Posted inଖେଳ

ମ୍ୟାଚ୍‌ ମଝିରେ ସର୍ଫରାଜଙ୍କୁ ଚେତାବନୀ ଦେଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ…

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଚତୁର୍ଥ ଦିନରେ ଜିତିବାକୁ ଭାରତୀୟ ଦଳକୁ ୧୫୨ ରନ ସ୍କୋର କରିବାକୁ ପଡିବ। ଜିତିବା ପାଇଁ ଟିମ ଇଣ୍ଡିଆର ୧୯୨ ରନ ଲକ୍ଷ୍ୟ ରହିଛି। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୦ ରନ ଅଟେ। ଉଭୟ ଭାରତର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଆଉଟ ହୋଇ ନ ଥିଲେ। ତେବେ ତୃତୀୟ ଦିନର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ସର୍ଫରାଜ ଖାନ୍‌ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ରୋହିତ ଶର୍ମା ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜଙ୍କୁ ଚେତାବନୀ ଦେଇଛନ୍ତି। ଭିଡିଓରେ ରୋହିତ ଶର୍ମା ସର୍ଫରାଜଙ୍କୁ କହୁଛନ୍ତି ଯେ, ଓ ହିରୋ ହେବାକୁ ଚାହଁ ନାହିଁ … ଏହା ପରେ କମେଣ୍ଟ୍ରି ଥିବା ଦୀନେଶ କାର୍ତ୍ତିକ ପୁରା ଘଟଣା ବୁଝାଇଥିଲେ। ଦୀନେଶ କାର୍ତ୍ତିକ କହିଛନ୍ତି, ରୋହିତ ଶର୍ମା ସରଫରାଜ ଖାନଙ୍କୁ ଏହା କାହିଁକି କହିଛନ୍ତି? ସର୍ଫରାଜ ବିନା ହେଲମେଟରେ ଫିଲ୍ଡିଂ କରୁଥିଲେ, କିନ୍ତୁ ରୋହିତ ଶର୍ମା ଚାହୁଁଥିଲେ ଯେ ସର୍ଫରାଜ କୌଣସି ବିପଦ ନ ଉଠାନ୍ତୁ।
ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ପ୍ରଥମ ଇନିଂସ ୩୦୭ ରନରେ ଅଲଆଉଟ୍‌ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ ସଂଗ୍ରହ କରିଥିଲା। ଏହିପରି ଇଂଲଣ୍ଡ ପ୍ରଥମ ଇନିଂସ ଆଧାରରେ ୪୬ ରନର ଅଗ୍ରଣୀ ହାସଲ କରିଥିଲେ। ଏହା ପରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ମାତ୍ର ୧୪୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହିପରି ଭାରତୀୟ ଦଳ ୧୯୨ ରନର ଲକ୍ଷ୍ୟ ହାସଲ କଲା। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୦ ରନ ଅଟେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୪ ରନ ଏବଂ ୧୬ ରନ ସ୍କୋର କରି ଯଶସ୍ବୀ ଜୟସ୍ବାଲ ଅପରାଜିତ ଅଛନ୍ତି। ଏବେ ଭାରତୀୟ ଦଳକୁ ଚତୁର୍ଥ ଦିନରେ ୧୫୨ ରନ ସ୍କୋର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri