ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା ଦେଖାଦେଉଛି। କେତେକଙ୍କଠାରେ ସ୍ମରଣ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହେଉଛି। ସେହିପରି କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଥିବା ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ଦେଖାଦେଉଥିବା ନେଇ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ମିଆମି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କରୋନା ଭୂତାଣୁ ପୁରୁଷଙ୍କ ଗୁପ୍ତାଙ୍ଗକୁ ସଂକ୍ରମିତ କରୁଛି। ଏପ୍ରକାର ସମସ୍ୟାକୁ ଇରେକ୍ଟାଇଲ୍‌ ଡିସଫଙ୍କଶନ୍‌ କୁହାଯାଉଛି। କରୋନା ଭୂତାଣୁ ଗୁପ୍ତାଙ୍ଗର ଇରେକ୍ଟାଇଲ୍‌ କୋଷିକାକୁ ନଷ୍ଟ କରିବା ଆରମ୍ଭ କରୁଛି। ଫଳରେ ଏହି ସମସ୍ୟା ସୃଷ୍ଟି ହେଉଛି। ଏହାଯୋଗୁ ପୁରୁଷମାନେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅକ୍ଷମ ହେଉଛନ୍ତିି। ଗବେଷକ କରୋନାରୁ ସୁସ୍ଥ ହୋଇଥିବା ପୁରୁଷଙ୍କ ଗୁପ୍ତାଙ୍ଗ ସ୍କାନ୍‌ କରି ଏହା ଜାଣିପାରିଛନ୍ତି। କରୋନାରୁ ସୁସ୍ଥ ହେବାର ୬ ମାସ ପରେ ସେମାନଙ୍କର ସ୍କାନିଂ କରାଯାଇଥିଲା। ଇରେକ୍ଟାଇଲ୍‌ କୋଷିକାରେ କରୋନା ଭୂତାଣୁ ରହିଥିବା ଗବେଷକ ଜାଣିପାରିଥିଲେ। ଏହା ଯୋଗୁ ପୁରୁଷଙ୍କ ଯୌନ କ୍ଷମତା ହ୍ରାସ ପାଉଥିବା ବୈଜ୍ଞାନିକ ଡ.ରଞ୍ଜିତ୍‌ ରାମାସାମୀ ସୂଚନା ଦେଇଛନ୍ତି। ସେହିପରି ରୋମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନାରୁ ସୁସ୍ଥ ହୋଇଥିବା ୧୦୦ ଜଣ ପୁରୁଷଙ୍କ ସନ୍ତାନ ଉତ୍ପାଦନ କ୍ଷମତା ଯାଞ୍ଚ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତ ପୁରୁଷଙ୍କଠାରେ ଇରେକ୍ଟାଇଲ୍‌ ଡିସଫଙ୍କଶନ୍‌ ସମସ୍ୟା ଦେଖାଯାଇଥିଲା। କରୋନା ଭୂତାଣୁ ଏଣ୍ଡୋଥିଲିୟମ୍‌କୁ କ୍ଷତି ପହଞ୍ଚାଇଥାଏ ବୋଲି ଗବେଷକ କହିଛନ୍ତି। ସେହିପରି ଶାରୀରିକ ସମ୍ପର୍କ ରକ୍ଷା ଲାଗି ମନରେ ଆବେଗ ସୃଷ୍ଟି କରୁଥିବା ଓଷ୍ଟ୍ରୋଜେନ୍‌ ଏବଂ ଟେଷ୍ଟୋଷ୍ଟେରୋନ୍‌ ହରମୋନ୍‌ର କ୍ଷରଣକୁ କରୋନା ଭୂତାଣୁ ପ୍ରଭାବିତ କରୁଛି। ଫଳରେ ପୁରୁଷଙ୍କ ଯୌନ ଆବେଗ କମୁଥିବା ଗବେଷକ ପ୍ରକାଶ କରିଛନ୍ତି। ଏହି ଦୁଇ ହରମୋନ୍‌ ହାର୍ଟର ସ୍ବାଭାବିକ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ତେଣୁ ଏସବୁ ହରମୋନ୍‌ କ୍ଷରଣରେ ଅନିୟମିତତା ଦେଖାଦେଲେ ହାର୍ଟ ଆଟାକ୍‌ ଆଶଙ୍କା ବଢ଼ିଯାଇଥାଏ ବୋଲି ନ୍ୟୁୟର୍କ ସ୍ଥିତ ଇକାନ୍‌ ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ର ପ୍ରଫେସର ଶାନ୍ନା ଖାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri