Posted inଖେଳ

ରୋନାଲ୍ଡୋ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ରିୟାଧ,୧ା୩(ପି.ଟି.):ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍‌ର ଏକ ମ୍ୟାଚ୍‌ ସମୟରେ ଅଲ୍‌ ନାସର ଖେଳାଳି ରୋନାଲ୍ଡୋ ଦର୍ଶକ ଗ୍ୟାଲେରିରେ ଥିବା ଅଲ ଶବାବ ଫ୍ୟାନ୍‌ଙ୍କୁ ଏଭଳି ଇଙ୍ଗିତ କରିଥିଲେ। ରବିବାର ରିୟାଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଲ ଶବାବକୁ ୩-୨ରେ ପରାସ୍ତ କରିବା ପରେ ସେ ଏଭଳି ପ୍ରତିକ୍ରିୟାଶୀଳ ହୋଇଥିଲେ। ମ୍ୟାଚ୍‌ ପରର ଏକ ଭିଡିଓ ଫୁଟେଜ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରଶଂସକମାନେ ମେସି ମେସି ଚିତ୍କାର କରୁଥିଲେ। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କୁ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ ରୋନାଲ୍ଡୋ। ମ୍ୟାଚ୍‌ ଜିତିବା ପରେ କାନ ବନ୍ଦ କରିବା ସହ ନିଜ ଜଙ୍ଘ ଆଡକୁ ଇସାରା କରିଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ସାଉଦି ଆରବ ଫୁଟବଲ ଫେଡେରେଶନ(ସାଫ୍‌) ଶୃଙ୍ଖଳାଗତ କମିଟି ଏହାର ବିଚାର କରିଥିଲା। କମିଟି ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିବା ସହ ୨୦ ହଜାର ସାଉଦି ରିୟାଲ(୫୩୩୩ ଡଲାର) ଅର୍ଥଦଣ୍ଡ ଘୋଷଣା କରିଥିଲା। ଏହି ଅର୍ଥରାଶି ଅଲ୍‌ ଶବାବ କ୍ଲବକୁ ପ୍ରଦାନ କରାଯିବ। ଏହା ସହ ଅଲ୍‌ ହାଜମ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ପଡିବେ ରୋନାଲ୍ଡୋ। ଏହି ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ସାଫ୍‌ ଶୃଙ୍ଖଳାଗତ କମିଟି ନିଷ୍ପତ୍ତି ନେଇଛି। ସାଉଦି ମିଡିଆ ରିପୋର୍ଟ ଅନୁଯାୟୀ ୟୁରୋପରେ ଏଭଳି ସେଲିବ୍ରେଶନ ଅତି ସାଧାରଣ ବୋଲି କହିଛନ୍ତି ରୋନାଲ୍ଡୋ। ପୂର୍ବରୁ ମଧ୍ୟ ଫ୍ୟାନ୍‌ମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଡିସେମ୍ବର ୨୦୨୨ରେ ଅଲ ନାସରରେ ଯୋଗ ଦେଇଥିବା ରୋନାଲ୍ଡୋ ଦଳ ପକ୍ଷରୁ ସର୍ବାଧିକ ୨୨ ଗୋଲ ସ୍କୋର କରିଛନ୍ତି। ପ୍ରଥମ ଥର ପାଇଁ ଅଲ ନାସର ଏସିଆନ୍‌ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri