‘ସିଂଘମ ୩’ରେ ଅଜୟ ଦେବଗନ

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ସେଟ୍ଟି ଏବେ ରଣବୀର ସିଂଙ୍କ ସର୍କସ ଫିଲ୍ମର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ସିଂଘମ ୩’ର କାମ ଆରମ୍ଭ କରିଦେବେ ବୋଲି ଜଣାପଡିଛି । ରୋହିତ କହିଛନ୍ତି ସେ ଫିଲ୍ମକୁ ନେଇ କାମ ଆରମ୍ଭ କରି ସାରିଛନ୍ତି ଓ ୨୦୨୩ ଏପ୍ରିଲରୁ ସେ ଫିଲ୍ମର ଶୁଟିଂ ଆରମ୍ଭ କରିବେ । ସେ ପର୍ଯ୍ୟନ୍ତ ଅଜୟ ଦେବଗନ ବି ତାଙ୍କ ଅଲଗା ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ରୋହିତ କହିଛନ୍ତି, ମୁଁ କିଛିଦିନ ହେବ ସିଂଘମ ନିର୍ମାଣ କରିନାହିଁ । ସେଥିପାଇଁ ପୁଣିଥରେ ସିଂଘମ ଆଣିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ।
ସମସ୍ତଙ୍କୁ ଜଣାଥିବା ରୋହିତ ସେଟ୍ଟି ଓ ଅଜୟ ଦେବଗନଙ୍କ ମଧ୍ୟରେ ଟ୍ୟୁନିଂ ଖୁବ୍ ଦମଦାର । ଦର୍ଶକେ ଏମାନଙ୍କ ଦିୱାନା ହୋଇଯାଆନ୍ତି । ସିଂଘମ ବ୍ୟତୀତ ରୋହିତ ଓ ଅଜୟଙ୍କ ଯୋଡି ଗୋଲମାଲ ସିରିଜରେ ବି କାମ କରିଛନ୍ତି । ରୋହିତ କହିଛନ୍ତି ସିଂଘମର କାମ ଆରମ୍ଭ ହୋଇଯାଇଛି । ହେଲେ ଡିସେମ୍ବରରେ ସର୍କସ ରିଲିଜ୍ ହେବା ପରେ ଯାଇ ମୁଁ ସିଂଘମର କାମ ଆରମ୍ଭ କରିବି ।
ସୂଚନାଯୋଗ୍ୟ, କିଛିଦିନ ହେବ ରୋହିତ ସେଟ୍ଟି ‘ସିଂଘମ ୩’ର ଆଇଡିଆ କ୍ରାକ କରିବାକୁ ଚାହୁଁଥିଲେ ଆଉ ଶେଷରେ ତାଙ୍କୁ ଏହି ଆଇଡିଆ ମିଳିଯାଇଛି । ଏହା ତାଙ୍କ କପ ୟୁନିଭର୍ସର କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଯିବ । ରୋହିତ ସେଟ୍ଟି ଓ ଅଜୟ ଦେବଗନଙ୍କ ଷ୍ଟାରର ସିଂଘମ ରିଟର୍ନସ ୨୦୧୪ରେ ଅଗଷ୍ଟ ୧୫ର ରିଲିଜ୍ ହୋଇଥିଲା । ଆଉ ଏହା ବକ୍ସ ଅଫିସରେ ବ୍ଲକବଷ୍ଟର ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?