ଏସ୍‌ପିଆଇ ପକ୍ଷରୁ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମ

ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ରକ୍‌ଫେଲର ଫାଉଣ୍ଡେଶନର ସହାୟକ ସଂସ୍ଥା ସ୍ମାର୍ଟ ପାୱାର ଇଣ୍ଡିଆ (ଏସ୍‌ପିଆଇ) ପକ୍ଷରୁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ବର୍ଗଙ୍କ ପାଇଁ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଛି। ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୨୦୨୪ ସୁଦ୍ଧା ୧୫୦ ମେଗାୱାଟ ରୁଫ୍‌ ଟପ୍‌ ସୋଲାର ଇନ୍‌ଷ୍ଟାଲେଶନ କରିବା ସହ ବାର୍ଷିକ ୧,୫୦,୦୦୦ ଟନ ଅଙ୍ଗାରକାମ୍ଳ ସ୍ଥାନାନ୍ତର କରିବା। ଏକ ଇକୋସିଷ୍ଟମ ସୃଷ୍ଟିକରି ରାଜ୍ୟର ନିୟୁତାଧିକ ଏମ୍‌ଏସ୍‌ଏମ୍‌ଇଙ୍କ ତୈଳ (ଡିଜେଲ) ନିର୍ଭରଶୀଳତାକୁ ହ୍ରାସ କରିବା। ସେହିଭଳି ବିଭିନ୍ନ ସ୍ତରରେ ଥିବା ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ ମଧ୍ୟ ସଶକ୍ତୀକରଣ କରିବା ସହ ସ୍ବଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ରୁଫ ଟପ୍‌ ସୋଲାର ପ୍ରୋଗ୍ରାମ ଦ୍ୱାରା ଉପଲବ୍ଧ କରାଇ ଏହାକୁ ଉପତ୍ାଦନ କ୍ଷେତ୍ରରେ ବ୍ୟବହାର କରିବା। ସେହିପରି ୧୦୦% ଘରୋଇ ବିଦ୍ୟୁତୀକରଣର ଗୁରୁତ୍ୱକୁ ଉପଲବ୍ଧିକରି ଏକ ମାଇଲଖୁଣ୍ଟ ହାସଲ କରିବା ସହ ଅଧିକାଂଶ ଗ୍ରାମୀଣ ଉଦ୍ୟୋଗ ଏବଂ ଅନୁଷ୍ଠାନକୁ ମୁଖ୍ୟ ଗ୍ରୀଡ୍‌ ଦ୍ୱାରା ସଂରକ୍ଷିତ କରାଇବା, ପ୍ରାୟ ୪୦% ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଗ୍ରୀଡ୍‌ ସହ ସଂଯୁକ୍ତ ହୋଇନାହାନ୍ତି। ୬୦% ସଂଯୁକ୍ତ ଗ୍ରୀଡ୍‌ରେ ନିର୍ଭରଯୋଗ୍ୟତା ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଫଳସ୍ବରୂପ ବିଦ୍ୟୁତ୍‌ ପାଇଁ ବ୍ୟବହୃତ ଲକ୍ଷ ଲକ୍ଷ ଲିଟର ମହଙ୍ଗା ଡିଜେଲ ବ୍ୟବହୃତ ହେଉଛି। ରୁଫ୍‌ ଟପ୍‌ ସୋଲାର ପକ୍ଷରୁ ଡିଆର୍‌ଇ ବିକଳ୍ପ ଉପତ୍ାଦନ ହାଇ ଲୋଡ୍‌ ଏମ୍‌ଏସ୍‌ଏମ୍‌ଇ ଗ୍ରାହକଙ୍କ ପାଇଁ ବ୍ୟବହାର କରାଯାଉଛି। ଏସବୁ ଗ୍ରାହକ ୧୦ କିଲୋୱାଟରୁ ୫୦ କିଲୋୱାଟ ବିଦ୍ୟୁତ୍‌ ବ୍ୟବହାର କରିଥାନ୍ତି। ଏ ସମ୍ପର୍କରେ ସ୍ମାର୍ଟ ପାୱାର ଇଣ୍ଡିଆର ହେଡ୍‌-ପ୍ରୋଗ୍ରାମ ସମିତ ମିତ୍ର କହିଛନ୍ତି, ଆମେ ଓଡ଼ିଶାରେ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରି ବେଶ୍‌ ଆନନ୍ଦିତ ଅଛୁ। ଆମର ଦୃଷ୍ଟିକୋଣ ଗ୍ରାମାଞ୍ଚଳରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସଶକ୍ତୀକରଣ ଏବଂ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ମାଧ୍ୟମରେ ଜୀବନକୁ ଉନ୍ନତ କରାଇବ। ଆମେ ଜାଣୁ ବିଦ୍ୟୁତ୍‌ ଉପତ୍ାଦନର ଏକ ବ୍ୟୟବହୁଳ ଏବଂ ନିର୍ଭରଯୋଗ୍ୟ ମାଧ୍ୟମ। ଗ୍ରାମାଞ୍ଚଳର ଲୋକଙ୍କୁ ଗ୍ରୀଡ୍‌ଭିତ୍ତିକ ବିଦ୍ୟୁତ୍‌ ଏକ ନିର୍ଭରଯୋଗ୍ୟ ବିକଳ୍ପ ଯୋଗାଇଥାଏ। ସେହିଭଳି ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି, ପରିବେଶକୁ ସୁରକ୍ଷିତ ରଖିବା ସହ ପାଣ୍ଠି କାଟ ମଧ୍ୟ ଏହାର ବ୍ୟବହାରରେ ହୋଇପାରିବ। ଫଳରେ ସବୁଜ ଭାରତ ଓ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ମଧ୍ୟ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri