ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା: ଶୁଭ୍ରାଙ୍କୁ ୩ ଘଣ୍ଟା ଜେରା, ୩ ସହଯୋଗୀଙ୍କୁ ନୋଟିସ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦ୍ୱିତୀୟ ଦିନରେ ସିବିଆଇ ୩ଘଣ୍ଟା ଜେରା କରିଛି। ଜେରାବେଳେ ଏହି ଠକେଇରେ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ପ୍ରଭାବଶାଳୀଙ୍କ ଲିଙ୍କ୍‌ ଥିବା ସୁରାକ୍‌ ମିଳିଥିବାରୁ ଏନେଇ ସିବିଆଇ ଶୁଭ୍ରାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲା। ଏହି ସମୟରେ ଶୁଭ୍ରା ୩ଜଣ ସହଯୋଗୀଙ୍କ ନାମ ନେଇଥିଲେ। ଉକ୍ତ ତିନିଜଣ ଶୁଭ୍ରାଙ୍କ ସହ ସଂସ୍ଥାର ଚେୟାରମ୍ୟାନ୍‌ ଥିବା ସ୍ବାମୀ ଗୌତମ କୁଣ୍ଡୁଙ୍କୁ ସହଯୋଗ କରୁଥିଲେ। ତାଙ୍କ ବୟାନ ଆଧାରରେ ସିବିଆଇ ସେମାନଙ୍କୁ ହାଜର ପାଇଁ ନୋଟିସ୍‌ ଦେଇଥିବା ସୂଚନା ମିଳିଛି। ତେବେ ସିବିଆଇ ପକ୍ଷରୁ ତାଙ୍କ ନାମ ପ୍ରକାଶ କରାଯାଇନାହିଁ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ଅନେକଥର କମ୍ପାନୀ କାର୍ଯ୍ୟରେ କୋଲକାତା ଯାଇଥିବା ସିବିଆଇ ଜାଣିବାକୁ ପାଇଛି। ତେଣୁ ଶୁଭ୍ରାଙ୍କୁ ସିବିଆଇ ଆଉଥରେ କୋଲକାତା ନେଇ ମାମଲାର ଅଧିକ ଖୋଳତାଡ଼ କରିବାକୁ ଯୋଜନା ରଖିଛି। ସୋମବାର ରାଜଧାନୀର ୩ ସ୍ଥାନରେ ସିବିଆଇ ଚଢଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେଥିରୁ କିଛି ଜାଲ୍‌ କାଗଜପତ୍ର ଥିବା ଜଣାପଡିଛି। ସିବିଆଇର ତଦନ୍ତ ସରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଶୁଭ୍ରାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରୋଜ ଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ୧୭ହଜାର ୫ଶହ କୋଟିର ଠକେଇ କରିଥିବାବେଳେ ଓଡ଼ିଶାରୁ ୫ଶହ କୋଟିରୁ ଊର୍ଦ୍ଧ୍ୱ ରହିଛି। ୨୦୧୩ ମସିହାରେ ଇଓଡବ୍ଲ୍ୟୁରେ ଅଭିଯୋଗ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା। ବାଲେଶ୍ୱର ଓ ପୁରୀରେ ୧୭ ଏକର ଜମି, ୫୩ କୋଟି ଟଙ୍କାର ଜମା ଜବତ କରାଯିବା ସହ ସଂସ୍ଥାର ଚେୟାରମ୍ୟାନ୍‌ ଗୌତମଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri