Posted inଖେଳ

ବିଶ୍ୱକପ, ଏସିଆ କପ୍‌ ପୂର୍ବରୁ ୪ର୍ଥ ସ୍ଥାନ ଚିନ୍ତାରେ ରୋହିତ

ମୁମ୍ବାଇ,୧୧ା୮(ପି.ଟି.):ଭରତୀୟ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଦଳର ମୁଖ୍ୟ ଚିନ୍ତା ରହିଥିବା ବେଳେ ଦିନିକିଆ ବିଶ୍ୱକପ ଓ ଏସିଆ କପ୍‌ ପୂର୍ବରୁ ଚିନ୍ତାରେ ଅଧିନାୟକ ରୋହିତ ଶର୍ମା। ୨୦୧୯ ବିଶ୍ୱକପ ପରି ଭାରତୀୟ ଦଳ ଏହାର ୪ ନମ୍ବର ବ୍ୟାଟିଂ ଲାଇନ୍‌ଅପ୍‌କୁ ନେଇ ଚିନ୍ତାରେ ରହିଛି। ଲାଲିଗାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭାରତୀୟ ଅଧିନାୟକ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ପୋଜିସନ୍‌ ପାଇଁ ଭାରତ ଶେୟସ୍‌ ଆୟର ଓ ଲୋକେଶ ରାହୁଲଙ୍କୁ ବିଚାର କରୁଥିବା ବେଳେ ଉଭୟ ବର୍ତ୍ତମାନ ଆହତ ଅଛନ୍ତି। ଯୁବରାଜ ସିଂଙ୍କ ପରେ କୌଣସି ବି ଖେଳାଳି ଏହି ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ଯୁବରାଜ ୨୦୧୧ ଦିନିକିଆ ବିଶ୍ୱକପରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିଲେ। ଶ୍ରେୟସ ଆୟର ଏହି ଭୂମିକାରେ ଦୀର୍ଘ ଦିନ ଧରି ଏହି ପୋଜିଶନରେ ବ୍ୟାଟିଂ କରିଛନ୍ତି। ୨୦ ମ୍ୟାଚରେ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ୪୭ ଆଭରେଜରେ ୮୦୫ ରନ୍‌ ସ୍କୋର କରିଛନ୍ତି। ଶ୍ରେୟସଙ୍କ ନମ୍ବର ଠିକ୍‌ ଥିଲେ ମଧ୍ୟ ବାରମ୍ବାର ଆହତ ହେବା ତାଙ୍କ ପାଇଁ ଏକ ବଡ ସମସ୍ୟା ରହି ଆସିଛି।
ଏପରିକି ଲୋକେଶ ରାହୁଲ ଭାରତ ପାଇଁ ଉଭୟ ୪ଓ ୫ ନମ୍ବରରେ ଏକ ଭଲ ବିକଳ୍ପ ରହିଥିଲେ। ଏହା ସହିତ ସେ ଉଇକେଟ କିପିଂ ମଧ୍ୟ କରିଥାନ୍ତି ଯାହା ଦଳ ପାଇଁ ବୋନସ। ରାହୁଲ ମଧ୍ୟ ଆହତ ହୋଇ ଦଳକୁ ସମସ୍ୟାରେ ପକାଇଛନ୍ତି। ଉଭୟ ଖେଳାଳି ଆହତ ସମସ୍ୟାରୁ ଫେରୁଥିବା ବେଳେ ଏସିଆ କପ୍‌ ଦଳରେ ସ୍ଥାନ ମିଳିବାକୁ ନେଇ ସମସ୍ୟା ଦେଖା ଦେଇଛି। ଏସିଆ କପ୍‌ ନ ଖେଳିଲେ ଭାରତୀୟ ବିଶ୍ୱକପ ଦଳକୁ ଏହି ଦୁଇ ଖେଳାଳିଙ୍କ ଚୟନ ହେବା ମଧ୍ୟ ଅସମ୍ଭବ ହେବ। ଯଦି ଏହି ଦୁଇ ଖେଳାଳି ଫିଟ୍‌ ନ ହୁଅନ୍ତି ତେବେ ଭାରତୀୟ ମ୍ୟାନେଜମେଣ୍ଟ ଅନ୍ୟ ବିକଳ୍ପ ଉପରେ ନଜର ପକାଇବ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri