Posted inଖେଳ

IND vs NZ: ଫାଇନାଲରେ ବିଶ୍ୱ ରେକର୍ଡର ସମକକ୍ଷ ହେଲେ ରୋହିତ ଶର୍ମା, ବ୍ୟାଟିଂ ନ କରି ବି…

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଟିମ୍‌ ଇଣ୍ଡିଆ-ନ୍ୟୁଜିଲାଣ୍ଡ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ହାରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ଲଗାତାର ଭାବେ ଦଳ ୧୫ତମ ଟସ୍‌ ହାରିଥିବା ବେଳେ ରୋହିତ ୧୨ତମ ଟସ୍‌ ହାରିଛନ୍ତି। ସେ ଏହି ମାମଲାରେ ବ୍ରାଏନ୍‌ ଲାରାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ଫାଇନାଲର ମ୍ୟାଚ୍‌ ଫଳାଫଳ ପୂର୍ବରୁ ଟସ ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ଏଥର ମଧ୍ୟ ସମାନ ଘଟଣା ଘଟିଥିଲା।
ରୋହିତ ପୁଣିଥରେ ଟସ୍‌ ଫିଙ୍ଗିଥିଲେ ସତ, ହେଲେ ସଫଳତା ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କୁ ମିଳିଥିଲା। ଏହି ଫାଇନାଲରେ ସାଣ୍ଟନର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକଦିବସୀୟ କ୍ରିକେଟରେ ସର୍ବାଧିକ ଲଗାତାର ଟସ ହାରିବାର ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ଲଗାତାର ୧୨ତମ ODI ମ୍ୟାଚ ଯେଉଁଥିରେ ରୋହିତ ଟସ ହାରିଛନ୍ତି। ଏହିପରି ସେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ବ୍ରାଏନ ଲାରାଙ୍କ ସମକକ୍ଷ ହୋଇଥିଲେ। ଲାରା ୧୯୯୯ ପାଖାପାଖି ଲଗାତାର ୧୨ଟି ODI ମ୍ୟାଚ୍‌ରେ ଟସ ହାରି ଏହି ରେକର୍ଡ ମଧ୍ୟ କରିଥିଲେ। ଟିମ ଇଣ୍ଡିଆ ଲଗାତାର ୧୫ତମ ମ୍ୟାଚ ପାଇଁ ଟସ ହାରିଛି। ରୋହିତଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା କେଏଲ ରାହୁଲ ମଧ୍ୟ ତିନିଥର ଟସ ହାରିଥିଲେ।
କେବଳ ଏତିକି ନୁହେଁ ରୋହିତ ଶର୍ମା WTC (୨୦୨୩), ODI ବିଶ୍ୱକପ (୨୦୨୩), T୨୦ ବିଶ୍ୱକପ (୨୦୨୪) ଏବଂ ଚାମ୍ପିଅନ୍ସ ଟ୍ରଫି (୨୦୨୫)ର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି।
ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଓହ୍ଲାଇ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ଭାଙ୍ଗିଛି। ଦଳ ସର୍ବାଧିକ ୧୪ଥର ଲାଗି ଆଇସିସି ଫାଇନାଲ ଖେଳୁଛି। ଅଷ୍ଟ୍ରେଲିଆ ୧୩ ଫାଇନାଲ ଖେଳିଛି।
କହିରଖୁଛୁ, ICC ନକଆଉଟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ୩-୧ ରେକର୍ଡ ରହିଛି। ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ, ୨୦୧୯ ବିଶ୍ୱକପ ସେମିଫାଇନାଲ ଏବଂ ୨୦୨୧ ମସିହାରେ WTC ଫାଇନାଲରେ ଭାରତକୁ ପରାସ୍ତ କରିଛି। ଭାରତର ଏକମାତ୍ର ବିଜୟ ୨୦୨୩ ବିଶ୍ୱକପ୍‌ ସେମିଫାଇନାଲରେ ହୋଇଥିଲା।
ଟିମ ଇଣ୍ଡିଆର ପ୍ଲେଇଂ ୧୧:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି।
ନ୍ୟୁଜିଲାଣ୍ଡର ପ୍ଲେଇଂ ୧୧:
ମିଚେଲ ସାଣ୍ଟନର (ଅଧିନାୟକ), ୱିଲ ୟଙ୍ଗ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥାମ, ମାଇକେଲ ବ୍ରେସୱେଲ, କାଇଲ ଜାମିସନ, ୱିଲ ଓ’ରୌର୍କ, ନାଥନ ସ୍ମିଥ।

Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri