Posted inଖେଳ

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ

ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍‌ ଦି ଇୟରରେ ଭାରତର ହ୍ବାଇଟ ବଲ୍‌ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍‌ ସ୍ପିନର ଆର. ଅଶ୍ୱିନଙ୍କ ସମେତ ଦେଶର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଓ ଅଶ୍ୱିନଙ୍କ ବ୍ୟତୀତ ଉଇକେଟକିପର-ବ୍ୟାଟର ରିଷଭ ପନ୍ତ ଓ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଏଥିରେ ସ୍ଥାନ ମିଳିଛି। ରୋହିତଙ୍କ ସହ ଓପନର ଭାବେ ସ୍ଥାନ ପାଇଛନ୍ତି ଶ୍ରୀଲଙ୍କାର ଦିମୁଥ କରୁଣାରନେତ୍। ୩ ନମ୍ବର ଲାଗି ଅଷ୍ଟ୍ରେଲିଆନ ବ୍ୟାଟର ମାର୍ନସ ଲାବୁସେନେଙ୍କୁ ବଛା ଯାଇଛି। ଷ୍ଟ୍ରେଲିଆର ଏକମାତ୍ର ଖେଳାଳି ଭାବେ ଲାବୁସେନଙ୍କୁ ଏହି ଦଳରେ ସ୍ଥାନ ପାଇଛନ୍ତି। ବ୍ୟାଟିଂ ଅର୍ଡରରେ ତାଙ୍କ ପଛକୁ ପଛ ରହିଛନ୍ତି ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌, ପାକିସ୍ତାନର ଫାଓ୍ବାଦ ଆଲାମ ଓ ପନ୍ତ।

୨୦୨୧ରେ ରୁଟ୍‌ଙ୍କ ପରେ ରୋହିତ ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେ ଏକାଧିକ ଥର ଦଳକୁ ଭଲ ଆରମ୍ଭ ଦେବା ସହ ଆକର୍ଷଣୀୟ ଶତକ ମଧ୍ୟ ହାସଲ କରିପାରିଛନ୍ତି। ରୋହିତ ଶେଷ କରିଥିବା ତାଙ୍କ ୧୯ଟି ଇିନଂସ ମଧ୍ୟରୁ ୧୪ଟିରେ ୨୦ କିମ୍ବା ତଦୁର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ତାଙ୍କର ଦୁଇଟି ଶତକ ମଧ୍ୟରୁ ଗୋଟିଏ ସେ ଚେନ୍ନାଇରେ ହାସଲ କରିଥିଲେ।

ପନ୍ତଙ୍କୁ ଉଇକେଟକିପର ଭାବେ ଦଳରେ ସ୍ଥାନ ଦିଆଯିବା ପଛରେ ମୁଖ୍ୟ କାରଣ ହେଲା ଚଳିତବର୍ଷ ତାଙ୍କର ବ୍ୟାଟିଂ ରେକର୍ଡ। ସିଡ୍‌ନୀଠାରେ ୯୭ ରନ, ବ୍ରିସ୍‌ବେନ୍‌ଠାରେ ଅପରାଜିତ ୮୯ ଏବଂ ଚେନ୍ନାଇରେ ୯୧ ରନର ପାଳି ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇଥିଲା। ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚ କୋଟୀର ରହିଥିଲା ଯେ, ତାଙ୍କୁ ମହାନ ଉଇକେଟ କିପର ଆଡାମ ଗିଲକ୍ରିଷ୍ଟଙ୍କ ସହିତ ଅନେକ ତୁଳନା କରିଥିଲେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ସ୍ପିନ ବିଭାଗରେ ଭାରତର ଦୁଇଜଣ ଅଶ୍ୱିନ ଓ ଅକ୍ଷର ସ୍ଥାନ ପାଇଛନ୍ତି। ଅଶ୍ୱିନଙ୍କୁ ଚଳିତ ବର୍ଷ ଟେଷ୍ଟରେ ସର୍ବାଧିକ ଟେଷ୍ଟ ଉଇକେଟହାସଲକାରୀ ବୋଲର ବିବେଚନା କରାଯାଉଛି। ଅକ୍ଷର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଦର୍ଶନୀୟ ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ସେ ୭ଟି ମ୍ରାଚରେ ୫୪ ଉଇକେଟ ନେଇଥିବା ବେଳେ ଅକ୍ଷର ୫ଟିରେ ୨୭ ଉଇକେଟ ସଫଳତା ପାଇଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନ ଅଫ୍‌ ୨୦୨୧: ରୋହିତ ଶର୍ମା, ଦୁମୁଥ କରୁଣାରନେତ୍ (ଅଧିନାୟକ), ମାର୍ନସ ଲାବୁସେନ୍‌, ଜୋ ରୁଟ୍‌, ଫଓ୍ବାଦ ଆଲାମ, ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, କାଇଲ ଜେମିସନ, ଅକ୍ଷର ପଟେଲ, ହସଲ ଅଲି, ଶାହିନ ଶାହା ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri