Categories: ଖେଳ

ରୋହିତଙ୍କ କୀର୍ତ୍ତିମାନ

ଧର୍ମଶାଳା,୨୭।୨: ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ତଥା ତୃତୀୟ ଟି୨୦ ମୁକାବିଲା ଥିଲା ତାଙ୍କ କ୍ୟାରିୟରର ୧୨୫ତମ ମ୍ୟାଚ୍‌। ଏହି ଧାରାରେ ସେ ପାକିସ୍ତାନର ଭେଟେରାନ ଅଲରାଉଣ୍ଡର ଶୋଏବ ମଲିକ(୧୨୪ ମ୍ୟାଚ୍‌)ଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ପାକିସ୍ତାନର ପୂର୍ବତନ ମହମ୍ମଦ ହାଫିଜ (୧୧୯ ମ୍ୟାଚ୍‌)।

Share