ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍‌

କ୍ରିକେଟରେ କ୍ୟାଚ୍‌ ହିଁ ମ୍ୟାଚ୍‌ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ ଦୃଷ୍ଟାନ୍ତ ରହିଛି। ଏଭଳି ଏକ କ୍ୟାଚ୍‌ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମାଙ୍କ ସେହି ୨୬୪ ରନ୍‌ର ପାଳି ବୋଧ ହୁଏ ସଭି ଫ୍ୟାନଙ୍କ ମନରେ ଆଜି ବି ଉଜ୍ଜୀବିତ ଥିବ। ତେବେ ରୋହିତ ଯେତେବେଳେ ୪ ରନ୍‌ କରି ଖେଳୁଥିଲେ, ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ ଶ୍ରୀଲଙ୍କା ଖେଳାଳି ଥିସାରା ପେରେରା। ଏହାପରେ ବ୍ୟକ୍ତିଗତ ସ୍କୋରରେ ୨୬୦ ରନ୍‌ ଯୋଡ଼ି ଥିଲେ ରୋହିତ। ଆଉ ଏହି ମ୍ୟାଚ୍‌ରେ ହିଟ୍‌ ମ୍ୟାନଙ୍କ ବ୍ୟକ୍ତିଗତ ସ୍କୋର ମଧ୍ୟ ଅତିକ୍ରମ କରିପାରି ନ ଥିଲା ପୂରା ଶ୍ରୀଲଙ୍କା ଦଳ।

Share