Posted inଖେଳ

ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା

ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ ଟସ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। କିନ୍ତୁ ପୂରା ଦଳ ମାତ୍ର ୧୧୨ ରନ୍‌ରେ ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ୬ ଓ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିଲେ। ପିଙ୍କ୍‌ ବଲ ଟେଷ୍ଟରେ ୫ ଉଇକେଟ ନେବାରେ ଅକ୍ଷର ପ୍ରଥମ ଭାରତୀୟ ସ୍ପିନର ହୋଇଥିଲେ। ବୋଲିଂ ପରେ ରୋହିତ ଶର୍ମା ମଧ୍ୟ ବ୍ୟାଟିଂରେ ରେକର୍ଡ ସୃଷ୍ଟି କରିଥିଲେ। ସେ ନିଜ ମାଟିରେ ଅନ୍ତର୍ଜାତୀୟ କ୍ରିକେଟରେ ୬ ହଜାର ରନ ପୂରଣ କରିଥିଲେ। ଏପରି କରିବାରେ ସେ ହେଉଛନ୍ତି ନବମ ଭାରତୀୟ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୧୪୧୯୨ ରନ), ବିରାଟ କୋହଲି (୯୬୮୮ରନ), ରାହୁଲ ଦ୍ରାବିଡ (୯୦୦୪ ରନ), ବୀରେନ୍ଦ୍ର ସେହ୍ବାଗ (୭୭୯୬ ରନ), ମହେନ୍ଦ୍ର ସିଂ ଧୋନୀ (୭୫୭୫ରନ), ମହମ୍ମଦ ଅଜହରୁଦ୍ଦିନ (୬୫୭୫ ରନ), ସୌରଭ ଗାଙ୍ଗୁଲି (୬୪୧୦ ରନ), ସୁନୀଲ ଗାଭାସ୍କର (୬୨୫୯ ରନ) ଏପରି କରିଛନ୍ତି।
ଏହା ବ୍ୟତୀତ ରୋହିତ ମଧ୍ୟ ତାଙ୍କ ନାମରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ, ଏକଦିବସୀୟ ଏବଂ ଟି -୨୦ ଫର୍ମାଟରେ ଅଢେଇ ହଜାରରୁ ଅଧିକ ରନ ସ୍କୋର କରିବାରେ ତୃତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ବିରାଟ କୋହଲି ଏବଂ ମାର୍ଟିନ ଗୁପ୍ତିଲ ମଧ୍ୟ ଆଗରୁ ଏହା କରିସାରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ରୋହିତ ମଧ୍ୟ ଏକ ହଜାର ରନ ସ୍କୋର କରିବାର ନିକଟତର ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରେ ୯୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଅଜିଙ୍କେ ରାହାଣେ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଭାରତ ପାଇଁ ଡବ୍ଲୁଟିଏସିରେ ଏକ ହଜାରରୁ ଅଧିକ ରନ ସ୍କୋର କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୦୬୧ ରନ ସଂଗ୍ରହ କରିଛନ୍ତି। ରୋହିତ ଡବ୍ଲୁଟିସି ଅଧୀନରେ ଦଶମ ମ୍ୟାଚ ଖେଳୁଛନ୍ତି। ଏଥିରେ ସେ ଚାରି ଶତକ ଏବଂ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri