Categories: ଖେଳ

ବିରାଟଙ୍କ କ୍ଲବରେ ରୋହିତ

ଅହମ୍ମଦାବାଦ,୧୮।୩: ବରିଷ୍ଠ ଭାରତୀୟ ଓପନର ରୋହିତ ଶର୍ମା ଗୁରୁବାର ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ହାସଲ କରିଥିଲେ ଏହି କୀର୍ତ୍ତିମାନ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ୧୨ ରନ୍‌ର ଛୋଟିଆ ପାଳି ଅବସରରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି ରୋହିତ।

ଅନ୍ତର୍ଜାତୀୟ ଟି୨୦ରେ ରୋହିତ ୧୧୦ ମ୍ୟାଚ୍‌ ଖେଳି ୨୮୦୦ ରନ୍‌ କରିଥିବାବେଳେ ୨୩୨ ଆଇପିଏଲ ମ୍ୟାଚ୍‌ରେ ବାକି ରନ୍‌ କରିଛନ୍ତି। ଏପର୍ଯ୍ୟନ୍ତ ୩୪୨ ମ୍ୟାଚ୍‌ ଖେଳି ମୋଟ ୯୦୦୧ ରନ୍‌ କରିଛନ୍ତି ରୋହିତ। ଏଥିରେ ୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ରହିଛି।

Share