Posted inଖେଳ

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଇର୍ଫାନ ପଠାନ।
ପ୍ରଥମ ଟେଷ୍ଟ ପରେ କୋହଲିଙ୍କୁ ପାଟର୍ନିଟି ଲିଭ୍‌ ପ୍ରଦାନ କରାଯାଇଛି। ତେଣୁ ବାକିଥିବା ୩ଟି ଟେଷ୍ଟରେ ସେ ଖେଳିବେ ନାହିଁ ଓ ଏହାର ପ୍ରଭାବ ଦଳ ଉପରେ ନିଶ୍ଚିତ ଭାବେ ପଡିବ। ଦୁଇବର୍ଷ ତଳେ କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଆବଶ୍ୟକ। କ୍ରିକେଟପରେ ବ୍ୟକ୍ତିଗତ ଜୀବନର ମଧ୍ୟ ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ରାହାନେଙ୍କ ବଦଳରେ ରୋହିତଙ୍କୁ ନେତୃତ୍ୱ ପ୍ରଦାନ କରାଗଲେ ଭାରତ ପାଇଁ ଲାଭଦାୟକ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇ ରୋହିତ ଏକାଧିକ ଟାଇଟଲ ଜିତିଛନ୍ତି। ସେ ମଧ୍ୟ ନିଦାହାସ ଟ୍ରଫି ଓ ଏସିଆ କପ୍‌ରେ ନେତୃତ୍ୱ ନେଇ ଭାରତକୁ ଚାମ୍ପିୟନ କରାଇଥିଲେ।
ରାହାନେଙ୍କୁ ବିରୋଧ କରୁନାହିଁ। କିନ୍ତୁ ପ୍ରଦର୍ଶନ ଓ ଅଭିଜ୍ଞତା ସୃଷ୍ଟିକୋଣରୁ ରୋହିତଙ୍କୁ ନେତୃତ୍ୱ ନେବାକୁ ହେବ। ସେ ମଧ୍ୟ ନିଜ ନେତୃତ୍ୱର ପରାକାଷ୍ଠାକୁ ପ୍ରମାଣିତ କରିଛନ୍ତି। ଓପନର ହିସାବରେ ମଧ୍ୟ ରୋହିତଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆ ମାଟିରେ ରୋହିତ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ୨୦୦୮ରେ ନୂଆକରି ଆସିଥିଲେ ମଧ୍ୟ ରୋହିତ ଅଷ୍ଟ୍ରେଲିଆରେ ଭଲ ଖେଳିଥିଲେ। ବିଦେଶରେ ଖେଳିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। କିନ୍ତୁ ରୋହିତ ଫର୍ମରେ ଥିଲେ ବିପକ୍ଷ ଦଳ ପାଇଁ ସମସ୍ୟା ସୃଷ୍ଟି କରିବେ। ୨୦୦୪ ସିରିଜରେ ବୀରେନ୍ଦ୍ର ସେହ୍ବାଗ ଯେପରି ଖେଳିଥିଲେ ରୋହିତ ମଧ୍ୟ ଠିକ୍‌ ସେହିଭଳି ଖେଳିପାରିବେ। ୩ ନମ୍ବରରେ ପୂଜାରାଙ୍କ ଭୂମିକାର ଗୁରୁତ୍ୱ ଆହୁରି ବଢିବ। କୋହଲିଙ୍କ ଅନୁପସ୍ଥିତିରେ ରାହାନେ ୪ ନମ୍ବରରେ ବ୍ୟାଟିଂ କରିବେ। ଗତ ସିରିଜ୍‌ରେ ପୂଜାରା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ତେବେ କୋହଲିଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ଭାରତ ଭଲ ଦଳ ହୋଇଥିଲେ ମଧ୍ୟ କୋହଲିଙ୍କ ଅନୁପସ୍ଥିତି ଖେଳାଳିମାନେ ଅନୁଭବ କରିବେ। ଓ୍ବାର୍ମ- ଅପ୍‌ ଗେମ୍‌ ପରେ ସିରିଜର ଫଳାଫଳ ନେଇ ଭବିଷ୍ୟବାଣୀ କରି ହେବ ବୋଲି ଇର୍ଫାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri