ଜୈନଧର୍ମରେ ମହିଳାଙ୍କ ଭୂମିକା

ତୀର୍ଥଙ୍କର ଭାବେ ଜଣାଶୁଣା ୨୪ ସନ୍ନ୍ୟାସୀଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରଧାରାରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ ୨୪ ତମ ତୀର୍ଥଙ୍କର ସନ୍ନ୍ୟାସୀ ହେବା ପୂର୍ବରୁ ବିବାହ କରିଥିଲେ। କିନ୍ତୁ ଗାଙ୍ଗେୟ ସମତଳ ତଥା ଦକ୍ଷିଣ ଭାରତରେ ଲୋକପ୍ରିୟ ଦିଗମ୍ବର ପରମ୍ପରାରେ କୌଣସି ତୀର୍ଥଙ୍କର ବିବାହ କରି ନ ଥିଲେ। ଉଭୟ ପରମ୍ପରା ଏକମତ ଯେ, ୨୨ତମ ତୀର୍ଥଙ୍କର ନେମିନାଥ ତାଙ୍କ ବାହାଘର ଦିନ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ବିବାହ ଭୋଜି ଲାଗି କଟାଯିବାକୁ ଅଣାଯାଇଥିବା ପଶୁମାନଙ୍କର ଚିତ୍କାର ଶୁଣି ସେ ସନ୍ନ୍ୟାସୀ ହେବାକୁ ପସନ୍ଦ କରିଥିଲେ। ନେମିନାଥଙ୍କ ସ୍ତ୍ରୀ ରାଜୁଲ କିମ୍ବା ରାଜମତି ତାଙ୍କ ସ୍ବାମୀଙ୍କ ନିଷ୍ପତ୍ତି ହୃଦୟଙ୍ଗମ କରି ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଦିନେ ବର୍ଷାରେ ରାଜମତି ଭିଜିବା ପରେ ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ସନ୍ନ୍ୟାସୀ ହେବାକୁ ଇଚ୍ଛା କରୁଥିବା ରାଜମତିଙ୍କ ଦିଅର ରଥନେମି ତାଙ୍କୁ ସେହି ଅବସ୍ଥାରେ ସେଠାରେ ଦେଖିଥିଲେ। ରାଜମତିଙ୍କ ସୁନ୍ଦର ଶରୀର ଦେଖି ସେ ଇନ୍ଦ୍ରିୟ ଉପରୁ ନିୟନ୍ତ୍ରଣ ହରାଇଲେ ଓ ଶପଥ ଭଙ୍ଗକରି ବିବାହ କରିବା ପାଇଁ ମନାଇବାକୁ ଚେଷ୍ଟା କରିଥିଲେ। ରାଜମତି ମନାକରି ତାଙ୍କୁ ଭୁଲ୍‌ ସମ୍ପର୍କରେ ଚେତାଇଦେବା ସହ ଜୈନ ପଥରେ ଅଟଳ ରହିବାକୁ ବୁଝାଇଲେ।
ସନ୍ନ୍ୟାସୀ ହେବା ପାଇଁ ବିବାହ ନ କରିବାକୁ ଚାହୁଁଥିବା କିମ୍ବା ଭିକ୍ଷୁ ହେବା ପାଇଁ ବିବାହଠାରୁ ଦୂରେଇଯାଉଥିବା ପୁରୁଷମାନଙ୍କ କାହାଣୀ ଜୈନ ଲୋକକଥାରେ ପୁନରାବୃତ୍ତି ହୋଇଛି। କିନ୍ତୁ ଏ କ୍ଷେତ୍ରରେ ମହିଳାଙ୍କ ପ୍ରତିକ୍ରିୟା କ’ଣ ରହିଛି? କେତେକ କ୍ଷେତ୍ରରେ ମହିଳାମାନେ ସହଯୋଗ କରନ୍ତି ଏବଂ ରାଜମତିଙ୍କ ପରି ଅବିବାହିତ ରୁହନ୍ତି। ଅନ୍ୟ କ୍ଷେତ୍ରରେ ସେମାନେ ଏହାକୁ ନାପସନ୍ଦ ବା ପ୍ରତିରୋଧ କରନ୍ତି। ତେବେ ଜଣେ ସହାୟକ ସ୍ତ୍ରୀଙ୍କ କାହାଣୀ ଏଠାରେ ଦେଖିବା। ଜଣେ କୃଷକ ଏବଂ ତାଙ୍କ ସ୍ତ୍ରୀ ଜୈନଧର୍ମରେ ଅଧିକ ପ୍ରଭାବିତ ହୋଇ ସଂସାର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ହୋଇଗଲେ। ବହୁ ବର୍ଷ ପରେ ସେମାନଙ୍କର ଭ୍ରମଣ ସମୟରେ ପରସ୍ପର ସାକ୍ଷାତ ହେଲା। ସନ୍ନ୍ୟାସୀ ତାଙ୍କ ପ୍ରତି ଥିବା ଆଗ୍ରହକୁ ମନେପକାଇଲେ ଏବଂ ଅନ୍ୟ ଜଣେ ସନ୍ନ୍ୟାସିନୀଙ୍କ ମାଧ୍ୟମରେ ସ୍ତ୍ରୀଙ୍କୁ ତାଙ୍କର ଇଚ୍ଛା ବିଷୟରେ ଜଣାଇଲେ। ସନ୍ନ୍ୟାସୀ ତାଙ୍କ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ହରାଇ ସନ୍ନ୍ୟାସ ଜୀବନ ଭଙ୍ଗ କରିବାକୁ ଇଚ୍ଛା କରୁଥିବା ଜାଣି ସ୍ତ୍ରୀ ଦୁଃଖିତ ହେଲେ। ଏପରି ଘଟଣାକୁ ରୋକିବା ପାଇଁ ସେ ଖାଦ୍ୟ ତ୍ୟାଗକରି ନିଜକୁ ଭୋକରେ ମରିବାକୁ ସ୍ଥିରକଲେ। ଯେତେବେଳେ କୃଷକ(ସନ୍ନ୍ୟାସୀ) ତାଙ୍କ ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଶୁଣିଲେ, ସେତେବେଳେ ସେ ଅତି ଲଜ୍ଜିତ ହେଲେ ଏବଂ ନିଜେ ଖାଦ୍ୟ ଛାଡ଼ିଦେଇ ଭୋକରେ ମୃତ୍ୟୁବରଣ କଲେ। ଏହି କାହାଣୀ ଏକାଦଶ ଶତାବ୍ଦୀର ପ୍ରଦ୍ୟୁମ୍ନ ସୁରିଙ୍କ ମୂଳଶୁଦ୍ଧି ପ୍ରକରଣରୁ ଆସିଛି।
ଆଉ ଜଣେ ଅସହମ୍ମତ ସ୍ତ୍ରୀଙ୍କ କାହାଣୀ ରହିଛି। ଜଣେ ରାଜକୁମାର ତାଙ୍କ ସ୍ତ୍ରୀଙ୍କଠାରୁ ଦୂରେଇଯାଇ ସନ୍ନ୍ୟାସୀ ହେବାକୁ ସ୍ଥିରକଲେ। ଏଥିରେ ତାଙ୍କ ସ୍ତ୍ରୀ ଭୀଷଣ ରାଗିଯାଇଥିଲେ। ମରିଗଲା ପରେ ସେ ଜଣେ ଅନିଷ୍ଟକାରୀ ଦେବୀ ହୋଇଗଲେ। ସେ ତାଙ୍କ ଅତୀତ ଜୀବନକୁ ମନେପକାଇ ବରିଷ୍ଠ ଭିକ୍ଷୁ ହୋଇଥିବା ତାଙ୍କ ସ୍ବାମୀଙ୍କୁ ଶିକ୍ଷାଦେବାକୁ ନିଷ୍ପତ୍ତି ନେଲେ। ସେଲାନା ନାମ୍ନୀ ଜଣେ ମହିଳାଙ୍କଠାରୁ ଭିକ୍ଷା ମାଗୁଥିବାବେଳେ ତାଙ୍କ ସ୍ବାମୀଙ୍କ ଶରୀରରେ ସେ ଯୌନ ଉଦ୍ଦୀପନା ଲକ୍ଷଣ ସୃଷ୍ଟି କରିଥିଲେ। ସେଲାନା ସନ୍ନ୍ୟାସୀଙ୍କର ଏଭଳି ସ୍ଥିତି ଦେଖିଥିଲେ, କିନ୍ତୁ ଜାଣିଥିଲେ ଯେ ସେ ଜଣେ ଶୁଦ୍ଧ ଏବଂ କାମନା ମୁକ୍ତ ପୁରୁଷ। ତେଣୁ ସେ ତାଙ୍କ ଯୌନ ଉଦ୍ଦୀପନାକୁ ଅଣଦେଖା କଲେ ଏବଂ ସନ୍ନ୍ୟାସୀଙ୍କର ସେହି ଶାରୀରିକ ଲକ୍ଷଣକୁ ଅନ୍ୟମାନଙ୍କ ନଜରୁ ଲୁଚାଇବା ପାଇଁ ତାଙ୍କ ପୋଷାକରେ ଢାଙ୍କି ଦେଇଥିଲେ। ସନ୍ନ୍ୟାସୀ ଶେଷରେ ଆତ୍ମୋପଲବ୍ଧିର ସର୍ବୋଚ୍ଚ ସ୍ତର ହାସଲକଲେ ଏବଂ ସେଲାନାଙ୍କୁ ତାଙ୍କ ଶୁଦ୍ଧ ବିଚାର ପାଇଁ ଧନ୍ୟବାଦ ଦେଲେ। ତେବେ ତାଙ୍କୁ ତାଙ୍କ କର୍ମର ଏକ ଅଂଶ ଭାବରେ ସେହି ଅପମାନର ସମ୍ମୁଖୀନ ହେବାକୁ ପଡ଼ିଲା। ଏହି କାହାଣୀ ଦଶମ ଶତାବ୍ଦୀର ହରିସେନାର ବୃହତ୍‌ କଥାକୋଷରୁ ଆସିଛି।
ହେମଚନ୍ଦ୍ରଙ୍କ ଦ୍ୱାଦଶ ଶତାବ୍ଦୀର ପରିଶିିଷ୍ଟ ପର୍ବଣରେ ଉଲ୍ଲେଖ ରହିଛି ଯେ, ସୁନନ୍ଦାଙ୍କ ଭାଇ, ସ୍ବାମୀ ଓ ପୁଅ ଜୈନ ସନ୍ନ୍ୟାସୀ ହୋଇଥିଲେ। ଏଥିରେ ସେ ଭାଙ୍ଗିପଡ଼ି ନିଜେ ସନ୍ନ୍ୟାସିନୀ ହେବାକୁ ସ୍ଥିରକଲେ ଏବଂ ତ୍ୟାଗରୁ ଶାନ୍ତି ପାଇଥିଲେ। କିନ୍ତୁ ରବିସେଣଙ୍କ ସପ୍ତମ ଶତାବ୍ଦୀର ପଦ୍ମ ପୁରାଣରେ ବର୍ଣ୍ଣନା ରହିଛି , ସହଦେବୀଙ୍କ ସ୍ବାମୀଙ୍କ ପରେ ପୁଅ ସନ୍ନ୍ୟାସୀ ହୋଇଯିବାବେଳେ ସେ ଏତେ ତ୍ୟାଗ କରି ନ ଥିଲେ। ସେ ମୃତ୍ୟୁବରଣ କଲେ ଏବଂ ବାଘୁଣୀ ଭାବେ ପୁନର୍ଜନ୍ମ ଲାଭକରି ତାଙ୍କ ପୁଅକୁ ଖାଇଥିଲେ। ତାଙ୍କ ସ୍ବାମୀ କିନ୍ତୁ ବାଘୁଣୀ ଉପରେ ରାଗି ନ ଥିଲେ। ତାଙ୍କ ଶାନ୍ତ ସ୍ବଭାବ ଦେଖି ବାଘୁଣୀ ଅନୁତାପକଲା ଏବଂ ଭବିଷ୍ୟତ ଜୀବନରେ (ସହଦେବୀ) ମଣିଷ ଜୀବନ ପାଇବା ପରେ ଜୈନ ପଥ ଅନୁସରଣ କରିବାକୁ ସ୍ଥିରକଲେ।
ଏହି ସମସ୍ତ କାହାଣୀରେ ପୁରୁଷ ହିଁ ପଦକ୍ଷେପ ନେଇଛନ୍ତି ଓ ମହିଳା ପ୍ରତିକ୍ରିୟା ସାମ୍ନାକୁ ଆସିଛି। କିନ୍ତୁ ଏମିତି ଏକ କାହାଣୀ ଅଛି ଯେଉଁଠାରେ ମହିଳା ପଦକ୍ଷେପ ନେଇଛନ୍ତି ଏବଂ ପୁରୁଷମାନଙ୍କୁ ବିବାହ ପରିବର୍ତ୍ତେ ସନ୍ନ୍ୟାସ ଜୀବନ ପାଇଁ ପ୍ରବର୍ତ୍ତାଇଛନ୍ତି। ଏହା ଶ୍ୱେତାମ୍ବର ପରମ୍ପରାରୁ ଆସିଛି ଏବଂ ଏହା ହେଉଛି ଊନବଂଶ ତୀର୍ଥଙ୍କର ମଲ୍ଲିିନାଥଙ୍କ କାହାଣୀ। ମଲ୍ଲୀ ବହୁ ସୁନ୍ଦରୀ ଥିଲେ। ତାଙ୍କୁ ବିବାହ କରିବା ପାଇଁ ୬ ଜଣ ରାଜକୁମାର ତାଙ୍କ ପିତାଙ୍କ ରାଜ୍ୟ ଏବଂ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ମଲ୍ଲୀ ସେମାନଙ୍କୁ ନିଜ ଉଆସକୁ ନିମନ୍ତ୍ରଣକଲେ। ସେଠାରେ ରାଜକୁମାରମାନେ ମଲ୍ଲୀଙ୍କ ପରି ଦେଖାଯାଉଥିବା ଏକ ପ୍ରତିମୂର୍ତ୍ତି ଦେଖିଲେ। ସେମାନେ ତାହାର ନିକଟତର ହେଲା ପରେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଜାଣିଲେ ଓ ଘୃଣାରେ ପଛକୁ ହଟିଆସିଲେ। ରାଜକୁମାରୀ କହିଲେ, ମୂର୍ତ୍ତିଟି ଶଢ଼ା ଖାଦ୍ୟରେ ପରିପୂର୍ଣ୍ଣ ଥିଲା ଓ ସେ ସେହି ପ୍ରକାର ଖାଦ୍ୟ ଖାଉଥିଲେ ଏବଂ ତାହାକୁ ହଜମ କରିବାରେ ସକ୍ଷମ ହେଉଥିଲେ, କାରଣ ତାଙ୍କ ଶରୀରରେ ଆତ୍ମା ରହିଥିଲା। ଜୀବନର ଲକ୍ଷ୍ୟ ହେଉଛି, ମାଂସକୁ ଲୋଭ କରିବା ନୁହେଁ ବରଂ ଏହାର ପ୍ରକୃତ ବାସିନ୍ଦା ଆତ୍ମାକୁ ଆବିଷ୍କାର କରିବା। ତେଣୁ ତାଙ୍କ ଶରୀର ପାଇବା ଲାଗି ଯୁଦ୍ଧ କରିବା ପରିବର୍ତ୍ତେ ସେମାନେ ଜୈନ ପଥ ଅନୁସରଣ କରିବା ଉଚିତ ବୋଲି ସେ ରାଜକୁମାରଙ୍କୁ କହିଥିଲେ। ତା’ପରେ ରାଜକୁମାରୀ ମଲ୍ଲୀ ସଂସାର ଛାଡ଼ିି ସନ୍ନ୍ୟାସ ପଥରେ ଚାଲିଲେ। ସେହିପରି ତାଙ୍କୁ ବିବାହ କରିବାକୁ ଚାହୁଁଥିବା ୬ଜଣ ରାଜକୁମାର ମଧ୍ୟ ସନ୍ନ୍ୟାସୀ ହୋଇଗଲେ। ହେଲେ ଦିଗମ୍ବର ପରମ୍ପରାରେ ମଲ୍ଲିନାଥ ଜଣେ ପୁରୁଷ ଥିଲେ, କାରଣ ବିଶ୍ୱାସ ଥିଲା ଯେ ମହିଳା ଶରୀରଧାରୀ ଆତ୍ମାନୁଭବ ଲାଭ କରିପାରିବ ନାହିଁ।
ସପ୍ତମ ଶତାବ୍ଦୀରେ ରବିସେଣଙ୍କ ଲିଖିତ ପଦ୍ମ ପୁରାଣରେ ନାଘୁଶା ରାଜାଙ୍କ ରାଣୀ ସିଂହିକା ସମ୍ପର୍କରେ ବର୍ଣ୍ଣନା ରହିଛିି। ରାଜା ଉତ୍ତରରେ ଶତ୍ରୁମାନଙ୍କ ସହ ଲଢ଼େଇରେ ବ୍ୟସ୍ତ ଥିବାବେଳେ ଦକ୍ଷିଣ ପଟୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ତେଣୁ ସିଂହିକା ସହରରେ ରହିଯାଇଥିବା ସୈନିକମାନଙ୍କୁ ନେଇ ଦକ୍ଷିଣପଟୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ପଛକୁ ହଟାଇଦେଇଥିଲେ। ସମସ୍ତେ ରାଣୀଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ବିଜୟୀ ରାଜା ଅସନ୍ତୁଷ୍ଟ ଥିଲେ। କାରଣ ସେ ଅନୁଭବ କରୁଥିଲେ ଯେ, ଯୁଦ୍ଧକୁ ଯାଉଥିବା ଜଣେ ମହିଳା ଶୁଦ୍ଧ ନାରୀ ହୋଇପାରିବେ ନାହିଁ। ସେ ରାଣୀଙ୍କଠାରୁ ଦୂରେଇଗଲେ ଓ ଅଣଦେଖା କଲେ। ବହୁ ବର୍ଷ ପରେ ରାଜା ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଡାକ୍ତରମାନେ କହିଲେ, କେବଳ ଜଣେ ଶୁଦ୍ଧ ମହିଳା ଦେଇଥିବା ଜଳ ହିଁ ତାଙ୍କୁ ଭଲ କରିପାରେ। ଯେତେବେଳେ ସିଂହିକା ତାଙ୍କୁ ପାଣି ଦେଇଥିଲେ ସେତେବେଳେ ସେ ଆରୋଗ୍ୟ ଲାଭକଲେ। ସେ ଅନୁଭବକଲେ ଯେ, ସେ କେତେ ତୁଚ୍ଛ ଓ ସଂକୀର୍ଣ୍ଣମନା। ରାଣୀଙ୍କୁ ରାଜା କ୍ଷମା ମାଗିଲେ ଓ ତାଙ୍କ ପୁଅକୁ ସିଂହାସନରେ ବସାଇ ଜଣେ ସନ୍ନ୍ୟାସୀ ହୋଇଗଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri