Posted inଖେଳ

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧୯ରେ ଐତିହାସିକ ଲର୍ଡସ ମଇଦାନରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ ପରେ ରୋହିତ ଶର୍ମାଙ୍କ ଦିନିକିଆ (ODI) କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ରୋହିତଙ୍କ ପିତାମାତା ଗୁରୁନାଥ ଶର୍ମା ଏବଂ ପୂର୍ଣ୍ଣିମା ଶର୍ମା ପୁଅର ଏହି ଶେଷ ମ୍ୟାଚ୍‌ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଏହା ପରେ ରବିବାର ଦିନ ଲର୍ଡସ ମଇଦାନରେ ରୋହିତ ଶେଷଥର ପାଇଁ ଭାରତୀୟ ଜର୍ସିରେ ଖେଳୁଥିବାର ନଜର ଆସିବେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର ଗତ ସପ୍ତାହରେ ରୋହିତଙ୍କୁ ଭେଟି ଟିମ୍‌ ଇଣ୍ଡିଆର ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଚୟନକର୍ତ୍ତା ରୋହିତଙ୍କ ନାଁ ଉପରେ ବିଚାର କରୁନାହାନ୍ତି। ଏହା ତାଙ୍କର ଶେଷ ଆନ୍ତର୍ଜାତୀୟ ସିରିଜ ହୋଇପାରେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଚୟନ କମିଟି ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛି, ଯେଉଁଥିରେ ଯଶସ୍ବୀ ଜୟସ୍ବାଲଙ୍କୁ ଭବିଷ୍ୟତର ଓପନର୍‌ ଭାବେ ପ୍ରସ୍ତୁତ କରାଯାଉଛି। ଏହି କାରଣରୁ ରୋହିତ ଶର୍ମାଙ୍କ ପିତାମାତା ଲଣ୍ଡନ ପହଞ୍ଚିଛନ୍ତି ଏବଂ ଏହି ଶେଷ ମ୍ୟାଚ୍‌ ଦେଖିବା ପାଇଁ ସେମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଶେଷ ମ୍ୟାଚ ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ କିମ୍ବା ବିସିସିଆଇ (BCCI) ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

ଆଉ ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ହିଁ ରୋହିତଙ୍କ ଶେଷ ସିରିଜ ହେବାର ଥିଲା। କିନ୍ତୁ ସେହି ସିରିଜ୍‌ରେ ସେ ଏକ ଅର୍ଦ୍ଧଶତକ ମାରିଥିଲେ। ଏହାପରେ ଚୟନକର୍ତ୍ତା ଏହି ନିଷ୍ପତ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। ହେଲେ ଚଳିତ ଇଂଲଣ୍ଡ ସିରିଜ୍‌ରେ ରୋହିତଙ୍କ ବ୍ୟାଟ୍‌ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ପ୍ରଥମ ଦିନିକିଆରେ ମାତ୍ର ୧୧ ରନ କରିବା ପରେ କାର୍ଡିଫ୍‌ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ସେ ୪୭ଟି ବଲ୍‌ରୁ ମାତ୍ର ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ଖରାପ ଫର୍ମ ହିଁ ଶେଷରେ ତାଙ୍କୁ ଏହି ବଡ଼ ନିଷ୍ପତ୍ତି ଆଡ଼କୁ ଟାଣି ଆଣିଛି।

କହିରଖୁଛୁ, ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍‌ର ଦୁଇଟି ଫର୍ମାଟ୍‌ରୁ ଆଗରୁ ଅବସର ନେଇସାରିଛନ୍ତି। ୨୯ ଜୁନ ୨୦୨୪ରେ ବାରବାଡୋସ୍‌ରେ ଭାରତକୁ ଟି-୨୦ ବିଶ୍ୱକପ ଜିତାଇବା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହାପରେ,୨୦୨୫ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଟେଷ୍ଟ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇଥିଲେ। ଏବେ ଲର୍ଡସ ମଇଦାନରେ ସେ ନିଜର ୫୦ ଓଭର ଫର୍ମାଟ (ଦିନିକିଆ) କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଛେଦ ପକାଇପାରନ୍ତି ବୋଲି ଆଲୋଚନା ବଢ଼ିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନିଶାମୁକ୍ତ ଓଡ଼ିଶା’

ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍…

ନଭେମ୍ୱର ୧ରୁ ବଦଳିବ ଟଙ୍କା-ପଇସା ସହ ଜଡ଼ିତ ଏହି ସବୁ ବଡ଼ ନିୟମ: ପେନଶନଭୋଗୀଙ୍କ ଠାରୁ ସାଲାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ ସିଧା ପ୍ରଭାବ

ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା,…

SBI ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଡିସେମ୍ୱର ୧ରୁ ତେଲ ଭରିବା-ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ଲାଗିବ ଏକ୍ସର୍ଟା ଚାର୍ଜ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବାସ୍ତବରେ, ଏସବିଆଇ କାର୍ଡସ (SBI Cards)…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?