Categories: ଖେଳ

ମଙ୍ଗଳବାର ହେବ ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୪।୯: କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରୁ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ। ତେବେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ମଙ୍ଗଳବାର ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯିବ ବୋଲି ସୂଚନା ରହିଛି।

ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆର ପ୍ରାୟ ୧୫ ଖେଳାଳିଙ୍କ ନାମ ଉପରେ ମୋହର ଲାଗିଛି। କିନ୍ତୁ ୨ଟି ନାମରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ। ଏହା ବ୍ୟତୀତ ଏସିଆ କପରେ ଖେଳୁଥିବା ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ବିଶ୍ୱକପ୍‌ରେ ନଜର ଆସିବେ। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଶ୍ରେୟସ ଆୟର, ଇଶାନ କିଷନ, ମହମ୍ମଦ ଶାମି, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ଭଳି ଖେଳାଳିଙ୍କ ନାମ ପ୍ରାୟ ସ୍ଥିର ହୋଇଛି।

 

 

Share