ଭଲ କରିବାର ମାନସିକତା ରହିଲେ ସଫଳତା ଆପେ ମିଳିବ।

ଶେଷ କଥା କ’ଣ କହିବେ ?
ନିରବଚ୍ଛିନ୍ନ ପ୍ରଚେଷ୍ଟା ଓ ଈଶ୍ୱରଙ୍କ ଆଶୀର୍ବାଦରୁ ଯେଉଁ ସଫଳତା ମିଳିଛି ବା ମିଳିବ ତାକୁ ବହୁଗୁଣିତ କରିବା ଓ ଲୋକଙ୍କ ହୃଦୟ ଜିଣିବା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri