Posted inଖେଳ

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧୯ରେ ଐତିହାସିକ ଲର୍ଡସ ମଇଦାନରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ ପରେ ରୋହିତ ଶର୍ମାଙ୍କ ଦିନିକିଆ (ODI) କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ରୋହିତଙ୍କ ପିତାମାତା ଗୁରୁନାଥ ଶର୍ମା ଏବଂ ପୂର୍ଣ୍ଣିମା ଶର୍ମା ପୁଅର ଏହି ଶେଷ ମ୍ୟାଚ୍‌ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଏହା ପରେ ରବିବାର ଦିନ ଲର୍ଡସ ମଇଦାନରେ ରୋହିତ ଶେଷଥର ପାଇଁ ଭାରତୀୟ ଜର୍ସିରେ ଖେଳୁଥିବାର ନଜର ଆସିବେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର ଗତ ସପ୍ତାହରେ ରୋହିତଙ୍କୁ ଭେଟି ଟିମ୍‌ ଇଣ୍ଡିଆର ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଚୟନକର୍ତ୍ତା ରୋହିତଙ୍କ ନାଁ ଉପରେ ବିଚାର କରୁନାହାନ୍ତି। ଏହା ତାଙ୍କର ଶେଷ ଆନ୍ତର୍ଜାତୀୟ ସିରିଜ ହୋଇପାରେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଚୟନ କମିଟି ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛି, ଯେଉଁଥିରେ ଯଶସ୍ବୀ ଜୟସ୍ବାଲଙ୍କୁ ଭବିଷ୍ୟତର ଓପନର୍‌ ଭାବେ ପ୍ରସ୍ତୁତ କରାଯାଉଛି। ଏହି କାରଣରୁ ରୋହିତ ଶର୍ମାଙ୍କ ପିତାମାତା ଲଣ୍ଡନ ପହଞ୍ଚିଛନ୍ତି ଏବଂ ଏହି ଶେଷ ମ୍ୟାଚ୍‌ ଦେଖିବା ପାଇଁ ସେମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଶେଷ ମ୍ୟାଚ ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ କିମ୍ବା ବିସିସିଆଇ (BCCI) ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

ଆଉ ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ହିଁ ରୋହିତଙ୍କ ଶେଷ ସିରିଜ ହେବାର ଥିଲା। କିନ୍ତୁ ସେହି ସିରିଜ୍‌ରେ ସେ ଏକ ଅର୍ଦ୍ଧଶତକ ମାରିଥିଲେ। ଏହାପରେ ଚୟନକର୍ତ୍ତା ଏହି ନିଷ୍ପତ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। ହେଲେ ଚଳିତ ଇଂଲଣ୍ଡ ସିରିଜ୍‌ରେ ରୋହିତଙ୍କ ବ୍ୟାଟ୍‌ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ପ୍ରଥମ ଦିନିକିଆରେ ମାତ୍ର ୧୧ ରନ କରିବା ପରେ କାର୍ଡିଫ୍‌ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ସେ ୪୭ଟି ବଲ୍‌ରୁ ମାତ୍ର ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ଖରାପ ଫର୍ମ ହିଁ ଶେଷରେ ତାଙ୍କୁ ଏହି ବଡ଼ ନିଷ୍ପତ୍ତି ଆଡ଼କୁ ଟାଣି ଆଣିଛି।

କହିରଖୁଛୁ, ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍‌ର ଦୁଇଟି ଫର୍ମାଟ୍‌ରୁ ଆଗରୁ ଅବସର ନେଇସାରିଛନ୍ତି। ୨୯ ଜୁନ ୨୦୨୪ରେ ବାରବାଡୋସ୍‌ରେ ଭାରତକୁ ଟି-୨୦ ବିଶ୍ୱକପ ଜିତାଇବା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହାପରେ,୨୦୨୫ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଟେଷ୍ଟ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇଥିଲେ। ଏବେ ଲର୍ଡସ ମଇଦାନରେ ସେ ନିଜର ୫୦ ଓଭର ଫର୍ମାଟ (ଦିନିକିଆ) କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଛେଦ ପକାଇପାରନ୍ତି ବୋଲି ଆଲୋଚନା ବଢ଼ିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri