ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ ଚମତ୍କାର କ୍ୟାଚ ଧରି ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଜବରଦସ୍ତ କ୍ୟାଚ ପାଇଁ ସାଥୀ ଖେଳାଳିମାନେ ମଧ୍ୟ ପ୍ରଶଂସା କରିଥିଲେ। ରୋହିତଙ୍କ ଏହି କ୍ୟାଚ ପରେ ୪୧ ରନ କରି ଆଉଟ ହୋଇଥିଲେ ଫିନ ଆଲେନ।
ତେବେ ରୋହିତ ଗୋଟିଏ ପଟେ ଫିନ ଆଲେନଙ୍କ ଚମତ୍କାର କ୍ୟାଚ ଧରି ହିରୋ ପାଲଟିଥିବା ବେଳେ ଏହି ପାଳିର ଦ୍ୱିତୀୟ ଓଭରରେ ହିଁ ୱିଲ ୟଙ୍ଗଙ୍କ କ୍ୟାଚ ଛାଡ଼ିଥିଲେ। ପରେ ଏହାର ଫାଇଦା ଉଠାଇ ୱିଲ ୟଙ୍ଗ ଶତକ ହାସଲ କରିଥିଲେ। ଆକିବ ନବୀଙ୍କ ଓଭରରେ ଈଶାନ କିଶନ ଓ ରୋହିତ ଶର୍ମା ଲଗାତାର ଦୁଇଟି ବଲରେ ୱିଲ ୟଙ୍ଗଙ୍କ କ୍ୟାଚ ଛାଡ଼ିଥିଲେ।
ଭାରତୀୟ ଦଳକୁ ଏହି ଭୁଲ ବେଶ ମହଙ୍ଗା ପଡ଼ିଥିଲା। ଜୀବନଦାନର ଫାଇଦା ଉଠାଇ ୱିଲ ୟଙ୍ଗ ମାତ୍ର ୮୮ଟି ବଲରେ ନିଜ ଦିନିକିଆ କ୍ୟାରିୟରର ପଞ୍ଚମ ଏବଂ ଭାରତ ବିପକ୍ଷରେ ପ୍ରଥମ ଶତକ ପୂରଣ କରିଥିଲେ। ଭାରତ ବିପକ୍ଷରେ ଦିନିକିଆରେ ୱିଲ ୟଙ୍ଗଙ୍କ ରେକର୍ଡ ବେଶ ଖରାପ ରହିଥିଲା। ଏହି ଚତୁର୍ଥ ଦିନିକିଆ ମ୍ୟାଚ ପୂର୍ବରୁ ଭାରତ ବିପକ୍ଷରେ ତାଙ୍କର ବ୍ୟାଟିଂ ହାରାହାରି ମାତ୍ର ୨୪.୭୫ ରହିଥିଲା।
Allen gone what a catch Rohit Sharma https://t.co/mEBE6Z59Yn
— cricket Live (@Msdhoni1546796) November 13, 2026