କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ୧୩ଟି କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯିବ। ୩୫୦୦ କିଲୋମିଟର ନୂଆ ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଶରେ ନୂଆ ଆର୍ଥିକ କରିଡୋର ନିର୍ମାଣ କରାଯିବ। ସେହିପରି ବିମାନ ବନ୍ଦର ଲାଗି ଟେଣ୍ଡର ଖୁବ୍‌ ଶୀଘ୍ର ହେବ। ସଡ଼କ ପରିବହନରେ ସୁବିଧା ପାଇଁ ୨୦୨୨ ସୁଦ୍ଧା ଦେଶରେ ୮୫୦୦ କିଲୋମିଟର ନୂଆ ରାଜପଥ ନିର୍ମାଣ ହେବ। ଏଥିଲାଗି ଚଳିତ ବଜେଟରେ ଲକ୍ଷେ ୧୮ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ୨୨୧୭ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି। ପୁରୁଣା କାର ପାଇଁ ନୂଆ ସ୍କ୍ରାପ୍‌ ନୀତି ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share