Posted inଖେଳ

ମ୍ୟାଚ୍‌ ମଝିରେ ସର୍ଫରାଜଙ୍କୁ ଚେତାବନୀ ଦେଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ…

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଚତୁର୍ଥ ଦିନରେ ଜିତିବାକୁ ଭାରତୀୟ ଦଳକୁ ୧୫୨ ରନ ସ୍କୋର କରିବାକୁ ପଡିବ। ଜିତିବା ପାଇଁ ଟିମ ଇଣ୍ଡିଆର ୧୯୨ ରନ ଲକ୍ଷ୍ୟ ରହିଛି। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୦ ରନ ଅଟେ। ଉଭୟ ଭାରତର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଆଉଟ ହୋଇ ନ ଥିଲେ। ତେବେ ତୃତୀୟ ଦିନର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ସର୍ଫରାଜ ଖାନ୍‌ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ରୋହିତ ଶର୍ମା ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜଙ୍କୁ ଚେତାବନୀ ଦେଇଛନ୍ତି। ଭିଡିଓରେ ରୋହିତ ଶର୍ମା ସର୍ଫରାଜଙ୍କୁ କହୁଛନ୍ତି ଯେ, ଓ ହିରୋ ହେବାକୁ ଚାହଁ ନାହିଁ … ଏହା ପରେ କମେଣ୍ଟ୍ରି ଥିବା ଦୀନେଶ କାର୍ତ୍ତିକ ପୁରା ଘଟଣା ବୁଝାଇଥିଲେ। ଦୀନେଶ କାର୍ତ୍ତିକ କହିଛନ୍ତି, ରୋହିତ ଶର୍ମା ସରଫରାଜ ଖାନଙ୍କୁ ଏହା କାହିଁକି କହିଛନ୍ତି? ସର୍ଫରାଜ ବିନା ହେଲମେଟରେ ଫିଲ୍ଡିଂ କରୁଥିଲେ, କିନ୍ତୁ ରୋହିତ ଶର୍ମା ଚାହୁଁଥିଲେ ଯେ ସର୍ଫରାଜ କୌଣସି ବିପଦ ନ ଉଠାନ୍ତୁ।
ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ପ୍ରଥମ ଇନିଂସ ୩୦୭ ରନରେ ଅଲଆଉଟ୍‌ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ ସଂଗ୍ରହ କରିଥିଲା। ଏହିପରି ଇଂଲଣ୍ଡ ପ୍ରଥମ ଇନିଂସ ଆଧାରରେ ୪୬ ରନର ଅଗ୍ରଣୀ ହାସଲ କରିଥିଲେ। ଏହା ପରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ମାତ୍ର ୧୪୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହିପରି ଭାରତୀୟ ଦଳ ୧୯୨ ରନର ଲକ୍ଷ୍ୟ ହାସଲ କଲା। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୦ ରନ ଅଟେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୪ ରନ ଏବଂ ୧୬ ରନ ସ୍କୋର କରି ଯଶସ୍ବୀ ଜୟସ୍ବାଲ ଅପରାଜିତ ଅଛନ୍ତି। ଏବେ ଭାରତୀୟ ଦଳକୁ ଚତୁର୍ଥ ଦିନରେ ୧୫୨ ରନ ସ୍କୋର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri